Odisha News: ପେଟ୍ରୋକେମିକାଲ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ନିମନ୍ତେ ଜନ ଶୁଣାଣୀ
Advertisement
Article Detail0/zeeodisha/odisha2343753

Odisha News: ପେଟ୍ରୋକେମିକାଲ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ନିମନ୍ତେ ଜନ ଶୁଣାଣୀ

 Odisha News: କାର୍ଯ୍ୟକ୍ରମରେ ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ଲଳିତ କୁମାର ବେହେରା, ଜଗତସିଂହପୁର ଅତିରିକ୍ତ ଜିଲ୍ଲାପାଳ ସ୍ଵତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ ଚିତ୍ତରଞ୍ଜନ ପିଲେ,ଏରସମା ଅତିରିକ୍ତ ତହସିଲଦାର ଦେବେନ୍ଦ୍ର କୁମାର ପାଲ୍ ଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

Odisha News: ପେଟ୍ରୋକେମିକାଲ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ନିମନ୍ତେ ଜନ ଶୁଣାଣୀ

Odisha News: ପେଟ୍ରୋକେମିକାଲ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ନିମନ୍ତେ ଜନ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଜଗତସିଂହପୁର ଜିଲ୍ଲା ଏରସମା ତହସିଲ ଅଧିନ ଫିରିକିଛିଟା କନ୍ଧା ମୌଜାରୁ ପେଟ୍ରୋକେମିକାଲ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ନିମନ୍ତେ ବାମଦେଇପୁର ପଞ୍ଚାୟତ ନୀଳକଣ୍ଠେଶ୍ବର ଶିବ ମନ୍ଦିର ପଡିଆରେ ଆୟୋଜିତ ଜନଶୁଣାଣୀ ଶିବିରରେ ବାମଦେଇପୁର ସରପଞ୍ଚ ବୈଜନ୍ତି ମହାନ୍ତି ସଭାପତିତ୍ବ କରିଥିଲେ। କାର୍ଯ୍ୟକ୍ରମରେ ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ଲଳିତ କୁମାର ବେହେରା, ଜଗତସିଂହପୁର ଅତିରିକ୍ତ ଜିଲ୍ଲାପାଳ ସ୍ଵତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ ଚିତ୍ତରଞ୍ଜନ ପିଲେ,ଏରସମା ଅତିରିକ୍ତ ତହସିଲଦାର ଦେବେନ୍ଦ୍ର କୁମାର ପାଲ୍ ଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

ଫିରିକଛିଟା କନ୍ଧା ମୌଜାର ୧୫୩ ଏକର ୨୭ ଡିସିମିଲ୍ ଜମି ଅଧିଗ୍ରହଣ କରାଯିବାର ଥିବା ବେଳେ, କ୍ଷତିଗ୍ରସ୍ତ ହେବାକୁ ଥିବା ଚାଷୀମାନେ ଏହି ଶିବିରରେ ଯୋଗ ଦେଇ ସେମାନଙ୍କ ମତାମତ ପ୍ରଦାନ କରିଥିଲେ।ବିଗତ ଦିନରେ ପାରାଦୀପ ଅଞ୍ଚଳରେ ଶିଳ୍ପ କାରଖାନା ପାଇଁ ଜମି ଦେଇ ପରବର୍ତ୍ତୀ ସମୟରେ ଚାଷୀ ମାନେ ପ୍ରତାରିତ ହେଉଥିବାର ଅଭିଯୋଗ କରିଛନ୍ତି ଚାଷୀ। ଅନେକ ଚାଷୀ ପ୍ରକଳ୍ପ ନିମନ୍ତେ ଜମି ନଛାଡିବାକୁ ମତ ଦେଇଥିବା ବେଳେ,କ୍ଷତିଗ୍ରସ୍ତ ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ,ନିଶ୍ଚିତ ନିଯୁକ୍ତି ଓ ଅଞ୍ଚଳର ଶିକ୍ଷା,ସ୍ଵାସ୍ଥ୍ୟ ଏବଂ ଗମନାଗମନ ଏବଂ ପାନୀୟ ଜଳ ସମସ୍ୟାର ସମାଧାନ ସହିତ ଏକର ପ୍ରତି ୫ କୋଟି ଟଙ୍କା କ୍ଷତିପୂରଣ ପ୍ରଦାନ କରିବା ପାଇଁ ମତାମତ ଦେଇଥିବା ଦେଖିବାକୁ ମିଳିଛି। ସେହିପରି ପ୍ରକଳ୍ପ ପାଇଁ ଜମି ଛାଡିବେ ନାହିଁ ବୋଲି ଅନେକ ଚାଷୀ ଜନ ଶୁଣାଣୀ ଶିବିରରେ ବିଷୋଦଗାର କରିଥିବା ବେଳେ ଚାଷୀମାନଙ୍କର ଏ ସମ୍ପର୍କିତ ସମସ୍ତ ମତାମତକୁ ଆଧାରକରି ୨୦୧୩ ବିସ୍ଥାପନ ଓ ଥଇଥାନ ନୀତି ଅନୁଯାୟୀ ଜମିର ମୂଲ୍ୟାୟନ କରାଯିବ ବୋଲି ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ଲଳିତ କୁମାର ବେହେରା ପ୍ରକାଶ କରିଛନ୍ତି।