G20 Summit 2023: ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବେ ଆଦିବାସୀ ମହିଳା
Advertisement
Article Detail0/zeeodisha/odisha1859152

G20 Summit 2023: ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବେ ଆଦିବାସୀ ମହିଳା

Koraput Tribal Women Farmer: କୁନ୍ଦ୍ରା ବ୍ଲକ ନୁଆଁଗୁଡା ଗ୍ରାମର ରାଇମତି ଘିଉରିଆ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ଠାରେ ଅନୁଷ୍ଠିତ ଜି୨୦ ଶିଖର ସମ୍ମିଳନୀରେ ଯୋଗ ଦେଇ ନିଜ ଅନୁଭୁତି କହିବେ।

G20 Summit 2023: ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବେ ଆଦିବାସୀ ମହିଳା

Tribal Women Farmer of Odisha: ପୁଣି ଜାତୀୟ ସ୍ଥରରେ ଚମକିବ କୋରାପୁଟ ମାଣ୍ଡିଆ। କୁନ୍ଦ୍ରା ବ୍ଲକ ନୁଆଁଗୁଡା ଗ୍ରାମର ରାଇମତି ଘିଉରିଆ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ଠାରେ ଅନୁଷ୍ଠିତ ଜି୨୦ ଶିଖର ସମ୍ମିଳନୀରେ ଯୋଗ ଦେଇ ନିଜ ଅନୁଭୁତି କହିବେ। ସେ ନିଜର ଅନୁଭୂତି କୋରାପୁଟିଆ ଆଦିବାସୀ ଶୈଳୀରେ କହିବେ।

ଜି-୨୦ ଶିଖର ସମ୍ମିଳନୀରେ ଚମକିବ କୋରାପୁଟର ମାଣ୍ଡିଆ
କେନ୍ଦ୍ର ସରକାର ଚଳିତ ବର୍ଷକୁ ମିଲେଟ ବର୍ଷ ଘୋଷଣା କରିଥିଲେ। କୋରାପୁଟ ଜିଲ୍ଲାର କୁନ୍ଦ୍ରା ବ୍ଲକ ଅଧିନସ୍ଥ ଲିମା ପଞ୍ଚାୟତର ନୁଆଁଗୁଡା ଗ୍ରାମର ରାଇମତି ବର୍ଷ ବର୍ଷ ଧରି ମାଣ୍ଡିଆ ଚାଷ କରୁଥିବା ସହ ଏହାର ସଂରକ୍ଷଣ କରିଛନ୍ତି। ରାଇମତିଙ୍କୁ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଜି୨୦ ଶିଖର ସମ୍ମିଳନୀରେ ଅଂଶ ଗ୍ରହଣ ପାଇଁ ନିମନ୍ତ୍ରଣ କରାଯାଇଛି। ଏହା ପୂର୍ବରୁ ସେ ବହୁବାର କେନ୍ଦ୍ରରେ ନିଜର ପ୍ରତିଭାକୁ ଦେଖାଇବା ସହ ପୁରସ୍କୃତ ମଧ୍ୟ ହୋଇଛନ୍ତି।

ରାଇମତି ଘିୟୁରିଆ ବର୍ଷ ବର୍ଷ ହେଲା ୧୦୦ ପ୍ରକାରରୁ ଉର୍ଦ୍ଧ୍ୱ ଧାନ ଏବଂ ୪୦ ପ୍ରକାରରୁ ଉର୍ଦ୍ଧ୍ୱ ମାଣ୍ଡିଆ ସଂରକ୍ଷଣ କରି ରଖିଛନ୍ତି। ତାହା ସହ ସେ ଦେଶୀ ଖତ ଏବଂ ସାର ବ୍ୟବହାର କରିବା ସହ ଅନ୍ୟ ମାନଙ୍କୁ ମଧ୍ୟ ବ୍ୟବହାର କରିବା ନିମନ୍ତେ କହୁଛନ୍ତି। ଦିନେ ଗରିବର ଖାଦ୍ୟ କୁହାଯାଉଥିବା ମାଣ୍ଡିଆର ପୌଷ୍ଟିକ ଖାଦ୍ୟଗୁଣ ଯୋଗୁଁ ଆଜି ତାକୁ ଶ୍ରୀଅର୍ଣ୍ଣ ରୂପେ ଅଭିହିତ କରାଯାଉଛି। ବାଟି ମାଣ୍ଡିଆ ଚାଷ କରି ଏହି ପ୍ରଜାତିକୁ ସଂରକ୍ଷିତ କରି ରଖି ଥିବାରୁ ରାଇମତିକୁ ଦିଲ୍ଲୀ ଯିବାକୁ ସୁଯୋଗ ମିଳିଛି। 

ସେଠାରେ ସେ ଜନଜାତିଙ୍କ ପରମ୍ପରାକୁ ନିଜ ଆଦିବାସୀ ଭାଷା ଆଉ ଶୈଳୀରେ ନିଜର ଅନୁଭୂତିକୁ ପ୍ରଦର୍ଶନ କରିବେ ସେଥିପାଇଁ ଆଜି ସେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି। ତାଙ୍କୁ କେନ୍ଦ୍ର ସରକାରଙ୍କ ଏଭଳି ପ୍ରୋତ୍ସାହନ ପାଇଁ ସେ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇବା ସହ ସେ ନିଜର ଅଞ୍ଚଳର ଚାଷୀଙ୍କ ବିକାଶ ନିମନ୍ତେ ଚେଷ୍ଟା ଜାରି ରଖିଥିଲେ। ଏହା ଆଗକୁ ଜାରି ରଖିବେ ବୋଲି ମଧ୍ୟ କହିଛନ୍ତିl