Trending Photos
Modi Visit Odisha: ଭୁବନେଶ୍ୱର: ଆଜି ସୁଭଦ୍ରା ଯୋଜନା ଶୁଭାରମ୍ଭ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିନିକିଆ ଓଡ଼ିଶା ଗସ୍ତରେ ଆସିଥିଲେ। ତେବେ ସୁଭଦ୍ରା ଯୋଜନା କାର୍ଯ୍ୟକ୍ରମରେ ସାମିଲ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗାଡ଼କଣରେ ଜଣେ ହିତାଧିକାରୀଙ୍କ ଘରକୁ ଗସ୍ତ କରିଥିଲେ। ଗାଡ଼କଣର ଶବର ସାହିରେ ଥିବା ଭୁବନେଶ୍ୱରରେ ପହଞ୍ଚିବା ପରେ ଅନ୍ତର୍ଯ୍ୟାମୀ ନାୟକ ଓ ଯହଜା ନାୟକଙ୍କ ଘରକୁ ଯାଇଥିଲେ ମୋଦୀ। ସେଠାରେ କ୍ଷୀରି ଖାଇ ସ୍ଥାନୀୟ ବାସିନ୍ଦା ଓ ହିତାଧିକାରୀଙ୍କ ସହିତ ଆଲୋଚନା କରିଥିଲେ।
ଭୁବନେଶ୍ୱରରେ ପହଞ୍ଚିବା ପରେ ଅନ୍ତର୍ଯ୍ୟାମୀ ନାୟକ ଓ ଯହଜା ନାୟକଙ୍କ ଘରକୁ ଯାଇଥିଲି। ସେମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ଉପକୃତ ହୋଇଛନ୍ତି ଏବଂ ଗର୍ବିତ ଘର ମାଲିକ ଅଟନ୍ତି । ନାତି ସୌମ୍ୟଜିତଙ୍କ ସମେତ ସେମାନଙ୍କ ପରିବାରକୁ ଭେଟିଥିଲି। ନାୟକ ପରିବାର ମଧ୍ୟ ସ୍ୱାଦିଷ୍ଟ କ୍ଷୀରି ପରିବେଷଣ କରିଥିଲେ। pic.twitter.com/qlwj3DBHUJ
— Narendra Modi (@narendramodi) September 17, 2024
ଏହି ସମୟର କିଛି ଫଟୋ ମଧ୍ୟ ମୋଦୀ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ଏକ୍ସ ଆକାଉଣ୍ଟରେ ସେୟାର କରିଛନ୍ତି। ଏକ୍ସ ଆକାଉଣ୍ଟରେ ମୋଦି ଓଡିଆ ଭାଷାରେ ଲେଖିଛନ୍ତି। ଭୁବନେଶ୍ୱରରେ ପହଞ୍ଚିବା ପରେ ଅନ୍ତର୍ଯ୍ୟାମୀ ନାୟକ ଓ ଯହଜା ନାୟକଙ୍କ ଘରକୁ ଯାଇଥିଲି। ସେମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ଉପକୃତ ହୋଇଛନ୍ତି ଏବଂ ଗର୍ବିତ ଘର ମାଲିକ ଅଟନ୍ତି । ନାତି ସୌମ୍ୟଜିତଙ୍କ ସମେତ ସେମାନଙ୍କ ପରିବାରକୁ ଭେଟିଥିଲି। ନାୟକ ପରିବାର ମଧ୍ୟ ସ୍ୱାଦିଷ୍ଟ କ୍ଷୀରି ପରିବେଷଣ କରିଥିଲେ।
ଚା’ ପିଇବା ସହ ଆନନ୍ଦଦାୟକ ବର୍ତ୍ତାଳାପ ! ପିଏମ ଆବାସ ଯୋଜନାର ହିତାଧିକାରୀଙ୍କ ସହ ବସି ସେମାନଙ୍କ ଜୀବନ ଯାତ୍ରା ବିଷୟରେ ଶୁଣିଲି । ବିଶେଷ କରି ବହୁ ସଂଖ୍ୟକ ମହିଳା ଏହି ଯୋଜନାରେ ଉପକୃତ ହେଉଥିବା ଦେଖି ଖୁସି ଲାଗୁଛି। ଏହି ଯୋଜନା ଏବଂ ଏଭଳି ଅନ୍ୟ ଯୋଜନା କିପରି ଜୀବନରେ ପରିବର୍ତ୍ତନ ଆଣିଛି ସେ ବିଷୟରେ ସେମାନେ କହିଥିଲେ । pic.twitter.com/NVAzJqiMIn
— Narendra Modi (@narendramodi) September 17, 2024
ସେହିପରି ମୋଦି ଓଡିଶା ଗସ୍ତର ଅନୁଭୂତିକୁ ମଧ୍ୟ ସେୟାର କରିଛନ୍ତି। ତାଙ୍କ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି। ଷଳ ଧାରାରେ ବର୍ଷା ଲୋକଙ୍କ ଉତ୍ସାହକୁ ମଳିନ କରିପାରିନଥିଲା। ମହାପ୍ରଭୁ ଜଗନ୍ନାଥଙ୍କ ମାଟି, ଓଡ଼ିଶାର ଲୋକମାନଙ୍କ ଗହଣକୁ ଆସିବା ମୋ ପାଇଁ ଗୌରବର ବିଷୟ। ଏହି ରାଜ୍ୟ ଆମ ଉପରେ ଅତୁଟ ଆସ୍ଥା ପ୍ରକଟ କରିଛି ଏବଂ ଆମେ ଓଡ଼ିଶାର ଲୋକଙ୍କ ଆକାଂକ୍ଷା ପୂରଣ ଲାଗି କୌଣସି ସୁଯୋଗ ଛାଡ଼ିବୁ ନାହିଁ ବୋଲି ଉଲ୍ଲେଖ କରିଥିଲେ।
ଭୁବନେଶ୍ୱରରେ ମୋତେ ଭବ୍ୟ ସ୍ୱାଗତ କରାଗଲା। ମୂଷଳ ଧାରାରେ ବର୍ଷା ଲୋକଙ୍କ ଉତ୍ସାହକୁ ମଳିନ କରିପାରିନଥିଲା। ମହାପ୍ରଭୁ ଜଗନ୍ନାଥଙ୍କ ମାଟି, ଓଡ଼ିଶାର ଲୋକମାନଙ୍କ ଗହଣକୁ ଆସିବା ମୋ ପାଇଁ ଗୌରବର ବିଷୟ। ଏହି ରାଜ୍ୟ ଆମ ଉପରେ ଅତୁଟ ଆସ୍ଥା ପ୍ରକଟ କରିଛି ଏବଂ ଆମେ ଓଡ଼ିଶାର ଲୋକଙ୍କ ଆକାଂକ୍ଷା ପୂରଣ ଲାଗି କୌଣସି ସୁଯୋଗ ଛାଡ଼ିବୁ ନାହିଁ । pic.twitter.com/EuwqodOTlR
— Narendra Modi (@narendramodi) September 17, 2024