ପରଲୋକରେ ବିଶିଷ୍ଟ ସାହିତ୍ୟିକ ସାତକଡି ହୋତା
Advertisement
Article Detail0/zeeodisha/odisha2105322

ପରଲୋକରେ ବିଶିଷ୍ଟ ସାହିତ୍ୟିକ ସାତକଡି ହୋତା

ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ ତାଙ୍କ ବଡ଼ ଝିଅଙ୍କ ବାସଭବନରେ ସେ ୯୫ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି  ବିଶିଷ୍ଟ ସାହିତ୍ୟିକ ସାତକଡି ହୋତା । ଦୁଇ ଦିନ ତଳେ ହଠାତ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଥିଲା ଖାଦ୍ୟ ଖାଇବା ମଧ୍ୟ ସମସ୍ୟା ହୋଇଥିଲା । ଆଜି ଦିନ ୧୨ଟା ୨୫ ମିନିଟ୍‌ରେ ତାଙ୍କର ଦେହାନ୍ତ ହୋଇଛି । ଆଜି ସନ୍ଧ୍ୟାରେ ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ସୂଚନା ମିଳିଛି ।

ପରଲୋକରେ ବିଶିଷ୍ଟ ସାହିତ୍ୟିକ ସାତକଡି ହୋତା

ଭୁବନେଶ୍ୱର: ବିଶିଷ୍ଟ ସାହିତ୍ୟିକ ସାତକଡି ହୋତାଙ୍କର ଆଜି ପରଲୋକ ଘଟିଛି । ଭୁବନେଶ୍ୱରର ନୟାପଲ୍ଲୀ ସ୍ଥିତ ତାଙ୍କ ବଡ଼ ଝିଅଙ୍କ ବାସଭବନରେ ସେ ୯୫ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଦୁଇ ଦିନ ତଳେ ହଠାତ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଥିଲା ଖାଦ୍ୟ ଖାଇବା ମଧ୍ୟ ସମସ୍ୟା ହୋଇଥିଲା । ଆଜି ଦିନ ୧୨ଟା ୨୫ ମିନିଟ୍‌ରେ ତାଙ୍କର ଦେହାନ୍ତ ହୋଇଛି । ଆଜି ସନ୍ଧ୍ୟାରେ ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ସୂଚନା ମିଳିଛି ।

ସୂଚନାଯୋଗ୍ୟ, ସାତକଡି ହୋତା ରାଜ୍ୟ ସାହିତ୍ୟ ଏକାଡେମିର ପୂର୍ବତନ ସଭାପତି ଭାବେ କାର୍ଯ୍ୟଭାର ତୁଲାଇଥିଲେ । ଏଥିସହ ଭାରତୀୟ ରେଳ ବିଭାଗରୁ ଅବସର ପରେ ଏକ ଦୈନିକ ଖବରକାଗଜର ସମ୍ପାଦକ ଭାବେ ଦାୟିତ୍ୱଭାର ସମ୍ଭାଳିଥିଲେ । ସାତକଡି ହୋତାଙ୍କ ଗାଁ ମୟୁରଭଞ୍ଜ ଜିଲ୍ଲା ଜଗନ୍ନାଥଖୁଣ୍ଟାରେ । ଅନେକ ଗଳ୍ପ, କବିତା ସହ ଉପନ୍ୟାସ ପାଠକଙ୍କୁ ଭେଟି ଦେଇଛନ୍ତି ସାତକଡି ହୋତା । ତାଙ୍କ ଦ୍ୱାରା ଲିଖିତ ତାଙ୍କର ପ୍ରଥମ ଉପନ୍ୟାସ ବ୍ୟାକୁଳ ହୃଦୟ ବହୁ ଲୋକପ୍ରିୟତା ପାଇଥିଲା । ଆଉ ଏକ ଉପନ୍ୟାସ ଅଶାନ୍ତ ଅରଣ୍ୟ ପାଇଁ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା । କେବଳ ସେତିକି ନୁହେଁ ଶାରଳା ପୁରସ୍କାର ସହିତ ସାହିତ୍ୟ ଭାରତୀ ସମ୍ମାନରେ ସେ ସମ୍ମାନିତ ହୋଇଥିଲେ ।

Also Read- HDFC ବ୍ୟାଙ୍କ ବଢାଇଲା FD ସୁଧ, ଜାଣନ୍ତୁ ମିଳିବ କେତେ...

Also Read- Keshav Maharaj: ପ୍ରଭୁ ଶ୍ରୀରାମଙ୍କ ଦର୍ଶନ କରିବାକୁ ଚାହୁଁଛନ୍ତି ବିଦେଶୀ କ୍ରିକେଟର୍