Advertisement
Article Detail0/zeeodisha/odisha2378151
Zee OdishaOdisha Stateରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଅସୁସ୍ଥ

ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଅସୁସ୍ଥ

Revenue minister: ବୁର୍ଲାସ୍ଥିତ ଡ୍ୟାମ ଫ୍ଲାଷ୍ଟ କ୍ଲାସ ଗେଷ୍ଟ ହାଉସରେ ମନ୍ତ୍ରୀଙ୍କର ଚାଲିଛି ପ୍ରାଥମିକ ଚିକିତ୍ସା। ଭୀମସାର ନିର୍ଦ୍ଦେଶକ ଓ ଅନ୍ୟ ଡାକ୍ତର ପରୀକ୍ଷା-ନୀରୀକ୍ଷା କରୁଥିବା ସୂଚନା ମିଳିଛି।

ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଅସୁସ୍ଥ

ଭୁବନେଶ୍ବର: ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଆଜି ଅସୁସ୍ଥ। ମନ୍ତ୍ରୀ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବୁର୍ଲାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ବେଳେ ଅସୁସ୍ଥ ଅନୁଭବ କରିବା ପରେ ତାଙ୍କର ଚିକିତ୍ସା ଚାଲିଛି।

ତେବେ ବୁର୍ଲାରେ ଏକ କାର୍ଯ୍ୟକ୍ରମ ଥିଲା। ରାଲିରେ ଯାଉଥିବା ବେଳେ ରାସ୍ତାରେ ସେ ହଠାତ୍ ଅସୁସ୍ଥ ଅନୁଭବ କରିଥିଲେ ଏବଂ ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡିଥିଲା। ବୁର୍ଲାସ୍ଥିତ ଡ୍ୟାମ ଫ୍ଲାଷ୍ଟ କ୍ଲାସ ଗେଷ୍ଟ ହାଉସରେ ମନ୍ତ୍ରୀଙ୍କର ଚାଲିଛି ପ୍ରାଥମିକ ଚିକିତ୍ସା। ଭୀମସାର ନିର୍ଦ୍ଦେଶକ ଓ ଅନ୍ୟ ଡାକ୍ତର ପରୀକ୍ଷା-ନୀରୀକ୍ଷା କରୁଥିବା ସୂଚନା ମିଳିଛି। ବର୍ତ୍ତମାନ ସୁରେଶଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି।

Add Zee News as a Preferred Source
About the Author