Tutu Nayak: ସାମ୍ବାଦିକାଙ୍କୁ ମାଡ଼ ମାରିବା ଘଟଣାରେ ଟୁଟୁ ନାୟକଙ୍କୁ ମିଳିଲା ଜାମିନ୍
Advertisement
Article Detail0/zeeodisha/odisha1950584

Tutu Nayak: ସାମ୍ବାଦିକାଙ୍କୁ ମାଡ଼ ମାରିବା ଘଟଣାରେ ଟୁଟୁ ନାୟକଙ୍କୁ ମିଳିଲା ଜାମିନ୍

Tutu Nayak: ଟୁଟୁ ନାୟକଙ୍କୁ  ମିଳିଲା ଜାମିନ୍ । ସାମ୍ବାଦିକାଙ୍କୁ ମାଡ଼ ମାମଲାରେ ଗିରଫ ହୋଇ ଜେଲ ଯାଇଥିଲେ ଟୁଟୁ ନାୟକ । ୫୦ ହଜାର ଟଙ୍କା ଓ ଜଣେ ଜାମିନଦାର ବଦଳରେ ସର୍ତ୍ତମୂଳକ ଭାବେ ଜାମିନ ଦେଇଛନ୍ତି ଭୁବନେଶ୍ୱର ଏସଡିଜେଏମ୍ କୋର୍ଟ ।

ସୌ(ସୋସିଆଲ ମିଡିଆ)

Tutu Nayak: ପ୍ରଯୋଜକ ଟୁଟୁ ନାୟକଙ୍କୁ (Tutu Nayak) ମିଳିଲା ଜାମିନ୍ । ସାମ୍ବାଦିକାଙ୍କୁ ମାଡ଼ ମାମଲାରେ ଗିରଫ ହୋଇ ଜେଲ ଯାଇଥିଲେ ଟୁଟୁ ନାୟକ । ୫୦ ହଜାର ଟଙ୍କା ଓ ଜଣେ ଜାମିନଦାର ବଦଳରେ ସର୍ତ୍ତମୂଳକ ଭାବେ ଜାମିନ ଦେଇଛନ୍ତି ଭୁବନେଶ୍ୱର ଏସଡିଜେଏମ୍ କୋର୍ଟ (Bhubaneswar SDJM court) ।

ସୂଚନା ଅନୁଯାୟୀ, ୪ ଦିନ ଜେଲରେ ରହିବା ପରେ ଓଡ଼ିଆ ସିନେମା ପ୍ରଯୋଜକ ସଞ୍ଜୟ ଓରଫ୍‍ ଟୁଟୁ ନାୟକଙ୍କୁ ଜାମିନ ମିଳିଛି। ମହିଳା ସାମ୍ବାଦିକ ଦେବସ୍ମିତା ରାଉତଙ୍କୁ ମାଡ଼ ମାରିବା ଅଭିଯୋଗରେ ଭୁବନେଶ୍ୱର ପୋଲିସ ଗତ ଶନିବାର ଦିନ ତାଙ୍କୁ ଗିରଫ କରିଥିଲା। ଦଫା ୩୫୪, ୩୪୧, ୩୨୩, ୨୯୪ ରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା ଆଜି ୫୦ ହଜାର ଟଙ୍କା ଓ ଜଣେ ଜାମିନଦାରଙ୍କ ବଦଳରେ ତାଙ୍କୁ ଜାମିନ୍ ଦିଆଯାଇଛି। ସାମ୍ବାଦିକାଙ୍କୁ ମାଡ଼ ମାରିବା ଘଟଣାରେ ଥିବା ସିସିଟିଭି ଫୁଟେଜ୍‍ ଗଣମାଧ୍ଯମରେ ପ୍ରସାର ହେବା ପରେ ପୋଲିସ ଉପରେ ଚାପ ବଢ଼ିଥିଲା। ସେ ମାଡ଼ ମାରି ନାହାନ୍ତି ବରଂ ସ୍ନେହରେ ହାତ ଲଗାଇଥିଲେ ବୋଲି ନିଜ ପ୍ରତିକ୍ରିୟାରେ କହିଥିଲେ ଟୁଟୁ। ଅନ୍ୟପଟେ ରାଜ୍ୟ ମହିଳା କମିଶନରଙ୍କ ପକ୍ଷରୁ ମଧ୍ୟ ଏନେଇ ଏକ ମାମଲା ରୁଜୁ କରାଯାଇଛି।

ନିକଟ ଅତୀତରେ ଟୁଟୁ ନାୟକ ଅଭିନେତା ମନୋଜ ମିଶ୍ରଙ୍କୁ ବୟକଟ କରି ଚର୍ଚ୍ଚାକୁ ଆସିଥିଲେ। ପ୍ରଯୋଜକ ସଂଘ ପକ୍ଷରୁ ସେ ମନୋଜଙ୍କୁ ୨ ବର୍ଷ ପାଇଁ ଓଡ଼ିଆ ସିନେମାରୁ ବ୍ୟାନ୍‍ କରିଥିବା କହିଥିଲେ। ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଥିଲା। ବିଧାନସଭାରେ କଂଗ୍ରେସ ଦଳର ନେତା ନରସିଂହ ମିଶ୍ର ଏହାକୁ ନେଇ ଆପତ୍ତି ଉଠାଇଥିଲେ। ପରେ ଓଡ଼ିଶା ବିଭାଜନର କଥା ଉଠିଥିଲା।

Also Read-Rajnikant Singh: ଉପବାଚସ୍ପତି ପଦରୁ ଇସ୍ତଫା ଦେଲେ ରଜନୀକାନ୍ତ ସିଂହ