Potato Crisis: ତୁଟୁନି ଆଳୁ ସମସ୍ୟା, ବଢୁଛି ଆଳୁ ଦର
Advertisement
Article Detail0/zeeodisha/odisha2370648

Potato Crisis: ତୁଟୁନି ଆଳୁ ସମସ୍ୟା, ବଢୁଛି ଆଳୁ ଦର

ଭୁବନେଶ୍ୱର: ତୁଟୁନି ଆଳୁ ସମସ୍ୟା। ପଶ୍ଚିମବଙ୍ଗ ପରିବର୍ତ୍ତେ ଉତ୍ତରପ୍ରଦେଶରୁ ଆଳୁ ଆଣିବାକୁ ନିଷ୍ପତ୍ତି ନେଇଥିବା ବେଳେ ଏବେ ଆଳୁ ପାଇଁ ପଞ୍ଜାବ ମୁହାଁ  ସରକାର। ଆବଶ୍ୟକ ପଡ଼ିଲେ ପଞ୍ଜାବରୁ ଆଳୁ ଅଣାଯିବ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ସେପଟେ ବଜାରରେ ପୁଣି ଆଳୁ ନିଅଣ୍ଟ ହେବାରୁ ଦର ବଢିବାରେ ଲାଗିଛି।&nbs

Potato Crisis: ତୁଟୁନି ଆଳୁ ସମସ୍ୟା, ବଢୁଛି ଆଳୁ ଦର

Potato Crisis: ଭୁବନେଶ୍ୱର: ତୁଟୁନି ଆଳୁ ସମସ୍ୟା। ପଶ୍ଚିମବଙ୍ଗ ପରିବର୍ତ୍ତେ ଉତ୍ତରପ୍ରଦେଶରୁ ଆଳୁ ଆଣିବାକୁ ନିଷ୍ପତ୍ତି ନେଇଥିବା ବେଳେ ଏବେ ଆଳୁ ପାଇଁ ପଞ୍ଜାବ ମୁହାଁ  ସରକାର। ଆବଶ୍ୟକ ପଡ଼ିଲେ ପଞ୍ଜାବରୁ ଆଳୁ ଅଣାଯିବ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ସେପଟେ ବଜାରରେ ପୁଣି ଆଳୁ ନିଅଣ୍ଟ ହେବାରୁ ଦର ବଢିବାରେ ଲାଗିଛି। 

ଗତ ସପ୍ତାହରେ ପଶ୍ଚିମବଙ୍ଗରେ ଧର୍ମଘଟ କାରଣରୁ ଓଡ଼ିଶାକୁ ଆଳୁ ଯୋଗାଣ ବ୍ୟାହତ ହୋଇଥିଲା। ପରବର୍ତ୍ତି ସମୟରେ ପଶ୍ଚିମବଙ୍ଗର ପ୍ରଶାସନ, ପୋଲିସ ଓ ରାଜନୈତିକ କର୍ମୀ ଓଡିଶାର ଆଳୁ ଟ୍ରକକୁ ଅଟକାଇ ଜୋର ଜବରଦସ୍ତି ଚାନ୍ଦା ନେଉଥିବା ନେଇ ଅଭିଯୋଗ ହୋଇଥିଲା। ଓଡ଼ିଶାକୁ ଆଳୁ ନ ଆସିବାରୁ କିଲୋପିଛା ଦର ଅହେତୁକ ଭାବେ ବୃଦ୍ଧି ପାଇଥିଲା। ସେପଟେ ଆଳୁ ସମସ୍ୟା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହିତ ଦିଲ୍ଲୀରେ ଆଲୋଚନା କରିଥିଲେ ମଧ୍ୟ ସୁଫଳ ମିଳିନଥିଲା। 

ପରେ ଆଳୁ ସଂକଟ ଦୂର କରିବା ଲାଗି ଉତ୍ତରପ୍ରଦେଶରୁ ଆଣିବାକୁ ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର। ଏହି କ୍ରମରେ ଉତ୍ତରପ୍ରଦେଶରେ ଆଳୁ ଆସୁଛି। କିନ୍ତୁ ଉତ୍ତରପ୍ରଦେଶ ଆଳୁକୁ ନେଇ ଏବେ ଖୁଚୁରା ବ୍ୟବସାୟୀ ଓ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ଥିବା ଦେଖିବାକୁ ମିଳିଛି। ଅଭିଯୋଗ ହେଉଛି ଯେ ଉତ୍ତରପ୍ରଦେଶରୁ ଆସୁଥିବା ଆଳୁ ଖୁବଶୀଘ୍ର ପଚିଯାଉଛି। କିନ୍ତୁ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଖୋଦ ଯୋଗାଣ ମନ୍ତ୍ରୀ। ସେ କହିଛନ୍ତି କି ୟୁପି ଆଳୁ ଭଲ କ୍ୱାଲିଟିର। 

ସେପଟେ ଆଜି କଟକ ଛତ୍ରବଜାରରେ ନିଅଣ୍ଟିଆ ପରିସ୍ଥିତି ହେବାରୁ ଆଳୁର ମୂଲ୍ୟ ବୃଦ୍ଧି ହୋଇଥିବା ସୂଚନା ରହିଛି। ଆଳୁ ଗାଡି ନ ଆସିବା ଯୋଗୁଁ ଆଳୁ ଅଭାବ ଦେଖାଯାଇଛି। କଟକ ଛତ୍ରବଜାରରେ କାଁ ଭାଁ ଆଳୁ ବିକ୍ରି ହେଉଥିବା ବେଳେ ମନଇଚ୍ଛା ଦର କଷୁଛନ୍ତି ଖୁଚୁରା ବ୍ୟବସାୟୀ। ସୋମବାର ଆଳୁଦର କିଲୋ ପିଛା ୪୦ ଟଙ୍କା ଥୁଲାବେଳେ ଆଜି ହଠାତ୍ ୨୦ ଟଙ୍କା ବଢ଼ି ୬୦ ଟଙ୍କା ହୋଇଯାଇଅଛି। ପଶ୍ଚିମବଙ୍ଗରୁ ଗତକାଲି ୨ଟି ଆଳୁ ଗାଡ଼ି ଆସିଥିବା ବେଳେ ଆଜି ଆଳୁ ଗାଡ଼ି ଆସିନପାରିବା ଯୋଗୁଁ ଏଭଳି ସମସ୍ୟା ଦେଖାଦେଇଛି।