ମଦ ବ୍ୟବସାୟୀଙ୍କ ଘରେ ରେଡ୍ ଘଟଣାରେ ଏମିତି କହିଲେ ପିଏମ ମୋଦୀ...
Advertisement
Article Detail0/zeeodisha/odisha2001157

ମଦ ବ୍ୟବସାୟୀଙ୍କ ଘରେ ରେଡ୍ ଘଟଣାରେ ଏମିତି କହିଲେ ପିଏମ ମୋଦୀ...

IT Raid:  ମଦ ବ୍ୟବସାୟୀଙ୍କ ଘର ସମେତ ଲିଙ୍କ ଥିବା ବିଭିନ୍ନ ସ୍ଥାନରେ ଏକା ସମୟରେ ଇନକମ ଟ୍ୟାକ୍ସ ପକ୍ଷରୁ ରେଡ୍ କରାଯିବା ଘଟଣାରେ ଶହ ଶହ କୋଟି ଟଙ୍କା ମିଳିଛି । ଏହି ଘଟଣା କେବଳ ରାଜ୍ୟରେ ନୁହେଁ ବରଂ ଜାତୀୟ ଗଣମାଧ୍ୟମରେ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଘଟଣାକୁ ପ୍ରଧାନମନ୍ତ୍ରୀ ମୋଦୀ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲ ‘ଏକ୍ସ’ରେ ପ୍ରତିକ୍ରିୟା ଦେଇଛନ୍ତି ।

ମଦ ବ୍ୟବସାୟୀଙ୍କ ଘରେ ରେଡ୍ ଘଟଣାରେ ଏମିତି କହିଲେ ପିଏମ ମୋଦୀ...

IT Raid: ଇନକମ ଟ୍ୟାକ୍ସ ବିଭାଗ ପକ୍ଷରୁ ମଦ ବ୍ୟବସାୟୀଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ଏକକାଳୀନ ରେଡ ହୋଇଥିଲା । ଫଳରେ କୋଟି କୋଟି ଟଙ୍କା ନଗଦ ମିଳିବା ସହିତ ଟଙ୍କା ଏତେ ସଂଖ୍ୟକ ଟଙ୍କା ମିଳିବା ଘଟଣା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ସୋସିଆଲ ମିଡିଆରେ ଏନେଇ ବିଭିନ୍ନ ପ୍ରତିକ୍ରିୟାମାନ ପ୍ରକାଶ ପାଉଛି । ତେବେ ଘଟଣାରେ ପିଏମ ମୋଦୀ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ସୋସିଆଲ ମିଡିଆ ପେଜ୍ ଏକ୍ସରେ ଏହା ଲେଖିଛନ୍ତି ଯେ, ଯେଉଁ ଟଙ୍କା ଅସାଧୁ ଉପାୟରେ ଜନସାଧାରଣଙ୍କ ଠାରୁ ଲୁଟିଛ ତାହାକୁ କଡା କଣ୍ଡା ବା ପଇସା ପଇସାରେ ଫେରେଇବାକୁ ପଡିବ । ଏହା ମୋଦୀଙ୍କ ଗ୍ୟାରେଣ୍ଟି । ଏଥି ସହିତ ପିଏମ ଲେଖିଛନ୍ତି ଯେ, ଦେଶବାସୀ ଏହି ଟଙ୍କାର ପାହାଡ ଦେଖନ୍ତୁ ଏବଂ ନିଜ ନେତାଙ୍କର ଭାଷଣ ଶୁଣନ୍ତୁ ।

Post- 

ଅନ୍ୟପଟେ, ବଲାଙ୍ଗିର ଜିଲ୍ଲା ସୁଦପଡ଼ା ମଦ ଭାଟିରେ ରେଡ୍ ବେଳେ ଆଇଟିକୁ ମିଳିଛି ଟଙ୍କା ଭର୍ତ୍ତି ସିନ୍ଦୁକ । ମଦ ବ୍ୟବସାୟୀଙ୍କ ଘରେ ଆୟକର ବିଭାଗ ଯାଞ୍ଚ ହେବା ପରେ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଘଟଣାକୁ ୪୮ ଘଣ୍ଟା ବିତିଯାଇଥିଲେ ମଧ୍ୟ ଟଙ୍କା ଓ ଧନ ସମ୍ପତ୍ତି କେତେ ତାହାର ହିସାବ ମିଳୁନାହିଁ । କେଉଁଠୁ ଏବଂ କେଉଁ ଉପାୟରେ ଏତେ ଟଙ୍କା ଠୁଳ ହୋଇଛି ତାହାକୁ ନେଇ ବିଭିନ୍ନ ମହଲରେ ଅନେକ ପ୍ରକାରର ଚର୍ଚ୍ଚା ଚାଲିଛି । ଆୟକର ବିଭାଗ ଡିଜି ସଞ୍ଜୟ ବାହାଦୁର ଭୁବନେଶ୍ୱର ପହଞ୍ଚିଛନ୍ତି । ତେବେ ଆଗକୁ ତଦନ୍ତ ଆହୁରୀ କଡା କଡି ହୋଇପାରେ ବୋଲି କୁହାଯାଉଛି ।

Also Read- Fighter Teaser: ସାମ୍ନାକୁ ଆସିଲା 'ଫାଇଟର୍' ଟିଜର, ସମୁଦ୍ର କୂଳରେ ହ୍ରିତିକ୍-ଦୀପିକାଙ୍କ ରୋମାନ୍ସ

Also Read- ଜୁନିଅର ମେହମୁଦଙ୍କ ସଂଘର୍ଷ ଓ ସଫଳତାର କାହାଣୀ, ୯ ବର୍ଷ ବୟସରୁ କ୍ୟାରିୟର ଆରମ୍ଭ

Also Read- Goddess Lakshmi: ଶୁକ୍ରବାର ଭୁଲରେ କରନ୍ତୁନି ଏହି କାମ, କ୍ରୋଧିତ ହେବେ ମାଆ ଲକ୍ଷ୍ମୀ