ଟମାଟୋ ପରେ ଗ୍ରାହକଙ୍କୁ କନ୍ଦାଉଛି ଆଳୁ ଓ ପିଆଜ, ଜାଣନ୍ତୁ ରାଜଧାନୀରେ ଆଜି କେତେ ଅଛି ପରିବା ଦର?
Advertisement
Article Detail0/zeeodisha/odisha2352029

ଟମାଟୋ ପରେ ଗ୍ରାହକଙ୍କୁ କନ୍ଦାଉଛି ଆଳୁ ଓ ପିଆଜ, ଜାଣନ୍ତୁ ରାଜଧାନୀରେ ଆଜି କେତେ ଅଛି ପରିବା ଦର?

Vegetable Price Hike:  କନ୍ଦାଇଲାଣି କଞ୍ଚା ପନିପରିବା ଦର। ବଜାରରେ ଯାହାକୁ ଛୁଇଁବ ୮୦ ଉପରେ ଦର।  କ'ଣ ଖାଇବେ ଓ କେମିତି ଚଳିବେ।ଏନେଇ ଚିନ୍ତାରେ ପଡ଼ିଗଲେଣି। ପରିବା ବଜାରରେ ମହଙ୍ଗା ମାଡ଼ ସିଧାସଳଖ ଖାଉଟିଙ୍କ ପକେଟକୁ ବାଧୁଛି। 

ଟମାଟୋ ପରେ ଗ୍ରାହକଙ୍କୁ କନ୍ଦାଉଛି ଆଳୁ ଓ ପିଆଜ, ଜାଣନ୍ତୁ ରାଜଧାନୀରେ ଆଜି କେତେ ଅଛି ପରିବା ଦର?

Vegetable Price Hike:  କନ୍ଦାଇଲାଣି କଞ୍ଚା ପନିପରିବା ଦର। ବଜାରରେ ଯାହାକୁ ଛୁଇଁବ ୮୦ ଉପରେ ଦର।  କ'ଣ ଖାଇବେ ଓ କେମିତି ଚଳିବେ।ଏନେଇ ଚିନ୍ତାରେ ପଡ଼ିଗଲେଣି। ପରିବା ବଜାରରେ ମହଙ୍ଗା ମାଡ଼ ସିଧାସଳଖ ଖାଉଟିଙ୍କ ପକେଟକୁ ବାଧୁଛି। ବଜାରକୁ ଯାଇ ପରିବା ଆଣିବାକୁ ଲାଗୁଛି ଡର। କଞ୍ଚା ପରିବା ସହ ତାଳ ଦେଇ ଆଳୁ ପିଆଜର ମଧ୍ୟ ଦର ବୃଦ୍ଧି ହୋଇଛି। ଯାହା ସାଧାରଣ ଲୋକଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। 

ALSO READ : Petrol Diesel Price Today: ଭୁବନେଶ୍ବରରେ କେତେ ବଢିଲା ପେଟ୍ରୋଲ-ଡିଜେଲ୍ ଦର? ଜାଣନ୍ତୁ

ALSO READ : Gajkesari Yog 2024: ଶ୍ରାବଣ ଦ୍ବିତୀୟ ସୋମବାରରେ ଗଜକେଶରୀ ଯୋଗ, ଏହି ରାଶିଙ୍କୁ ଧନବାନ୍ କରାଇବେ ମହାଦେବ!

ଶ୍ରାବଣ ମାସ ଚାଲିଥିବାରୁ ଅଧିକାଂଶ ଲୋକେ ମାଛ ,ମାଂସ ,ଅଣ୍ତା ଛାଡି ପୁରା ଶାହାକରି ଭୋଜନ କରୁଛନ୍ତି। ପରିବା ଦର କେବେ କମିବ ତାହାକୁ ଚାହିଁ ବସିଛନ୍ତି ଲୋକେ। କଞ୍ଚା ପରିବା ଦର ବୃଦ୍ଧି ପରେ,ଲୋକେ ଆଳୁ ଓ ପିଆଜ ଉପରେ ନିର୍ଭର କରୁଥିଲେ। କିନ୍ତୁ ଆଳୁ ଓ ପିଆଜ ଦର ବି ବୃଦ୍ଧି ପାଇଛି।  ରାଜ୍ୟର ଅଧିକାଂଶ ବଜାରରେ କଞ୍ଚା ପରିବା ଦର କିଲୋ ପିଛା ୮୦ ଟଙ୍କା ଡେଇଁଛି।  ଆଳୁ କେଜି ୪୦ ଓ ପିଆଜ କେଜି ୪୫ ଡେଇଁଲାଣି। ବାଇଗଣ କିଲୋ ୧୦୦ ଥିବା ବେଳେ ପୋଟଳ ୮୦, କ୍ୟାପସିକମ୍ ୯୦, କଲରା ୧୦୦ , କାଙ୍କଡ଼ ୮୦ ଟଙ୍କା ଟପିଲାଣୀ। ଝୁଡୁଙ୍ଗ ୧୨୦ ଓ ଟମାଟୋ ୧୨୦ ଟଙ୍କା ରହିଛି। ଅଧିକାଂଶ ପରିବା ଦର ୮୦ ଟଙ୍କା ଥିବା ବେଳେ ଲୋକେ କିଲେ ଯାଗାରେ ଅଢେଇଶ ପରିବା କିଣୁଛନ୍ତି। ତେବେ, ପରିବା ଦର ବୃଦ୍ଧି ନେଇ ଅସନ୍ତୋଷ ଜାହିର କରିଛନ୍ତି ଖାଉଛି। କେବେଳ ଖାଉଛି ନୁହେଁ, ବ୍ୟବସାୟୀମାନେ ମଧ୍ୟ ଏଥିରେ ପ୍ରଭାବିତ ହେଉଛନ୍ତିଷ