ଓଡ଼ିଶାରୁ ୧୩ ଜଣଙ୍କୁ ପୁଲିସ ପଦକ
Advertisement
Article Detail0/zeeodisha/odisha2383451

ଓଡ଼ିଶାରୁ ୧୩ ଜଣଙ୍କୁ ପୁଲିସ ପଦକ

Police medals: କାର୍ଯ୍ୟକ୍ଷେତ୍ରରେ ଉତ୍ସର୍ଗୀକୃତ ସେବା ପ୍ରଦର୍ଶନ ଲାଗି ପୁଲିସ ବିଭାଗ, ଅଗ୍ନିଶମ ବିଭାଗ ଏବଂ ହୋମଗାର୍ଡ ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କୁ ଏହି ପଦକ ପ୍ରଦାନ କରାଯିବ।

ଓଡ଼ିଶାରୁ ୧୩ ଜଣଙ୍କୁ ପୁଲିସ ପଦକ

ଭୁବନେଶ୍ବର: ସ୍ଵାଧୀନତା ଦିବସ ଅବସରରେ ଦେଶର ୧୦୩୭ ଜଣଙ୍କୁ ମିଳିବ ପୁଲିସ ପଦକ ଏବଂ ସାହସିକତା ପୁରସ୍କାର। କାର୍ଯ୍ୟକ୍ଷେତ୍ରରେ ଉତ୍ସର୍ଗୀକୃତ ସେବା ପ୍ରଦର୍ଶନ ଲାଗି ପୁଲିସ ବିଭାଗ, ଅଗ୍ନିଶମ ବିଭାଗ ଏବଂ ହୋମଗାର୍ଡ ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କୁ ଏହି ପଦକ ପ୍ରଦାନ କରାଯିବ। ସେମାନଙ୍କ ମଧ୍ୟରୁ ଓଡ଼ିଶାରୁ ୧୩ ଜଣ ରହିଛନ୍ତି। 

୧୦୩୭ ଜଣଙ୍କ ମଧ୍ୟରୁ ଜଣଙ୍କୁ ରାଷ୍ଟ୍ରପତି ସାହସିକତା ପଦକ ପ୍ରଦାନ କରାଯିବ। ସେ ହେଉଛନ୍ତି ତେଲେଙ୍ଗାନା ପୁଲିସ ବିଭାଗ ମୁଖ୍ୟ କନଷ୍ଟେବଳ ଚଡୁଭୁ ୟାଦାୟା। ଏହା ବ୍ୟତୀତ ୨୧୩ ଜଣଙ୍କୁ ସାହସିକତା ପଦକ, ୯୪ଜଣଙ୍କୁ ପ୍ରଖ୍ୟାତ ସେବା ପଦକ, ୭୨୯ ଜଣଙ୍କୁ ଗୁଣବତ୍ତାସମ୍ପନ୍ନ ସେବା ପଦକ ପ୍ରଦାନ କରାଯିବ। ଏ ସମ୍ପର୍କରେ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଛି।