+2 Spot Admission 2024: ଏହିଦିନ ଠୁ ଆରମ୍ଭ ହେବ ସ୍ପଟ୍ ଆଡମିସନ୍ ପ୍ରକ୍ରିୟା
Advertisement
Article Detail0/zeeodisha/odisha2373612

+2 Spot Admission 2024: ଏହିଦିନ ଠୁ ଆରମ୍ଭ ହେବ ସ୍ପଟ୍ ଆଡମିସନ୍ ପ୍ରକ୍ରିୟା

Plus Two Spot Admission 2024: ଚଳିତ ବର୍ଷ ନାମଲେଖାରୁ ବଞ୍ଚିତ ଛାତ୍ରଛାତ୍ରୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଆଣିଛି ଉଚ୍ଚ ଶିକ୍ଷା ବିଭାଗ। ସ୍ପଷ୍ଟ୍ ଆଡମିସନ୍ ଯୋଗେ ସେମାନେ ନାମ ଲେଖିପାରିବେ।

+2 Spot Admission 2024: ଏହିଦିନ ଠୁ ଆରମ୍ଭ ହେବ ସ୍ପଟ୍ ଆଡମିସନ୍ ପ୍ରକ୍ରିୟା

Plus Two Spot Admission 2024: ଚଳିତ ବର୍ଷ ନାମଲେଖାରୁ ବଞ୍ଚିତ ଛାତ୍ରଛାତ୍ରୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଆଣିଛି ଉଚ୍ଚ ଶିକ୍ଷା ବିଭାଗ। ସ୍ପଷ୍ଟ୍ ଆଡମିସନ୍ ଯୋଗେ ସେମାନେ ନାମ ଲେଖିପାରିବେ। ବୁଧବାର ଏ ସଂକ୍ରାନ୍ତରେ ବିଭାଗ ପକ୍ଷରୁ  ରାଜ୍ୟର ସମସ୍ତ ଉଚ୍ଚ ମାଧ୍ୟମିକ ସ୍କୁଲ (ଯୁକ୍ତ ୨ କଲେଜ)  ଅଧ୍ୟକ୍ଷଙ୍କୁ ଚିଠି ଲେଖାଯାଇଛି। ଆସନ୍ତା ୧୨ ତାରିଖରେ ସ୍ପଷ୍ଟ ଆଡମିସନ୍ ପ୍ରକ୍ରିୟା ଆରମ୍ଭ ହେବ।  ୧୨ ତାରିଖ  ସକାଳ ୧୧ଟାରୁ ଚଏସ୍ ଲକିଂ ପାଇଁ ଛାତ୍ରଛାତ୍ରୀମାନେ ଲଗଇନ୍ କରିପାରିବେ। 

ALSO READ: Solar Eclipse 2024: ଅକ୍ଟୋବର ୨ରେ ବର୍ଷର ଶେଷ ସୂର୍ଯ୍ୟ ପରାଗ, ଏହିସବୁ ରାଶିଙ୍କ ଉପରେ ପଡି଼ବ ବଡ଼ ପ୍ରଭାବ!

ଏଥିପାଇଁ ୨ ଦିନ ସମୟ ରହିଛି। ୧୪ ତାରିଖ ଅପରାହ୍ନ ୧୧ଟା ୪୫ ମିନିଟ୍ ସମୟ ଏହି ସମୟ ସରିଯିବ।  ୨୦ ତାରିଖରେ ସ୍ପଷ୍ଟ ସିଲେକ୍ସନ୍ ପ୍ରକାଶ ପାଇବ। ସେହିପରି ଇଣ୍ଟିମେସନ୍ ଲେଟରକୁ  ଆଶାୟୀମାନେ ଡାଉନଲୋଡ଼ କରିପାରିବେ।  ୨୨ରୁ ପ୍ରଥମ ପର୍ଯ୍ୟାୟ ସ୍ପଷ୍ଟ ଆଡମିଶନ୍ ହେବାକୁ ଥିବା ବେଳେ ଏହା ୨୮ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଚାଲିବ।  ଏ ସମସ୍ତ ପ୍ରକ୍ରିୟା ଅନଲାଇନ୍ ହେବ।  ଛାତ୍ରଛାତ୍ରୀ ଗୋଟିଏ କିମ୍ବା ଅତି ବେଶିରେ ୧୦ଟି କଲେଜ୍ ବାଛିପାରିବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।