ଆୟ ଅପେକ୍ଷା ୨୯୩% ଅଧିକ ସମ୍ପତ୍ତି ରଖିବା ପାଇଁ ନୟାଗଡ଼ MVIକୁ ଗିରଫ କଲା ଓଡି଼ଶା ଭିଜିଲାନ୍ସ
Advertisement
Article Detail0/zeeodisha/odisha2053394

ଆୟ ଅପେକ୍ଷା ୨୯୩% ଅଧିକ ସମ୍ପତ୍ତି ରଖିବା ପାଇଁ ନୟାଗଡ଼ MVIକୁ ଗିରଫ କଲା ଓଡି଼ଶା ଭିଜିଲାନ୍ସ

Odisha Vigilance Arrests Nayagarh MVI: କେବଳ ଭୁବନେଶ୍ୱରରେ ପଞ୍ଚାନନ ବେହେରାଙ୍କ ୧୨ଟି ଦାମୀ ପ୍ଲଟ ରହିଛି। ନିଜ ଶଳା ଓ ସମ୍ପର୍କୀୟଙ୍କ ନାଁରେ ବି ସେ ପ୍ଲଟ କିଣିଥିବା କଥା ଚଢାଉ ସମୟରେ ଜାଣିବାକୁ ମିଳିଛି । ଏହା ସହିତ ତାଙ୍କ ପାଖରୁ ୧୫ ଲକ୍ଷରୁ ଅଧିକ ନଗଦ ଟଙ୍କା, ସୁନା ଓ ଗୃହ ଉପକରଣ ମିଳିଛି। ଏହାଛଡା ତାଙ୍କ ପାଖରେ ୪ଟି ଗାଡି ବି ରହିଛି।

Odisha Vigilance Arrests Nayagarh MVI

Odisha Vigilance: ଓଡି଼ଶା ଭିଜିଲାନ୍ସ ନୟାଗଡ଼ ମୋଟର ଯାନ ଇନ୍ସପେକ୍ଟର ପଞ୍ଚାନନ ବେହେରାଙ୍କୁ ଆୟ ଅପେକ୍ଷା ୨୯୩% ଅଧିକ ସମ୍ପତ୍ତି ରଖିବା ଅଭିଯୋଗରେ ଗିରଫ କରିଛି। ଏହା ସମେତ ଭିଜିଲାନ୍ସ ନୟାଗଡ ଏମଭିଆଇ ପଞ୍ଚାନନ ବେହେରାଙ୍କ କୋଟି କୋଟି ଟଙ୍କାର ଆୟବହିର୍ଭୁତ ସମ୍ପତ୍ତିି ଠାବ କରିଛି। ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ତାଙ୍କର ୩୧ଟି ବିଭିନ୍ନ ପ୍ଲଟ୍ ରହିଛି । ଏଥିମଧ୍ୟରେ ୧୦ଟି ବେନାମୀ ପ୍ଲଟ୍ ବି ଅଛି। 

ଭିଜିଲାନ୍ସ ଏମଭିଆଇ ପଞ୍ଚାନନ ବେହେରାଙ୍କ ସାଲେପୁରସ୍ଥିତ ପୈତୃକ ଘର ସମେତ ମୋଟ ୭ଟି ସ୍ଥାନରେ ଚଢାଉ ହୋଇଥିଲା । ଏହି ସମୟରେ ସେ କୋଟି କୋଟି ଟଙ୍କାର ଆୟବର୍ହିଭୂତ ସମ୍ପତି ଠୁଳ କରିଥିବା କଥା ସାମ୍ନାକୁ ଆସିଥିଲା। ଶୈଳଶ୍ରୀବିହାର ଓ ପାଣ୍ଡରାରେ ମଧ୍ୟ ତାଙ୍କର କୋଠା ରହିଛି । ଏହା ସମେତ ତାଙ୍କ ପାଖରେ ୭୨ ଲକ୍ଷ ଟଙ୍କାର ବ୍ୟାଙ୍କ ଡିପୋଜିଟ ଥିବା ଜଣା ପଡ଼ିଛି।

କେବଳ ଭୁବନେଶ୍ୱରରେ ପଞ୍ଚାନନ ବେହେରାଙ୍କ ୧୨ଟି ଦାମୀ ପ୍ଲଟ ରହିଛି। ନିଜ ଶଳା ଓ ସମ୍ପର୍କୀୟଙ୍କ ନାଁରେ ବି ସେ ପ୍ଲଟ କିଣିଥିବା କଥା ଚଢାଉ ସମୟରେ ଜାଣିବାକୁ ମିଳିଛି । ଏହା ସହିତ ତାଙ୍କ ପାଖରୁ ୧୫ ଲକ୍ଷରୁ ଅଧିକ ନଗଦ ଟଙ୍କା, ସୁନା ଓ ଗୃହ ଉପକରଣ ମିଳିଛି। ଏହାଛଡା ତାଙ୍କ ପାଖରେ ୪ଟି ଗାଡି ବି ରହିଛି। କିନ୍ତୁ ଏହା ଅନ୍ୟମାନଙ୍କ ନାଁରେ ଥିବା ଜଣାପଡିଛି । ଏହା ସହିତ ପଞ୍ଚାନନ ବେହେରା ନିଜ ପୁଅକୁ ଏମବିବିଏସ ପଢାଇବା ପାଇଁ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ଭିଜିଲାନ୍ସ ଜାଣିବାକୁ ପାଇଛି। ଏହି ମାମଲାର ଅଧିକ ତଦନ୍ତ ଜାରି ରହିଛି।