Advertisement
Article Detail0/zeeodisha/odisha2493495
Zee OdishaOdisha StateOSRTC Bus: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର, ଚାରିଧାମକୁ ଗଡି଼ବ ଓଏସ୍ଆରଟିସି ବସ୍

OSRTC Bus: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର, ଚାରିଧାମକୁ ଗଡି଼ବ ଓଏସ୍ଆରଟିସି ବସ୍

OSRTC Bus: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର।  ଚାରିଧାମ ସହ  ବିଭିନ୍ନ ରାଜ୍ୟର  ରାଜଧାନୀକୁ ଗଡ଼ିବ  ବସ୍ । ଖୁବଶିଘ୍ର ଏନେଇ  ଓଡି଼ଶା ରାଜ୍ୟ  ସଡ଼କ ପରିବହନ ନିଗମ( ଓଏସଆରଟିସି) ଆନ୍ତଃରାଜ୍ୟ ବସ୍ ସେବାକୁ  ତ୍ବାରାନିତ୍ବ କରିବାକୁ ଯାଉଛି।  ଏହି ବସ୍ ସେବା ଆରମ୍ଭ ହେଲେ ପର୍ଯ୍ୟଟନ କ୍ଷେତ୍ରରେ ନୂଆ ସମ୍ଭାବନା ସୃଷ୍ଟି ହେବ। 

ଓଏସଆରଟିସି ପକ୍ଷରୁ  ନିକଟରେ ୧୨୦ ନୂଆ ବସ୍ କିଣା ହୋଇଛି। ସେଥିମଧ୍ୟରୁ ୮୦ ନୂଆ ବସ୍ ଖଣ୍ତଗିରି ଡିପୋରେ ପହଞ୍ଚିଛି।  ଏହି ବସ୍ ବିଭିନ୍ନ ରାଜ୍ୟର ରାଜଧାନୀକୁ ଯୋଡି଼ବ।  ପ୍ରାୟତଃ ସବୁ ବସ୍ ପୁରୀରୁ ବିଭିନ୍ନ ତିର୍ଥ କ୍ଷେତ୍ର ସହ ଯୋଡି଼ ହେବ।  ସେଥିମଧ୍ୟରୁ ତାମିଲନାଡୁ ର ରାମେଶ୍ବରମ୍, ଉତ୍ତରାଖଣ୍ତର ବଦ୍ରିନାଥ ଓ କେଦାରନାଥ ,ଦାରିକା , ଅଯୋଧ୍ୟା, ବାରଣାସୀ, ମହାରାଷ୍ଟ୍ରର ଶିରିଡି, ଆନ୍ଧ୍ରପ୍ରଦେଶର ତିରୁପତି ଭଳି ତିର୍ଥ ସ୍ଥାନକୁ ଏହି ବସ୍ ସେବା  ଆରମ୍ଭ ହେବ। 
 
ସେହିପରି ଛତିଗଡ, ଝାରଖଣ୍ତ, ଆନ୍ଧ୍ର, କଲିକତାକୁ  ଅଧିକ ସଂଖ୍ୟକ ବସ୍ ଚଳାଇବାକୁ  ଓଏସଆରଟିସି ପକ୍ଷରୁ ନିସ୍ପତି ହୋଇଛି । ଓଏସଆରଟିସି ପକ୍ଷରୁ ୮୦ ଖଣ୍ତ ବସ୍ ପହଞ୍ଚିଛି। ପ୍ରାୟ ୧ କୋଟିରୁ ଅଧିକ ଟଙ୍କାର ଏହିସବୁ ବସ୍ ରେ ଅତ୍ୟାଧୁନିକ ସୁବିଧା ରହିଛି। ତେବେ, ଏହିସବୁ ବସ୍ ମାସେରୁ ଅଧିକ ସମୟ ହେଲାଣୀ କିଣା ହେଲାଣୀ। ତେବେ, ରୁଟ୍ ପରମିଟ୍ ନ ଥିବାରୁ ବସ୍ ସେବା ଆରମ୍ଭ ହୋଇପାରୁନି। ଏନେଇ  ଓଏସଆରଟିସି ପକ୍ଷରୁ ଷ୍ଟେଟ୍ ଟ୍ରାନ୍ସଫର୍ଟ ଅଥୋରିଟିକୁ ଚିଠି ଲେଖାଯାଇଛି। 
Add Zee News as a Preferred Source
About the Author