ଚୋରା ମଦ କାରବାର ନେଇ ଏଭଳି କହିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ
Advertisement
Article Detail0/zeeodisha/odisha2396468

ଚୋରା ମଦ କାରବାର ନେଇ ଏଭଳି କହିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ

Pramila Mallick: ମଦ ବନ୍ଦ କରିବାକୁ ନିର୍ବାଚନ ଇସ୍ତାହାରରେ କହିଲେ, ହେଲେ କଲେନି। ତେଣୁ ଅବକାରୀ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ।

ଚୋରା ମଦ କାରବାର ନେଇ ଏଭଳି କହିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ

ଭୁବନେଶ୍ଵର: ରାଜ୍ୟରେ ଚୋରା ମଦ କାରବାର ଦିନକୁ ଦିନ ବୃଦ୍ଧି ପାଉଛି। ମାଫିଆମାନେ ଚୋରା ମଦ କାରବାରକୁ ବଢ଼ାଇ ଚାଲିଛନ୍ତି। ପରୋକ୍ଷରେ ସେମାନଙ୍କୁ ସହଯୋଗ କରାଯାଉଛି। ରାଜ୍ୟରେ ଚୋରା ମଦ କାରବାର ନେଇ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ।

ଶ୍ରୀମତୀ ମଲ୍ଲିକ କହିଛନ୍ତି ଯେ, ଏ ସରକାର କେବଳ ରଙ୍ଗ ବଦଳାଉଛନ୍ତି। ମଦ ବନ୍ଦ କରିବାକୁ ନିର୍ବାଚନ ଇସ୍ତାହାରରେ କହିଲେ, ହେଲେ କଲେନି। ତେଣୁ ଅବକାରୀ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ। ଚୋରା ମଦ କାରବାର ବନ୍ଦ କରିବାକୁ କେହି ମନା କରୁ ନାହାନ୍ତି। ବୁଲଡୋଜର ଚଲାନ୍ତୁ, ହେଲେ ବର୍ତ୍ତମାନ ଘଟଣାକୁ ନେଇ ଆଗ ଇସ୍ତଫା ଦିଅନ୍ତୁ। ସେମାନେ ମଦ ବନ୍ଦ କରିବେନି। କାରଣ ମଦ ବେପାରୀଙ୍କ ସହ ସଲା ସୁତୁରାରେ ଅଛନ୍ତି।