Summer Vacations 2024: ଆଜିଠୁ ସାରା ରାଜ୍ୟରେ ସ୍କୁଲ ଛୁଟି, ପ୍ରଚଣ୍ଡ ଖରା ପାଇଁ ନିଷ୍ପତ୍ତି
Advertisement
Article Detail0/zeeodisha/odisha2220447

Summer Vacations 2024: ଆଜିଠୁ ସାରା ରାଜ୍ୟରେ ସ୍କୁଲ ଛୁଟି, ପ୍ରଚଣ୍ଡ ଖରା ପାଇଁ ନିଷ୍ପତ୍ତି

Summer Vacation: ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଆଜି ଠାରୁ ସାରା ରାଜ୍ୟରେ ବନ୍ଦ ରହିବ ସ୍କୁଲ। 

ସୌଜନ୍ୟ-ସୋସିଆଲ୍ ମିଡିଆ

Summer Vacation: ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଆଜି ଠାରୁ ସାରା ରାଜ୍ୟରେ ବନ୍ଦ ରହିବ ସ୍କୁଲ। ପ୍ରଚଣ୍ତ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଏବଂ ଗଣ ଶିକ୍ଷା ବିଭାଗ ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି। 

ALSO READ : JEE Mains Session 2 Result 2024: ପ୍ରକାଶ ପାଇଲା JEE ମେନ୍ ସେସନ୍ -୨ ରେଜଲ୍ଟ, ଏମିତି ଚେକ୍ କରନ୍ତୁ ରେଜଲ୍ଟ

 

ସୂଚନା ଯୋଗ୍ୟ, ନିକଟରେ ସମ୍ଭାବ୍ୟ ଗ୍ରୀଷ୍ମପ୍ରବାହ ଓ ପାଣିପାଗ ବିଭାଗର ସୂଚନାକୁ ଦୃଷ୍ଟିରେ ରଖି ସରକାର ଚଳିତ ଅପ୍ରେଲ ୨୨ ରୁ ୨୪ ତାରିଖ ପର୍ଯ୍ୟନ୍ତ ତିନି ଦିନ ପାଇଁ ସମସ୍ତ ସରକାରୀ ସ୍କୁଲ୍ ଗୁଡିକର ସମୟ ପରିବିର୍ତ୍ତନ କରିଥିଲେ। ବିଦ୍ୟାଳୟ ଗୁଡ଼ିକୁ ସକାଳ ୬.୩୦ରୁ ୧୦.୩୦ ପର୍ଯ୍ୟନ୍ତ ଖୋଲା ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଖରା ଛୁଟି ସମୟରେ, ଛାତ୍ରଛାତ୍ରୀ ଓ  ଶିକ୍ଷକଙ୍କ ପାଇଁ ଶିକ୍ଷା ତଥା ଶୈକ୍ଷିକ କାର୍ଯ୍ୟକ୍ରମ ନିମନ୍ତେ ରାଜ୍ଯ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ, ରାଜ୍ଯ ମାଧ୍ଯମିକ ଶିକ୍ଷା ନିର୍ଦ୍ଦେଶକ ଓ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକଙ୍କ ସହ ପ୍ରତ୍ଯକ୍ଷ ତତ୍ତ୍ବାବଧାନରେ ବିଦ୍ଯାଳୟ ପରିଚାଳନା କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି ।