Plus Two Exam: +୨ ପରୀକ୍ଷା ପାଇଁ ବଦଳିଲା କୋଶ୍ଚିନ ପ୍ୟାଟର୍ଣ୍ଣ, ଏତିକି ମାର୍କର ପ୍ରାକ୍ଟିକାଲ୍ ଓ ଥିଓରି ଏକଜାମ୍ ଦେବେ ଛାତ୍ରଛାତ୍ରୀ
Advertisement
Article Detail0/zeeodisha/odisha2392892

Plus Two Exam: +୨ ପରୀକ୍ଷା ପାଇଁ ବଦଳିଲା କୋଶ୍ଚିନ ପ୍ୟାଟର୍ଣ୍ଣ, ଏତିକି ମାର୍କର ପ୍ରାକ୍ଟିକାଲ୍ ଓ ଥିଓରି ଏକଜାମ୍ ଦେବେ ଛାତ୍ରଛାତ୍ରୀ

Plus Two Exam: ବଦଳିଲା ଯୁକ୍ତ ଦୁଇ ପରୀକ୍ଷା ଢାଞ୍ଚା । କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷା ପ୍ରଶ୍ନପତ୍ର ଢାଞ୍ଚା ବଦଳିଛି। 

Plus Two Exam: +୨ ପରୀକ୍ଷା ପାଇଁ ବଦଳିଲା କୋଶ୍ଚିନ ପ୍ୟାଟର୍ଣ୍ଣ, ଏତିକି ମାର୍କର ପ୍ରାକ୍ଟିକାଲ୍ ଓ ଥିଓରି ଏକଜାମ୍ ଦେବେ ଛାତ୍ରଛାତ୍ରୀ

Plus Two Exam: ବଦଳିଲା ଯୁକ୍ତ ଦୁଇ ପରୀକ୍ଷା ଢାଞ୍ଚା । ଏଣିକି ହେବ ଇଣ୍ଟରନାଲ୍ ପରୀକ୍ଷା । ପ୍ରାକ୍ଟିକାଲ୍ ନଥିବା ବିଷୟରେ ହେବ ୮୦ ମାର୍କର ଥିଓରି ପରୀକ୍ଷା। କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷା ପ୍ରଶ୍ନପତ୍ର ଢାଞ୍ଚା ବଦଳିଛି। ଆସନ୍ତାବର୍ଷରୁ ଏହା ଲାଗୁ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ନୂଆପ୍ରଶ୍ନପତ୍ର  କିଭଳି ରହିବ। ଏବଂ ମାର୍କ କିଭଳି ଦିଆଯିବ । ସେନେଇ ଗତକାଲି ଉଚ୍ଚଶିକ୍ଷା ପରିଷଦ(CHSE)ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। 

ALSO READ : Bharat Bandh 2024: ଆଜି ୧୦ଟା ନୁହେଁ ଏହି ସମୟ ମଧ୍ୟରେ ଅଫିସ୍ ରେ ପହଞ୍ଚିବାକୁ ସରକାରୀ କର୍ମଚାରୀଙ୍କୁ ନିର୍ଦ୍ଦେଶ

ତେବେ, ଉଚ୍ଚଶିକ୍ଷା ପରିଷଦ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ ଏହା କୁହାଯାଇଛି ଯେ, ୨୦୨୫ରେ ଅର୍ଥାତ୍ ଆସନ୍ତା ବର୍ଷ ଯୁକ୍ତ ଦୁଇ ପରୀକ୍ଷା ଦେବାକୁ ଥିବା ରେଗୁଲାର୍ ଛାତ୍ରଛାତ୍ରୀଙ୍କ (୨୦୨୩ରେ ନାମ ଲେଖାଇଥିବା ଛାତ୍ରାଛାତ୍ର)ଙ୍କ ପାଇଁ ଏହି ନୂତନ ପ୍ରଶ୍ନପତ୍ର ଢାଞ୍ଚା ଲାଗୁ ହେବ। ବିଶେଷକରି , ପ୍ରକ୍ଟିକାଲ ଥିବା ବିଷୟଗୁଡ଼ିରେ ଛାତ୍ରୀଛାତ୍ରଙ୍କୁ ୭୦ ମାର୍କର ଥିଓରୀ ଏବଂ ୩୦ ମାର୍କର ପ୍ରାକ୍ଟିକାଲ ଦେବାକୁ ପଡ଼ିବ। ଏବଂ ପ୍ରୋଜେକ୍ଟ କମ୍ପୋନେଣ୍ଟ ଥିବା ବିଷୟରେ ୮୦ ମାର୍କ ଥିଓରୀ ଏବଂ ୨୦ ମାର୍କର ପ୍ରୋଜେକ୍ଟ ଦେବାକୁ ପଡ଼ିବ। ତେବେ ଇଣ୍ଟିଗ୍ରେଟେଡ ଧନ୍ଦାମୂଳକ ବିଷୟରେ ୫୦ମାର୍କର ଥିଓରୀ ଓ ୫୦ମାର୍କର ପ୍ରାକ୍ଟିକାଲ ଏବଂ ଭୋକେସନାଲ ଟ୍ରେଡ୍‌ ବିଷୟରେ ୪୦ ମାର୍କର ଥିଓରୀ ଓ ୬୦ମାର୍କର ପ୍ରକ୍ଟିକାଲ ଦେବାକୁ ପଡ଼ିବ। ସେହିପରି, ନନ୍‌ପ୍ରାକ୍ଟିକାଲ ବିଷୟରେ ୮୦ ମାର୍କ ଥିଓରୀ, ୨୦ ମାର୍କର ଇଣ୍ଟରନାଲ୍‌ ପରୀକ୍ଷା ରହିବ। ନନ୍‌ପ୍ରାକ୍ଟିକାଲ ପରୀକ୍ଷା ପାଇଁ ଫୁଲ୍‌ମାର୍କ ୮୦ ହୋଇଥିବା ବେଳେ, ପାସ୍‌ ମାର୍କ ୨୪ ରହିଛି ।