କଳାହାଣ୍ଡିରେ ଦୁର୍ଘଟଣା, ପିକଅପ୍ ଭ୍ୟାନ୍ ଓଲଟି ୫ ମୃତ, ୨୫ ଗୁରୁତର
Advertisement
Article Detail0/zeeodisha/odisha2105644

କଳାହାଣ୍ଡିରେ ଦୁର୍ଘଟଣା, ପିକଅପ୍ ଭ୍ୟାନ୍ ଓଲଟି ୫ ମୃତ, ୨୫ ଗୁରୁତର

ଗୋଲମୁଡା ଅନ୍ତର୍ଗତ ଡୋକରିପଡା ନିକଟରେ ଏକ ପିକଅପ୍ ଭ୍ୟାନ୍ ଓଲଟି ପଡିବାରୁ ୫ ଜଣଙ୍କର ମୃତ୍ୟୁ ହୋଇଛି । ଏଥିସହ ୨୦ରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି ।

କଳାହାଣ୍ଡିରେ ଦୁର୍ଘଟଣା, ପିକଅପ୍ ଭ୍ୟାନ୍ ଓଲଟି ୫ ମୃତ, ୨୫ ଗୁରୁତର

କଳାହାଣ୍ଡି:  ଡୋକରିପଡା ନିକଟରେ ଏକ ପିକଅପ୍ ଭ୍ୟାନ୍ ଓଲଟି ପଡିବାରୁ ୫ ଜଣଙ୍କର ମୃତ୍ୟୁ ହୋଇଛି । ଏଥିସହ ୨୦ରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି । ଚାଷ କାମ ସରିବା ପରେ ଶ୍ରମିକମାନେ ଗାଁକୁ ଫେରୁଥିବା ସମୟରେ ଏପରି ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି ।

ଦୁର୍ଘଟଣା ଘଟିବା ପରେ ସ୍ଥାନିୟ ଲୋକେ ଲୋକଙ୍କୁ ଉଦ୍ଧାର କରିବାରେ ଲାଗିପଡିଥିଲେ । ଏଥିସହ ନିକଟସ୍ଥ ଥାନା ଏବଂ ଦମକଳ କେନ୍ଦ୍ରକୁ ସୂଚନା ଦେଇଥିଲେ । ଉକ୍ତ ପିକଅପ ଭ୍ୟାନରେ ମୋଟ ୬୦ ଶ୍ରମିକ ଗାଁକୁ ଫେରୁଥିଲେ ସେଥିରେ ଅଧିକାଂଶ ମହିଳା ଥିବା ନେଇ ସୂଚନା ମିଳିଛି । ସମସ୍ତ ଶ୍ରମିକଙ୍କ ଘର ଜୁନାଗଡ ଅନ୍ତର୍ଗତ ଆଟିଗାଁ ଏବଂ ମିଚା ଅଞ୍ଚଳରେ ବୋଲି ଜଣାପଡିଛି । ସେମାନେ ଗୋଲାମୁଣ୍ଡା ସ୍ଥିତ ବୋରଗୁଡାକୁ କାମ କରିବାକୁ ଆସିଥିଲେ । କାମ ଶେଷ ପରେ ପିକଅପ୍ ଭ୍ୟାନରେ ଫେରିବା ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଭାରସ୍ୟାମ ହରାଇବା କାରଣରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଦୁର୍ଘଟଣାସ୍ଥଳରେ ହିଁ ୩ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବର୍ତ୍ତମାନ ସମସ୍ତ ଗୁରୁତର ଏବଂ ଆହତ ବ୍ୟକ୍ତିଙ୍କୁ ସ୍ଥାନିୟ ଜୁନାଗଡ ଏବଂ ଧର୍ମଗଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ୨ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ଯେଉଁମାନଙ୍କ ସ୍ୱାସ୍ଥ୍ୟ ଅଧିକ ସଂକଟାପନ୍ନ ସେମାନଙ୍କୁ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନନ୍ତର କରାଯାଇଛି ।

Also Read- Ollywood News: ରିଲିଜ୍ ହେଲା ଚଳଚ୍ଚିତ୍ର "ଅପରେସନ ୧୨/୧୭" ର ଟ୍ରେଲର, ଖୁବଶୀଘ୍ର ମୁକ୍ତିଲାଭ

Also Read- Ketu Gochar 2024: କନ୍ୟା ରାଶିରେ ବର୍ଷେ ରହିବେ କେତୁ, ପ୍ରଭାବରେ ୩ ରାଶିକୁ ଆର୍ଥିକ ଲାଭ