ଗଞ୍ଜେଇ କାରବାରରେ ସଂପୃକ୍ତି କାରଣରୁ ASIଙ୍କ ସହ ୩ କନେଷ୍ଟବଳ ନିଲମ୍ୱିତ
Advertisement
Article Detail0/zeeodisha/odisha2312592

ଗଞ୍ଜେଇ କାରବାରରେ ସଂପୃକ୍ତି କାରଣରୁ ASIଙ୍କ ସହ ୩ କନେଷ୍ଟବଳ ନିଲମ୍ୱିତ

ବୌଦ୍ଧରୁ ଅନୁଗୋଳ ରାସ୍ତାପଟେ ଗଞ୍ଜେଇ ଚୋରାଚାଲାଣ ହେଉଥିଲା । ପୋଲିସ କର୍ମଚାରୀମାନେ ମାଫିଆଙ୍କ ନିକଟରୁ ହାତଗୁଞ୍ଜା ନେଇ ଗଞ୍ଜେଇ ବେପାରୀଙ୍କୁ ସୀମା ଅତିକ୍ରମ କରିବା ନେଇ ସହଯୋଗ କରୁଥିଲେ ।

ଗଞ୍ଜେଇ କାରବାରରେ ସଂପୃକ୍ତି କାରଣରୁ ASIଙ୍କ ସହ ୩ କନେଷ୍ଟବଳ ନିଲମ୍ୱିତ

ଅନୁଗୋଳ: ଗଞ୍ଜେଇ ଚୋରା ଚାଲାଣରେ ସଂପୃକ୍ତି ଥିବା ଅଭିଯୋଗରେ ୪ଜଣ ପୋଲିସ କର୍ମଚାରୀ ନିଲମ୍ୱନ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ରହିଛନ୍ତି କିଶୋରନଗର ଥାନାରେ କାର୍ଯ୍ୟରତ ଏଏସଆଇ ଜିତେନ୍ଦ୍ର ସାମନ୍ତ ସିଂହାର, କନେଷ୍ଟବଳ ଲିଙ୍ଗରାଜ ମୁଦୁଲି, ମନୋଜ ନାୟକ ଏବଂ ଡ୍ରାଇଭର ଅଜିତ ସାହୁ । ଡିଆଇଜି ଉମାଶଙ୍କର ଦାସ ୪ଜଣଙ୍କୁ ନିଲମ୍ୱନ କରିଛନ୍ତି ।

ମିଳିଥିବା ଖବର ମୁତାବକ, ବୌଦ୍ଧରୁ ଅନୁଗୋଳ ରାସ୍ତାପଟେ ଗଞ୍ଜେଇ ଚୋରାଚାଲାଣ ହେଉଥିଲା । ପୋଲିସ କର୍ମଚାରୀମାନେ ମାଫିଆଙ୍କ ନିକଟରୁ ହାତଗୁଞ୍ଜା ନେଇ ଗଞ୍ଜେଇ ବେପାରୀଙ୍କୁ ସୀମା ଅତିକ୍ରମ କରିବା ନେଇ ସହଯୋଗ କରୁଥିଲେ । ଏନେଇ ଡିଆଇଜିଙ୍କ ନିକଟରେ ଅଭିଯୋଗ ପହଞ୍ଚିଥିଲା । ଅଭିଯୋଗ ଆଧାରରେ ଡିଆଇଜି ଉମାଶଙ୍କର ଦାସ ଏନେଇ ସତ୍ୟାସତ୍ୟ ଜାଣିବାକୁ ଚେଷ୍ଟା କରିଥିଲେ । ପ୍ରମାଣ ମିଳିବା ପରେ ୪ ଜଣଙ୍କ ଉପରେ ଆକ୍ସନ ନିଆଯାଇଛି । ଡିଆଇଜିଙ୍କ ପଦକ୍ଷପକୁ ସାଧାରଣ ଲୋକେ ପ୍ରଶଂସା କରିଛନ୍ତି ।

Also Read- Ram Mandir Ayodhya: ମାଗଣାରେ ଅଯୋଧ୍ୟା ଯାତ୍ରା, ମିଳିବ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ

Also Read- Astrology: ୪ଟି ବଡ଼ ଗ୍ରହ ବଦଳାଇଦେବ ଜୀବନର ଗତିପଥ, ଏହି ରାଶି ସାବଧାନ