Odisha News: BSKYର ଆବେଦନ ଅବଧି ବୃଦ୍ଧି, ଜାଣନ୍ତୁ ଲାଷ୍ଟ ଡେଟ୍ କେବେ?
Advertisement
Article Detail0/zeeodisha/odisha2083637

Odisha News: BSKYର ଆବେଦନ ଅବଧି ବୃଦ୍ଧି, ଜାଣନ୍ତୁ ଲାଷ୍ଟ ଡେଟ୍ କେବେ?

Odisha News: ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (BSKY) ହିତାଧିକାରୀଙ୍କ ପାଇଁ ଖୁସି ଖବର। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (Biju Swasthya Kalyan Yojna)(ବିଏସକେଓ୍ବାଇ)-ନବୀନ କାର୍ଡ (Nabin card) ପାଇଁ ଆବେଦନ ଅବଧିକୁ ରାଜ୍ୟ ସରକାର  (BSKY Nabin card deadline extended) ପୁଣି ଥରେ ବୃଦ୍ଧି କରିଛନ୍ତି। 

Odisha News: BSKYର ଆବେଦନ ଅବଧି ବୃଦ୍ଧି, ଜାଣନ୍ତୁ ଲାଷ୍ଟ ଡେଟ୍ କେବେ?

Odisha News: ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (BSKY) ହିତାଧିକାରୀଙ୍କ ପାଇଁ ଖୁସି ଖବର। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (Biju Swasthya Kalyan Yojna)(ବିଏସକେଓ୍ବାଇ)-ନବୀନ କାର୍ଡ (Nabin card) ପାଇଁ ଆବେଦନ ଅବଧିକୁ ରାଜ୍ୟ ସରକାର  ଫେବୃଆରୀ ୮(BSKY Nabin card deadline extended) ତାରିଖ ଯାଏଁ  ବୃଦ୍ଧି କରିଛନ୍ତି। 

ALSO READ : Weather Update: ୩୧ରୁ ବଦଳିବ ପାଗ, ଏହି ସବୁ ଜିଲ୍ଲାରେ ହେବ ବର୍ଷା

ALSO READ :Today Horoscope: ଏହି ସବୁ ରାଶିଙ୍କ ପାଇଁ ମଙ୍ଗଳମୟ ହେବ ସପ୍ତାହର ପ୍ରଥମ ଦିନ, ଜାଣନ୍ତୁ ଆଜିର ରାଶିଫଳ

ବିଏସକେଓ୍ବାଇ-ନବୀନ୍ କାର୍ଡ (BSKY Nabin card) ପାଇଁ ହିତାଧିକାରୀମାନେ ଏବେବି ଆବେଦନ କରୁଥିବାରୁ ଯେପରିକି ଜଣେ ବି ଯୋଗ୍ୟ ହିତାଧିକାରୀ ଏହି ଯୋଜନାରୁ ବଞ୍ଚିତ ନ ହୁଅନ୍ତି। ତାହାକୁ ନଜରରେ ରଖି ଆବେଦନ ଅବଧି ବୃଦ୍ଧି  କରାଯାଇଛି। ରବିବାର ଅପରାହ୍ନରେ  ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ତିତ୍ ଏନେଇ ଏକ ସ୍ବତନ୍ତ୍ର ବିଜ୍ଞପ୍ତି ଜାରି କରିବା ସହ କହିଛନ୍ତି ଯେ,  ଗ୍ରାମାଞ୍ଚଳର କେହି ଜଣେ ବି ଯୋଗ୍ୟ ହିତାଧିକାରୀ ଯେପିରି ବିଏସକେଓ୍ବାଇ ନବୀନ୍ କାର୍ଡ (BSKY Nabin card yojna) ଯୋଜନାରୁ ବଞ୍ଚିତ ନ ହୁଅନ୍ତି ସେଥିପାଇଁ ଗାଁ ଓ ପଞ୍ଚାୟତ ସ୍ତରରେ  ଅଧିକରୁ ଅଧିକ ସଚେତନ କର୍ଯ୍ୟକ୍ରମ କରାଯାଉ। 

ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହୁଁବୁ ଯେ, ଜାନୁଆରୀ ୬ରୁ  ବିଏସକେଓ୍ବାଇ ନବୀନ୍ କାର୍ଡ (BSKY Nabin card)ପାଇଁ  ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ  ଏହା ଜାନୁଆରୀ ୧୬ରେ ଶେଷ ହୋଇଥିଲା । ହେଲେ ଆବେଦନକାରୀଙ୍କ ସଂଖ୍ୟାକୁ ଦେଖି ସ୍ବାସ୍ଥ୍ୟ ବିଭାଗ ଏହାକୁ  ଜାନୁଆରୀ ୨୬ ପର୍ଯ୍ୟନ୍ତ ପର୍ଯ୍ୟନ୍ତ ବଢାଇଥିବା ବେଳେ  ଏବେ ପୁଣି ଫେବୃଆରୀ ୮ ତାରିଖ ଯାଏଁ ବଢାଇଛି।  ଏଥିରେ ଯୋଗ୍ୟ ବିବେଚିତ ପରିବାର  ଚଳିତ ବର୍ଷ  ମେ ମାସରୁ ତାଲିକା ଭୁକ୍ତ ହୋଇ ଘରୋଇ ହସପିଟାଲରେ ନିର୍ଦ୍ଦାରିତ ଗୁରୁତର ରୋଗ ଗୁଡିକ ପାଇଁ ବାର୍ଷିକ ୫ଲକ୍ଷ ଓ ମହିଳା ସଦସ୍ୟଙ୍କ ପାଇଁ ବାର୍ଷିକ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେୟମୁକ୍ତ  ଚିକିତ୍ସା ସୁବିଧା ପାଇପାରିବେ।