Odisha: ମୁଖ୍ୟ ଶାସନ ସଚିବଙ୍କୁ ସାକ୍ଷାତ କଲେ ସଡ଼କ ସୁରକ୍ଷା ସଂକ୍ରାନ୍ତ ସୁପ୍ରିମ୍ କୋର୍ଟ କମିଟି ସଚିବ
Advertisement
Article Detail0/zeeodisha/odisha1848634

Odisha: ମୁଖ୍ୟ ଶାସନ ସଚିବଙ୍କୁ ସାକ୍ଷାତ କଲେ ସଡ଼କ ସୁରକ୍ଷା ସଂକ୍ରାନ୍ତ ସୁପ୍ରିମ୍ କୋର୍ଟ କମିଟି ସଚିବ

Road Safety Awareness: ମୁଖ୍ୟ ଶାସନ ସଚିବଙ୍କୁ ସାକ୍ଷାତ କଲେ  ସଡ଼କ ସୁରକ୍ଷା ସଂକ୍ରାନ୍ତ ସୁପ୍ରିମ୍ କୋର୍ଟ କମିଟି ସଚିବ। ରାଜ୍ୟରେ ସଡକ ସୁରକ୍ଷା ସଂକ୍ରାନ୍ତରେ କଲେ ଆଲୋଚନା। ରୋଡ ଇଞ୍ଜିନିୟରିଂ ଉପରେ ପ୍ରଶିକ୍ଷଣ ଏବଂ ସଚେତନତା ଉପରେ କରାଗଲା ଗୁରୁତ୍ୱାରୋପ।

 

 Odisha: ମୁଖ୍ୟ ଶାସନ ସଚିବଙ୍କୁ ସାକ୍ଷାତ କଲେ ସଡ଼କ ସୁରକ୍ଷା ସଂକ୍ରାନ୍ତ ସୁପ୍ରିମ୍ କୋର୍ଟ କମିଟି ସଚିବ

Supreme Court Committee on Road Safety: ଅଗଷ୍ଟ ୩୦ ତାରିଖ ବୁଧବାର ସଡ଼କ ସୁରକ୍ଷା ସଂକ୍ରାନ୍ତ ସୁପ୍ରିମ୍ କୋର୍ଟ କମିଟି ସଚିବ ସଞ୍ଜୟ ମିତ୍ତଲ ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରିଛନ୍ତି। ଓଡ଼ିଶା ପରିବହନ କମିଶନର ଅମିତାଭ ଠାକୁରଙ୍କ ଉପସ୍ଥିତିରେ ରାଜ୍ୟରେ ସଡକ ସୁରକ୍ଷା ସଂକ୍ରାନ୍ତରେ ଆଲୋଚନା କରିଯାଥିଲା ସୁପ୍ରିମ କୋର୍ଟ ସଡ଼କ ସୁରକ୍ଷା କମିଟି ସଦସ୍ୟ। 

ରାଜ୍ୟରେ ସଡ଼କ ସୁରକ୍ଷା ଦିଗରେ ଓଡ଼ିଶା ସରକାର ଗ୍ରହଣ କରୁଥିବା ପଦକ୍ଷେପକୁ ନେଇ ସଡ଼କ ସୁରକ୍ଷା ସଂକ୍ରାନ୍ତ ସୁପ୍ରିମ୍ କୋର୍ଟ କମିଟି ସଚିବ ସଞ୍ଜୟ ମିତ୍ତଲ ସନ୍ତୋଷ ପ୍ରକାଶ କରିଛନ୍ତି। ସଡ଼କ ସୁରକ୍ଷା ଦିଗରେ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ, ପରିବହନ ବିଭାଗ, ପୋଲିସ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ପ୍ରଶଂସନୀୟ ରହିଛି ବୋଲି ପ୍ରକାଶ କରିଛି କମିଟି। ହେଲେ ଏନେଇ ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ କେତେକ କ୍ଷେତ୍ରରେ ରହିଥିବା ଉଦାସୀନ ମନୋଭାବକୁ କମିଟି ସଚିବ ସଞ୍ଜୟ ମିତ୍ତଲ ଅସନ୍ତୋଷ ବ୍ୟକ୍ତ କରିଥିଲେ। 

ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ସଡ଼କ ସୁରକ୍ଷା ସଂକ୍ରାନ୍ତ ସୁପ୍ରିମ୍ କୋର୍ଟ କମିଟି ସଚିବ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଅନୁରୋଧ କରିଥିଲେ। ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ପରିବହନ କମିଶନର ପରାମର୍ଶ ଦେଇ ଏକ ଅଭିଜ୍ଞ ଟିମ୍ ଦ୍ୱାରା ବ୍ଲକ ସ୍ତର ଠାରୁ ସହରାଞ୍ଚଳ ପର୍ଯ୍ୟନ୍ତ ରୋଡ ଇଞ୍ଜିନିୟରିଂ ଉପରେ ଯନ୍ତ୍ରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି। ଅଟୋ ଚାଳକଙ୍କୁ ସଚେତନ କରିବା ଏବଂ ରାଜଧାନୀରେ ଅଟୋ ସଂଖ୍ୟା ବୃଦ୍ଧିକୁ ନିୟନ୍ତ୍ରଣ କରିବା ଉପରେ ସେ କହିଛନ୍ତି। 

ସେହିପରି ଅଭିଭାବକ-ଶିକ୍ଷକ ଦିବସରେ ବିଶେଷଜ୍ଞଙ୍କ ଦ୍ୱାରା ବିଦ୍ୟାଳୟ, ମହାବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ସଡକ ସୁରକ୍ଷା ସମ୍ପର୍କିତ ସଚେତନତା ଉପରେ ସେ ଗୁରୁତ୍ୱ ଦେଇଥିଲେ। ରାସ୍ତା ପାର୍ଶ୍ୱ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଟ୍ରାଫିକ୍ ନିୟନ୍ତ୍ରଣ କେନ୍ଦ୍ର ସମ୍ପର୍କରେ ପ୍ରଶିକ୍ଷଣ ଦିଆଯିବ। ସଡ଼କ ପାର୍ଶ୍ୱରେ ରହିଥିବା ଗ୍ରାମର ଅତି କମରେ ୧୦ ଜଣ ଯୁବକ ଯୁବତୀଙ୍କୁ ରେଡକ୍ରସ କିମ୍ବା ସେଣ୍ଟ ଜନ୍ ପ୍ରାଥମିକ ଚିକିତ୍ସା ଦଳ ଦ୍ୱାରା ପ୍ରଶିକ୍ଷଣ ଦିଆଯିବ। ଯାହା ଦ୍ୱାରା ଦୁର୍ଘଟଣାରେ ପୀଡିତଙ୍କ ଉପଯୁକ୍ତ ଯତ୍ନ ନିଆଯାଇ ପାରିବ। ଉତ୍ସାହିତ କରିବା ପାଇଁ ସଡ଼କ ସୁରକ୍ଷା ସ୍ୱେଚ୍ଛାସେବୀଙ୍କ ବାର୍ଷିକ ସମ୍ମିଳନୀ ଆୟୋଜନ କରାଯିବା ସହ ସଚେତନତା ସୃଷ୍ଟି କରାଯିବା ସମ୍ପର୍କରେ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଥିଲେ।