Odisha News: ଗଣେଶ ପୂଜାରେ ଅଘଟଣ: ୨ ମୃତ, ସଂକଟାପନ୍ନ ଦୁଇ ଜୀବନ
Advertisement

Odisha News: ଗଣେଶ ପୂଜାରେ ଅଘଟଣ: ୨ ମୃତ, ସଂକଟାପନ୍ନ ଦୁଇ ଜୀବନ

Odisha News: ଗଣେଶ ପୂଜା ପାଇଁ ଚଳଚଞ୍ଚଳ ପୁରଠୁ ପଲ୍ଲୀ । ଏହି ଉତ୍ସବର ମାହୋଲ ଭିତରେ ସାମ୍ନାକୁ ଆସିଛି ଦୁଇ ଦୁଇଟି ଦୁଃଖଦ ଖବର । ଗଣେଶଙ୍କ ପେଣ୍ତାଲରେ ବିଦ୍ୟୁତ୍ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଏକ ଘରୋଇ ବିଶ୍ବ ବିଦ୍ୟାଳୟରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି ।

ସୌ(ସୋସିଆଲ ମିଡିଆ)

Odisha News: ଗଣେଶ ପୂଜା (Ganesh chaturthi 2023) ପାଇଁ ଚଳଚଞ୍ଚଳ ପୁରଠୁ ପଲ୍ଲୀ । ଏହି ଉତ୍ସବର ମାହୋଲ ଭିତରେ ସାମ୍ନାକୁ ଆସିଛି ଦୁଇ ଦୁଇଟି ଦୁଃଖଦ ଖବର । ଗଣେଶଙ୍କ ପେଣ୍ତାଲରେ ବିଦ୍ୟୁତ୍ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଏକ ଘରୋଇ ବିଶ୍ବ ବିଦ୍ୟାଳୟରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି ।

ସୂଚନା ଅନୁଯାୟୀ, ପୂଜାର ମାହୋଲ ଭିତରେ ସାମ୍ନାକୁ ଆସିଲା ଅଘଟଣର ଚିତ୍ର । ନରାଜରେ ସ୍ଥିତ (cuttack naraj) ଏକ ଘରୋଇ ବିଶ୍ବବିଦ୍ୟାଳୟରେ ବିଦ୍ୟୁତ ସଂସ୍ପର୍ଶରେ (Electric Shock) ଆସି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଗୁରୁତର ହୋଇଛନ୍ତି ।  ପୂଜା ପାଇଁ ଏକ ଟ୍ରାକ୍ଟର ସାହାଯ୍ୟରେ ଗଣେଶ ମୂର୍ତ୍ତି ନେବା ସମୟରେ ୩ ଜଣ ଛାତ୍ର ୧୧ କେଭି ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ। ଫଳରେ ସେମାନଙ୍କ ଭିତରୁ ଜଣେ ଛାତ୍ରଙ୍କ ମୃତ୍ୟୁ ହେଇଥିବା ବେଳେ ଅନ୍ୟ ୨ ଜଣ ଗୁରୁତର (Injured) ଆହତ ହୋଇଛନ୍ତି । ଆହତ ମାନଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଉଭୟ ଛାତ୍ରଙ୍କ ମୁଣ୍ତରେ ଗଭୀର ଆଘାତ ଲାଗିଥିବାରୁ ସେମାନଙ୍କ ଅବସ୍ଥା ସଂକଟାପନ୍ନ ଥିବା ଜଣାପଡିଛି ।

Also Read-Vande Bharat Express: ଏହି ଦିନ ପୁରୀ-ରାଉରକେଲା ମଧ୍ଯରେ ଗଡ଼ିବ ବନ୍ଦେ ଭାରତ!

ଅନ୍ୟପଟେ ଗଜପତି (Gajapati) ଜିଲ୍ଲା ତୋଟାଗୁମୁଡ଼ା ଗାଁରୁ ମଧ୍ଯ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ସୋମବାର ଦିନ ରାତିରେ ଗଣେଶଙ୍କ ପେଣ୍ତାଲରେ (Ganesh puja pandal) ଜଣେ ଯୁବକ ମାଇକ ସଜାଡୁଥିବା ବେଳେ ତାଙ୍କୁ ବିଦ୍ୟୁତ୍ ଆଘାତ (Electric Shock) ଲାଗିଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ପାରଳାଖେମୁଣ୍ତି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହକୁ ବ୍ୟବଚ୍ଛେଦ (Postmortem) ପାଇଁ ପଠାଇଛି ପୋଲିସ ।

Also Read-Odisha News: ସମ୍ବାଦରେ EOW ଚଢାଉ ଘଟଣା, ବର୍ଷିଲେ ବିଜେପି ନେତା