Odisha News: ଆସନ୍ତା ୬ରେ ବ୍ରହ୍ମପୁର ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
Advertisement
Article Detail0/zeeodisha/odisha2232410

Odisha News: ଆସନ୍ତା ୬ରେ ବ୍ରହ୍ମପୁର ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Odisha News: ଆସନ୍ତା ୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ରହ୍ମପୁର ଗସ୍ତକୁ ନେଇ ଏକ "ସାମ୍ବାଦିକ ସମ୍ମିଳନୀ" ଗାନ୍ଧୀ ନଗର ସ୍ଥିତ ମିଡିଆ ସେଣ୍ଟର୍ ଠାରେ ଅନୁଷ୍ଠିତ ହୋଇଯାଇଛି l ବ୍ରହ୍ମପୁର, ଆସ୍କା ଏବଂ କନ୍ଧମାଳ ତିନୋଟି ଲୋକସଭା କ୍ଷେତ୍ରକୁ ନେଇ ଗଠିତ ବ୍ରହ୍ମପୁର ଜୋନ୍ ମିଡ଼ିଆ ସେଣ୍ଟର୍ ଠାରେ ଜୋନ୍ ମିଡ଼ିଆ ସଂଯୋଜକ ସୁନିଲ କୁମାର ସାହୁଙ୍କ ସଂଯୋଜନାରେ ଏହି ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏ

Odisha News: ଆସନ୍ତା ୬ରେ ବ୍ରହ୍ମପୁର ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Odisha News: ଆସନ୍ତା ୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ରହ୍ମପୁର ଗସ୍ତକୁ ନେଇ ଏକ "ସାମ୍ବାଦିକ ସମ୍ମିଳନୀ" ଗାନ୍ଧୀ ନଗର ସ୍ଥିତ ମିଡିଆ ସେଣ୍ଟର୍ ଠାରେ ଅନୁଷ୍ଠିତ ହୋଇଯାଇଛି l ବ୍ରହ୍ମପୁର, ଆସ୍କା ଏବଂ କନ୍ଧମାଳ ତିନୋଟି ଲୋକସଭା କ୍ଷେତ୍ରକୁ ନେଇ ଗଠିତ ବ୍ରହ୍ମପୁର ଜୋନ୍ ମିଡ଼ିଆ ସେଣ୍ଟର୍ ଠାରେ ଜୋନ୍ ମିଡ଼ିଆ ସଂଯୋଜକ ସୁନିଲ କୁମାର ସାହୁଙ୍କ ସଂଯୋଜନାରେ ଏହି ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ଗଞ୍ଜାମ ଜିଲ୍ଲା ବିଜେପି ର ସଭାପତି ଡ଼ା.ସୁବାସ ସାହୁ,ବ୍ରହ୍ମପୁର ଲୋକସଭା ସାଂସଦ ବିଜେପି ପ୍ରାର୍ଥୀ ଡ଼ଃ ପ୍ରଦୀପ ପାଣିଗ୍ରାହୀ, ବ୍ରହ୍ମପୁର ବିଧାନସଭା ପ୍ରାର୍ଥୀ କେ.ଅନିଲ କୁମାର,ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ସିଦ୍ଧାନ୍ତ ମହାପାତ୍ର,ବିଜେପି ନେତା ପୀତବାସ ପଣ୍ଡା,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡଙ୍ଗୀ ପ୍ରମୁଖ ମଞ୍ଚାସୀନ ଥିଲେ l ଆଗାମୀ ୬ ତାରିଖ କନିଷି ହାଟ ନିକଟସ୍ଥ ପଡ଼ିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବାହ୍ନ ୧୦ ଘଣ୍ଟା ସମୟରେ ଏକ ବିଶାଳ ଜନସଭାରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଥିବା ସtଚନା ଦେଇଛନ୍ତି l

ଏହି ଜନସଭାରେ ବ୍ରହ୍ମପୁର ଏବଂ ଆସ୍କା ଦୁଇ ଲୋକସଭା କ୍ଷେତ୍ରର ଲୋକସଭା ପ୍ରାର୍ଥୀ, ଏହି ଦୁଇ ଲୋକସଭା କ୍ଷେତ୍ର ଅନ୍ତର୍ଗତ ସମସ୍ତ ବିଧାନସଭା ପ୍ରାର୍ଥୀଙ୍କ ସମେତ ଲକ୍ଷାଧିକ ଲୋକ ସାମିଲ୍ ହେବେ । ଏହା ସହ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସମେତ ବହୁ ରାଜ୍ୟ ଏବଂ କେନ୍ଦ୍ରୀୟ ସ୍ତରୀୟ ନେତୃବୃନ୍ଦ ଏହି ଜନସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଡ଼ଃ ପ୍ରଦୀପ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ସଂନ୍ଧ୍ୟା ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ପରେ ଏକ ମିଶ୍ରଣ ପର୍ବ ମଧ୍ୟ ଅନୁଷ୍ଠିତ ହୋଇଥିଲା l ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶ ଧାରାରେ ଅନୁପ୍ରାଣିତ ହୋଇ ପୂର୍ବତନ ବିଡିଏ ଚେୟାରମ୍ଯାନ ଶରତ ଚନ୍ଦ୍ର ପଟ୍ଟନାୟକ,ଲକ୍ଷ୍ମୀ ମଞ୍ଜରୀ ଦେବୀ,କେ.ଶ୍ରୀୟା ଲକ୍ଷ୍ମୀ ଆଚାରୀ,ବୃନ୍ଦାବନ ବେହେରା,ପାର୍ବତୀ ବେହେରା,ବିଜୟ କୁମାର ବେହେରା ପ୍ରମୁଖ ବିଜୁ ଜନତା ଦଳ ଛାଡ଼ି ଆଜି ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ l

ଏଥିସହ ବିଶିଷ୍ଟ ବ୍ୟବସାୟୀ, ଆଇନଜୀବୀ ତଥା ସମାଜସେବୀ ଲଳିତ ମଙ୍ଗରାଜ ମଧ୍ୟ ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟିରେ ସାମିଲ୍ ହେଇଛନ୍ତି । ଏମାନଙ୍କୁ ଜିଲ୍ଲା ସଭାପତି ଡ଼ା.ସୁବାସ ସାହୁ ଉପଢ଼ୌକନ ସହ ଦଳୀୟ ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ । ଏହି ବିଶିଷ୍ଟ ବ୍ୟକ୍ତି ମାନେ ଭାରତୀୟ ଜନତା ପାର୍ଟିରେ ସାମିଲ୍ ହେବା ଦ୍ବାରା ଦଳ ଆହୁରି ସୁଦୃଢ଼ ହେବ ବୋଲି ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଡ଼ଃ ପ୍ରଦୀପ ପାଣିଗ୍ରାହୀ କହିଛନ୍ତି ।