Odia Film Industry: ଓଡ଼ିଆ ଚଳଚ୍ଚିତ୍ର ବଞ୍ଚାଅ ଅଭିଯାନ ପ୍ରତି ବଢିଲା ସମର୍ଥନ
Advertisement
Article Detail0/zeeodisha/odisha1977138

Odia Film Industry: ଓଡ଼ିଆ ଚଳଚ୍ଚିତ୍ର ବଞ୍ଚାଅ ଅଭିଯାନ ପ୍ରତି ବଢିଲା ସମର୍ଥନ

Protest for Save Odia Film Industry: ଓଡ଼ିଆ ଚଳଚ୍ଚିତ୍ର ବଞ୍ଚାଅ ଅଭିଯାନକୁ ବଢିବାରେ ଲାଗିଛି ସମର୍ଥନ। ଏହାର ସମର୍ଥନରେ ଏବେ ପ୍ରଯୋଜକ, ନିର୍ଦ୍ଦେଶକ, କଳାକାର, ନୃତ୍ୟ ନିର୍ଦ୍ଦେଶକ,ଫାଇଟ୍ ମାଷ୍ଟର,କ୍ୟାମେରାମ୍ୟାନ୍, ସଂଳାପକାର, କାହାଣୀକାର ଆସିଛନ୍ତି।

Odia Film Industry: ଓଡ଼ିଆ ଚଳଚ୍ଚିତ୍ର ବଞ୍ଚାଅ ଅଭିଯାନ ପ୍ରତି ବଢିଲା ସମର୍ଥନ

Save Odia Film Campaign: ଓଡ଼ିଆ ଚଳଚ୍ଚିତ୍ର ବଞ୍ଚାଅ ଅଭିଯାନର ଦ୍ବିତୀୟ ଦିନରେ ଅନେକ ପ୍ରଯୋଜକ, ନିର୍ଦ୍ଦେଶକ, କଳାକାର, ନୃତ୍ୟ ନିର୍ଦ୍ଦେଶକ,ଫାଇଟ୍ ମାଷ୍ଟର,କ୍ୟାମେରାମ୍ୟାନ୍, ସଂଳାପକାର, କାହାଣୀକାର ଯୋଗ ଦେଇ ସେମାନଙ୍କ ସମର୍ଥନ ଜଣାଇଥିଲେ। ନଭେମ୍ବର ୨୩ ତାରିଖ ବୁଧବାର ଠାରୁ ୫ ଦଫା ଦାବି ନେଇ ଆରମ୍ଭ ହୋଇଥିବା ଓଡିଆ ଚଳଚ୍ଚିତ୍ର ବଞ୍ଚାଅ ଅଭିଯାନ ଅଧିକରୁ ଅଧିକ ସମର୍ଥନ ହିଁ ଚଳଚ୍ଚିତ୍ର ପ୍ରତି ଅଧିକରୁ ଅଧିକ ଭଲ ପାଇବାକୁ ଦର୍ଶାଉଛି। ଯଦି ସରକାର ୫ ଦଫା ଦାବିର କୌଣସି ସମାଧାନ ନକରନ୍ତି ଆସନ୍ତା କାଲିଠାରୁ ପ୍ରଥା ଚଳଚରଚିତ୍ର ପ୍ରଯୋଜିକା ସନଲିସା ପଟେଲ୍ ଆମରଣ ଅନଶନରେ ବସିବେ। ଯଦି ତାଙ୍କର କିଛି ହୁଏ ସେଥି ପାଇଁ ସରକାର ଦାୟୀ ରହିବେ ବୋଲି ପ୍ରେସ୍ ଇସ୍ତାହାରରେ ସୂଚନା ଦିଆଯାଇଛି। 

ଶୁକ୍ରବାର ଅନୁଷ୍ଠିତ ହୋଇଥିବା ଧାରଣାରେ ଅଭିନେତା ପାର୍ଥ, ଅଖିଳ ପଟ୍ଟନାୟକ, ରୋଷନ ଅଗ୍ରୱାଲ୍, କୁମାର, ଅଭିନେତ୍ରୀ ପିଙ୍କି ପ୍ରଧାନ, ନିର୍ଦ୍ଦେଶକ ବବି ଇସଲାମ, ତାପସ ସରଘରିଆ, ତିରୁପତି ସାହୁ, ସଂଳାପ ଲେଖକ ଡଃ ରଜନୀ ରଞ୍ଜନ, ସତୀଶ ମିଶ୍ର, କ୍ୟାମେରାମ୍ୟାନ ବାପି, ସଂଗୀତ ନିର୍ଦ୍ଦେଶକ ପ୍ରେମ୍‌ ଆନନ୍ଦ, ସମ୍ଭାବନା ସମ୍ପାଦକ ଦେବ ପ୍ରସାଦ ପରିଜା, ପ୍ରଯୋଜକ ସଂଜୟ ପାତ୍ର, ଦୀପକ ମହାନ୍ତି, ରଞ୍ଜନ ପଟେଲ୍ ପ୍ରମୁଖ ଉପସ୍ଥିତ ରହିଥିଲେ। ଗତ ଗୁରୁବାର ଠାରୁ ବିଧାନସଭା ଆଗରେ ଧାରଣାରେ ବସିଛନ୍ତି ଓଡ଼ିଆ ଫିଲ୍ମ ‘ପ୍ରଥା’ ପ୍ରଯୋଜିକା ସନଲିଶା ପଟେଲ। ତାଙ୍କର ଏକମାତ୍ର ଦାବି ଓଡ଼ିଆ ଚଳଚ୍ଚିତ୍ରକୁ ବଞ୍ଚାଅ। ଲୋୟର ପିଏମ୍‌ଜିସ୍ଥିତ ଧାରଣା ସ୍ଥଳରେ ସକାଳ ସାଢ଼େ ଦଶଟାରୁ ସେ ତାଙ୍କ ଧାରଣା ଦେବା ଆରମ୍ଭ କରିଥିଲେ। ଯାହା ଅନିର୍ଦ୍ଧିଷ୍ଠ ଦିନ ପାଇଁ ଚାଲିବ। 

Also Read: ଆଜିଠୁ ବିଧାନସଭା ଆଗରେ ଧାରଣା ଦେଲେ ପ୍ରଥା ଚଳଚିତ୍ରର ପ୍ରଯୋଜିକା ସନଲିଶା 

ଏହି ଅବସରରେ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ଏବଂ ଓଡ଼ିଶା ସରକାରଙ୍କ ଆଗରେ ୫ ଗୁରୁତ୍ବପୂର୍ଣ୍ଣ ଦାବି ରଖିଛନ୍ତି ପ୍ରଯୋଜିକା ସନଲିଶା ପଟେଲ। ଏନେଇ ସେ କହିଛନ୍ତି, ପ୍ରତି ଓଡ଼ିଆ ଫିଲ୍ମ ବଞ୍ଚାଅ। ସେ କରିଥିବା ୫ ଦାବି ମଧ୍ୟରେ ବ୍ଲକ୍ ମୁଖ୍ୟାଳୟରେ ଗୋଟିଏ ଲେଖାଏଁ ସିନେମା ହଲ୍ ପ୍ରତିଷ୍ଠା କରାଯାଉ। ଅନ୍ୟ ରାଜ୍ୟମାନଙ୍କ ପରି ମଲ୍ଟିପ୍ଲେକ୍ସ ଏବଂ ହଲ୍ ଯେପରି ଓଡ଼ିଆ ଫିଲ୍ମ ପ୍ରଦର୍ଶିତ କରିବେ ସେ ନେଇ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ସେହିପରି ବିତରଣ, ପ୍ରଦର୍ଶନ, ସିନେମା ଚାଲିବା ପରେ ଟଙ୍କା ଫେରି ପାଇବା ଏବଂ ସମସ୍ତଙ୍କ ଭିତରେ ସମନ୍ୱୟ ରକ୍ଷା ପାଇଁ ବ୍ୟବସ୍ଥା କରାଯାଉ। ଟିକସ ମୁକ୍ତ ସାଙ୍ଗକୁ ସିନେମା ନିର୍ମାଣ ଲାଗି ଆର୍ଥିକ ଏବଂ ଅନ୍ୟାନ୍ୟ ସହାୟତା କରାଯାଉ। 

ଏହା ସହିତ ସମସ୍ତଙ୍କ ସୁରକ୍ଷା ପାଇଁ କିଛି ଦୃଢ଼ ପଦକ୍ଷେପ ନିଆଯାଉ। ଯେପରି କେହି ଅନ୍‌ଲାଇନ୍ ହେଉ କିମ୍ବା ଅଫ୍‌ଲାଇନ୍‌ କୌଣସି ଖଳ କାର୍ଯ୍ୟ କରିବାକୁ ଭୟ କରିବେ ଏବଂ ସେଥିରୁ ନିବୃତ୍ତ ରହିବେ। ନିବଶକଙ୍କୁ ଓଡିଆ ଚଳଚ୍ଚିତ୍ର ନିର୍ମାଣପାଇଁ ସରକାରୀ ସହାୟତା ଦିଆଯାଉ। ପୂର୍ବରୁ ଏହି ସମସ୍ୟା ନେଇ ସରକାରୀ ସ୍ତରରେ ସମସ୍ତଙ୍କୁ ଅବଗତ କରିଥିଲି। ହେଲେ ମତେ ନ୍ୟାୟ ମିଳିଲାନି। ସମସ୍ୟାର ସମାଧାନ ପାଇଁ ଧାରଣାରେ ବସିଲି। ଗତକାଲି ଠାରୁ ପ୍ରଯୋଜକ ,କଳାକାର, ଟେକନିସିଆନ,ନିର୍ଦ୍ଦେଶକ ଯୋଗ ଦେବେ ବୋଲି କହିଥିଲେ ପ୍ରଯୋଜିକା ସନଲିସା ପଟେଲ।