Advertisement
Article Detail0/zeeodisha/odisha2207993
Zee OdishaOdisha StateSchool Closed: ଅସହ୍ୟ ତାତିରେ କଲବଲ ସାରା ରାଜ୍ୟ, ଏତିକି ଦିନ ବନ୍ଦ ରହିବ ସ୍କୁଲ

School Closed: ଅସହ୍ୟ ତାତିରେ କଲବଲ ସାରା ରାଜ୍ୟ, ଏତିକି ଦିନ ବନ୍ଦ ରହିବ ସ୍କୁଲ

School Closed: ପ୍ରଚଣ୍ତ ଗ୍ରୀଷ୍ମ ପ୍ରବାହ ଯୋଗୁଁ କଲବଲ ରାଜବାସୀ । ଗତ ଦୁଇ ଦିନ ହେବ ତାପମାତ୍ର ବୃଦ୍ଧି ପାଇଥିବା ବେଳେ ଘରୁ ବାହାରିବା ମୁସ୍କିଲ ହୋଇପଡ଼ିଛି । ତେବେ ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ୩ ଦିନ ସ୍କୁଲ ବନ୍ଦ କରିବାକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ଏପ୍ରିଲ୍ ୧୮,୧୯ ଓ ୨୦ ସମସ୍ତ ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ସ୍କୁଲ ବନ୍ଦ ରହିବ ବୋଲି ସରକାରଙ୍କ ନିଷ୍ପତ୍ତି ନେଇଛନ୍ତି।

ସୂଚନାଯୋଗ୍ୟ, ସୋମାବାର ତାପମାତ୍ରା ରେକର୍ଡ଼ ଭାଙ୍ଗିଛି।  ବାରିପଦାରେ ଚଳିତ ବର୍ଷର ସର୍ବୋଚ୍ଚ ତାପମାତ୍ରା ୪୩.୬ ଡିଗ୍ରୀ ରେକର୍ଡ଼ ହେବା ସହ ଏହା ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି। ୧୪ ତାରିଖ ଠାରୁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ପୁଣି ବଢିଛି। ସୋମବାର ଯେଉଁଠି ରାଜ୍ୟର ୧୮ ସହରର ତାପମାତ୍ରା ୪୦ ଡିଗ୍ରୀ ଅବା ତା ଠାରୁ ଅଧିକ ରେକର୍ଡ଼ ହୋଇଥିଲା।  ସେଠି ମଙ୍ଗଳବାର ୨୯ ସହରର ତାତି ୪୦ ଡିଗ୍ରୀ ପାର୍ କରିଛି। ବାରିପଦାରେ ଗତ ୨୪ ଘଣ୍ଚାରେ  ଦିନ ତାପମାତ୍ରା ସ୍ବାଭାବିକ ଠାରୁ ୫.୫ ଡିଗ୍ରୀ ବୃଦ୍ଧି ପାଇଛି। 

ସେପଟେ, ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ପଶ୍ଚିମପଟୁ ରାଜ୍ୟକୁ କ୍ରମାଗତ ଭାବେ ଶୁଷ୍କ ତଥା ଆଦ୍ରତା ବାୟୁ ପ୍ରବାହ ହେଉଛି। ଯାହାଫଳରେ ରାଜ୍ୟରେ ଉଷ୍ଣ ଆଦ୍ର ସ୍ଥିତି ଅନୁଭୂତ ହେଉଛି। ଏହି ସ୍ଥିତି ଆସନ୍ତା ୨୦ ତାରିଖ ଯାଏଁ ଦେଖିବାକୁ ମିଳିବ। ଆଉ ୨ ଦିନ ରାଜ୍ୟରେ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢିବ। ୧୮ରୁ ୨୦ ତାରିଖ ରାଜ୍ୟରେ ତାତି ଶିଖର ଛୁଇଁବ। ଆଭ୍ୟନ୍ତରିଣରେ ଦିନ ତାପମାତ୍ରା ୪୫ ଡିଗ୍ରୀ ଛୁଇଁବା ସମ୍ଭାବନା ରହିଛି। ସେଥିପାଇଁ ଆଂଚଳିକ ପାଣିପାଗ କେନ୍ଦ୍ର ୫ ଦିନ ପାଇଁ ହିଟ୍ ଓ୍ବେଭ୍  ଓ ହିଟ୍ ଆଣ୍ତ ହ୍ୟୁମିଡ଼ ସ୍ଥିତି ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି। ୨୦ ତାରିଖରୁ ରାଜ୍ୟ ପାଗ ସାମାନ୍ୟ ପରିବର୍ତ୍ତନ ଆସିବା ସମ୍ଭାବନା ରହିଛି। ଏହି ଦିନ ଏକ ପଶ୍ଚିମା ଝଡ଼ ସକ୍ରିୟ ହେବା ଫଳରେ ରାଜ୍ୟରେ ୨ରୁ ୩ ଦିନ ହାଲୁକା ବର୍ଷା ସାଙ୍ଗକୁ ଉତ୍ତର ପଶ୍ଚିମ କିଛି ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି।

About the Author