ଭୁବନେଶ୍ୱରରେ ପହଞ୍ଚିଲେ ପ୍ୟାରିସ ଅଲିମ୍ପିକ ହକି ବ୍ରୋଞ୍ଜ ବିଜେତା ଦଳ, ସମ୍ବର୍ଦ୍ଧନା କରିବେ ମୁଖ୍ୟମନ୍ତ୍ରୀ
Advertisement
Article Detail0/zeeodisha/odisha2393547

ଭୁବନେଶ୍ୱରରେ ପହଞ୍ଚିଲେ ପ୍ୟାରିସ ଅଲିମ୍ପିକ ହକି ବ୍ରୋଞ୍ଜ ବିଜେତା ଦଳ, ସମ୍ବର୍ଦ୍ଧନା କରିବେ ମୁଖ୍ୟମନ୍ତ୍ରୀ

Paris olympic: ପୂର୍ବରୁ ଅଲମ୍ପିକରେ ବ୍ରୋଞ୍ଜ ବିଜେତା ଭାରତୀୟ ହକି ପୁରୁଷ ଦଳଙ୍କୁ ରାଜ୍ଜୁ ସରକାରଙ୍କ ସ୍ଵତନ୍ତ୍ର ପୁରସ୍କାର ଘୋଷଣା କରିଛନ୍ତି।

ଭୁବନେଶ୍ୱରରେ ପହଞ୍ଚିଲେ ପ୍ୟାରିସ ଅଲିମ୍ପିକ ହକି ବ୍ରୋଞ୍ଜ ବିଜେତା ଦଳ, ସମ୍ବର୍ଦ୍ଧନା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ଭୁବନେଶ୍ୱର ବିମାନ ବନ୍ଦରରେ ହକି ଟିମକୁ ଭବ୍ୟ ସ୍ୱାଗତ। ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ବିଜେତାଙ୍କୁ ଓଡିଶା ମାଟିରେ ଜୋରଦାର ସ୍ୱାଗତ କରାଯାଇଛି। ରୋଡ଼ ସୋ' କରି ବିମାନ ବନ୍ଦରଠାରୁ କଳିଙ୍ଗ ଷ୍ଟାଡିୟମକୁ ଯାଇଛନ୍ତି ଖେଳାଳି। 

ଅପରାହ୍ନରେ କଳିଙ୍ଗ ଷ୍ଟାଡ଼ିୟମରେ ବ୍ରୋଞ୍ଜ ବିଜେତା ଦଳକୁ ସମ୍ବଦ୍ଧନା ସହ ଘୋଷିତ ପୁରସ୍କାର ରାଶି ପ୍ରଦାନ କରାଯିବ। ପୂର୍ବରୁ ଅଲମ୍ପିକରେ ବ୍ରୋଞ୍ଜ ବିଜେତା ଭାରତୀୟ ହକି ପୁରୁଷ ଦଳଙ୍କୁ ରାଜ୍ଜୁ ସରକାରଙ୍କ ସ୍ଵତନ୍ତ୍ର ପୁରସ୍କାର ଘୋଷଣା କରିଛନ୍ତି। ବିଜେତା ଟିମର ପ୍ରତ୍ୟେକ ଖେଳାଳିଙ୍କୁ ୧୫ ଲକ୍ଷଟଙ୍କା ଓ ସପୋର୍ଟ ଷ୍ଟାଫଙ୍କୁ ୧୦ଲକ୍ଷ ଟଙ୍କା ଆର୍ଥିକ ପୁରସ୍କାର ମିଳିବ। ସେହିପରି ଓଡ଼ିଆ ପୁଅ ଅମିତ ରୋହିଦାସଙ୍କ ପାଇଁ ସ୍ଵତନ୍ତ୍ର ଆର୍ଥିକ ପୁରସ୍କାର ଘୋଷଣା କରାଯାଇଛି। ଅମିତ ରୋହିଦାସଙ୍କୁ ୪ କୋଟି ଟଙ୍କା ପୁରସ୍କାର ପ୍ରଦାନ କରାଯିବା ହକି ଟିମ୍ ବିଜୟୀ ହେବା ପରେ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇବା ସହ ଓଡିଶା ଆସିବାକୁ ମଧ୍ୟ ଖେଳାଳିଙ୍କୁ ଆମନ୍ତ୍ରଣ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।