Konark Mahotsav 2023: ଆନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ ଏବଂ କୋଣାର୍କ ମହୋତ୍ସବ ପାଇଁ ଜମୁଛି ପର୍ଯ୍ୟଟକଙ୍କ ଭିଡ଼
Advertisement
Article Detail0/zeeodisha/odisha1994777

Konark Mahotsav 2023: ଆନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ ଏବଂ କୋଣାର୍କ ମହୋତ୍ସବ ପାଇଁ ଜମୁଛି ପର୍ଯ୍ୟଟକଙ୍କ ଭିଡ଼

Konark International Sand Art Festival:  ଆନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ ଏବଂ କୋଣାର୍କ ମହୋତ୍ସବ ୨୦୨୩ ପାଇଁ ବଢିବାରେ ଲାଗିଛି ପର୍ଯ୍ୟଟକଙ୍କ ଭିଡ଼।

Konark Mahotsav 2023: ଆନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ ଏବଂ କୋଣାର୍କ ମହୋତ୍ସବ ପାଇଁ ଜମୁଛି ପର୍ଯ୍ୟଟକଙ୍କ ଭିଡ଼

International Sand Art Festival 2023: ଆନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ ଏବଂ କୋଣାର୍କ ମହୋତ୍ସବ ପାଇଁ କୋଣାର୍କ ଠାରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼। ମୀନା ବଜାର ସହ ୪ ଯାତ୍ରା ପାର୍ଟି ଦ୍ୱାରା ପରିବେଷିତ ହେଉଥିବା ନାଟକର ମଜା ଉଠାଉଛନ୍ତି ଦର୍ଶକ। ଲକ୍ଷ ଲକ୍ଷ ଲୋକଙ୍କ ଲାଗିଛି ଗହଳି ଚହଳି। ପୋଲିସ ପକ୍ଷରୁ ୧୨ ପ୍ଲାଟୁନ୍ ଫୋର୍ସ ସହ ୧୦ ଜଣ ଇନିସପେକ୍ଟର, ୪ ଜଣ ଡିଏସପି ସୁରକ୍ଷା ଦାୟିତ୍ୱରେ ନିୟୋଜିତ ହୋଇଛନ୍ତି।

କୋଣାର୍କ ମହୋତ୍ସବର ତୃତୀୟ ସଂନ୍ଧ୍ୟା ଥିଲା ବେଶ୍ ଆକର୍ଷଣୀୟ। ପ୍ରଥମେ ୩୪ ତମ କୋଣାର୍କ ମହୋତ୍ସବର ତୃତୀୟ ସଂନ୍ଧ୍ୟାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ଯାଳୟର ମୁଖ୍ୟ ଉପଦେଷ୍ଟା ଆର. ବାଲକ୍ରିଷ୍ଣନ୍ନ। ଏହା ପରେ ସାଂସ୍କୃତିକ ନୃତ୍ୟ ଗୀତରେ ହଜି ଯାଇଥିଲେ ଦର୍ଶକ। ତୃତୀୟ ସନ୍ଧ୍ୟାର ପ୍ରଥମ ପର୍ଯ୍ୟାୟରେ ରୋଜାଲିନ ମହାପାତ୍ର ଏବଂ ଦେବଦାସୀ ଅନୁଷ୍ଠାନର ଶିଳ୍ପୀ "ସରସ୍ୱତୀ ବନ୍ଦନା" ପରିବେଷଣ କରିଥିଲେ। ପରେ ''ଜନସମ୍ମୋହିନୀ ପଲ୍ଲବୀ" ଏବଂ ନୃତ୍ୟାଭିନୟ "ଯୁଗେଯୁଗେ ଜଗନ୍ନାଥ" ପରିବେଷଣ କରିଥିଲେ ଦେବଦାସୀ ନୃତ୍ୟଶିଳ୍ପୀ। ସତ୍ୟ, ତ୍ରେତୟା, କଳିଯୁଗରେ ଶ୍ରୀ ଜଗନ୍ନାଥଙ୍କ ଅଧର୍ମ ଉପରେ ଧର୍ମର ଜୟକୁ ନେଇ ଅତି ଚମତ୍କାର ନୁତ୍ୟ ପରିବେଷଣ ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। 

ଦ୍ୱିତୀୟ ପର୍ଯ୍ୟାୟରେ ଶାସ୍ତ୍ରୀୟ ନୃତ୍ୟ ଶିଳ୍ପୀ ଅନ୍ବେଷା ମହାନ୍ତି ଏବଂ ସାଥିଙ୍କ ଉପସ୍ଥାପନରେ ଭକ୍ତି ଦର୍ଶନ ଆଧାରିତ "ପରମ ଲୀଳା" ପରିବେଷଣ ଦର୍ଶକଙ୍କୁ ଭାବ ଭକ୍ତିରେ ଲୀନ କରି ଦେଇଥିଲା। ପ୍ରକୃତି ସହ ପୁରୁଷର ମିଳିତ ତତ୍ତ୍ୱକୁ ଭାକ୍ତିକ ଆବେଦନରେ ତୋଳି ଧରିଥିଲେ କଳ୍ପ ବୃକ୍ଷ ନୃତ୍ୟାନୁଷ୍ଠାନର ଶିଳ୍ପୀ। ଆଚାର୍ଯ୍ୟ ଶ୍ରୀମନ୍ତ ଶଙ୍କର ଦେବଙ୍କ ସଂରଞ୍ଚିତ ଶ୍ରୀଜଗନ୍ନାଥ ବନ୍ଦନା ଏବଂ ଶୁଦ୍ଧ ନୃତ୍ୟ ଚାଲି ରାମଦାନୀର ନିଖୁଣ ପ୍ରକାଶକୁ ନୃତ୍ୟର ଶାସ୍ତ୍ରୀୟତା ଏବଂ ଭକ୍ତି ତତ୍ତ୍ୱକୁ ବଖାଣି ଥିଲେ ଶିଳ୍ପୀ। ସେପଟେ ହେଲିପ୍ୟାଡ ଠାରେ ଆୟୋଜିତ ମୀନା ବଜାର ସରଗରମ ରହିଥିଲା। ବିଭିନ୍ନ ପ୍ରକାରର ଦୋଳିର ମଜା ଉଠାଇଥିଲେ ସ୍ଥାନୀୟ ଲୋକଙ୍କ ସହ ପର୍ଯ୍ଯଟକ। 

ସେପଟେ ୧୩ ତମ ଆନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବରେ ମଧ୍ୟ ନୂଆ ନୂଆ ବିଷୟବସ୍ତୁ ହୋଇଛି ପ୍ରଦର୍ଶିତ। ଏହି ମହୋତ୍ସବରେ ଦେଶ ବିଦେଶର ମୋଟ ୩୫ ଜଣ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ଅଂଶ ଗ୍ରହଣ କରିଛନ୍ତି। ଏହି ମହୋତ୍ସବରେ ଅଷ୍ଟ୍ରେଲିଆ, ଚେକ୍ ରିପବ୍ଲିକ, ଶ୍ରୀଲଙ୍କା, ଋଷିଆ, ବେଲାଋଷ, ଯୁକ୍ତରାଷ୍ଟ୍ର ଆମେରିକା ଆଦି ୬ ଦେଶର ବାଲୁକା ଶିଳ୍ପୀ ଅଂଶଗ୍ରହଣ କରିଛନ୍ତି। ସେହିଭଳି ଦେଶର ବିହାର, ଆସାମ, ପଶ୍ଚିମବଙ୍ଗ, ଗୁଜୁରାଟ, ତେଲେଙ୍ଗାନା ଏବଂ ତାମିଲନାଡୁ ଆଦି ୬ ରାଜ୍ଯର ବାଲୁକାଶିଳ୍ପୀ ନିଜର କଳାକୃତି ପ୍ରଦର୍ଶନ କରୁଛନ୍ତି। ସେହିଭଳି ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଅନେକ ବାଲୁକାଶିଳ୍ପୀ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଛନ୍ତି। 

ତୃତୀୟ ଦିନରେ ମହିଳା ସଶକ୍ତିକରଣ ବିଷୟବସ୍ତୁକୁ ନେଇ ବାଲୁକାକୃତି ପ୍ରଦର୍ଶନ କରାଯାଇଥିଲା। ଯାହାକୁ ନେଇ ଚନ୍ଦ୍ରଭଗାର ବିସ୍ତୀର୍ଣ୍ଣ ବେଳାଭୂମିରେ ବାଲୁକାଶିଳ୍ପୀ ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ। କୋଣାର୍କ ମହୋତ୍ସବର ଆକର୍ଷଣ ଧିରେଧିରେ ବିଶ୍ୱସ୍ତରୀୟ ହୋଇପାରିଛି। ରାଜ୍ୟ ସରକାର ଏଭଳି ମହୋତ୍ସବ ପ୍ରତି ଯଥେଷ୍ଟ ଯତ୍ନବାନ ହେବା ଆବଶ୍ୟକ।