Weather: ବୈତରଣୀ ନଦୀରେ ବନ୍ୟା ଆଶଙ୍କା, ସଜାଗ ରହିବାକୁ ନିର୍ଦ୍ଦେଶ
Advertisement
Article Detail0/zeeodisha/odisha2434107

Weather: ବୈତରଣୀ ନଦୀରେ ବନ୍ୟା ଆଶଙ୍କା, ସଜାଗ ରହିବାକୁ ନିର୍ଦ୍ଦେଶ

Weather: ଗତକାଲି ରାତି ୨ଟା ଠାରୁ ବୈତରଣୀ ନଦୀର ଜଳ ସ୍ତର ବିପଦ ସଂକେତ ଉପରେ ପ୍ରଭାହିତ ହୋଇଥିବା ବେଳେ ଆଜି ସକାଳ ୬ଟା ସୁଦ୍ଧା ଏହା ୧.୧୨ମିଟର ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି। ଏଠାରେ ବୈତରଣୀ ନଦୀର ଆଖୁଆପଦା ଠାରେ ବିପଦ ସଂକେତ ୧୭.୮୩ ମିଟର ରହିଛି। ଉପର ମୁଣ୍ଡରେ ବର୍ଷା ଯୋଗୁଁ ବୈତରଣୀ ଜଳସ୍ତର ବୃଦ୍ଧି ପାଇଛି।

Weather: ବୈତରଣୀ ନଦୀରେ ବନ୍ୟା ଆଶଙ୍କା, ସଜାଗ ରହିବାକୁ ନିର୍ଦ୍ଦେଶ

Weather: (Abhay Mohanty) ରାଜ୍ୟରେ ବର୍ଷା ଲାଗି ରହିଛି। ଲଘୁଚାପ ଜନିତ ବର୍ଷା ଯୋଗୁ ବୈତରଣୀ ନଦୀରେ ବନ୍ୟା ଆଶଙ୍କା ଦେଖାଦେଇଛି। ଗତକାଲି ରାତି ୨ଟା ଠାରୁ ବୈତରଣୀ ନଦୀର ଜଳ ସ୍ତର ବିପଦ ସଂକେତ ଉପରେ ପ୍ରଭାହିତ ହୋଇଥିବା ବେଳେ ଆଜି ସକାଳ ୬ଟା ସୁଦ୍ଧା ଏହା ୧.୧୨ମିଟର ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି। ଏଠାରେ ବୈତରଣୀ ନଦୀର ଆଖୁଆପଦା ଠାରେ ବିପଦ ସଂକେତ ୧୭.୮୩ ମିଟର ରହିଛି। ଉପର ମୁଣ୍ଡରେ ବର୍ଷା ଯୋଗୁଁ ବୈତରଣୀ ଜଳସ୍ତର ବୃଦ୍ଧି ପାଇଛି।

ତେବେ ସମ୍ଭାବ୍ୟ ସ୍ଥିତିକୁ ନେଇ ଜିଲ୍ଲା ପ୍ରଶାସନ ସତର୍କ ଏବଂ ସଜାଗ ରହିଥିବା କହିଛନ୍ତି ଭଦ୍ରକ ଜିଲ୍ଳାପାଳ ଦିଲ୍ଲୀପ ରାଉତରାୟ। ବିଶେଷକରି ସମ୍ଭାବ୍ୟ ବନ୍ୟା ସ୍ଥିତି ଉପରେ ନଜର ରଖିବାକୁ ତହସିଲଦାର ଏବଂ ବିଡ଼ିଓ ମାନଙ୍କୁ ନିର୍ଦ୍ଧେଶ ଦିଆଯାଇଛି। ସେହିଭଳି ଜିଲ୍ଲାର ଭଣ୍ଡାରିପୋଖରୀ ଏବଂ ଧାମନଗର ବ୍ଳକରେ ଥିବା ଅତି ସମ୍ବେଦନଶୀଳ ଏସକେଏଫ ଉପରେ କଡା ନଜର ରଖାଯାଇଛି । ତେବେ ବୈତରଣୀ ନଦୀର ସେହି ଧରଣର ବନ୍ୟା ଆଶଙ୍କା ନାହିଁ ବୋଲି କହିଛନ୍ତି ଜିଲ୍ଳାପାଳ ଦିଲ୍ଲୀପ ରାଉତରାୟ।