Advertisement
Article Detail0/zeeodisha/odisha2283810
Zee OdishaOdisha StatePuri News: ପୁରୀ ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୧୬କୁ ବୃଦ୍ଧି

Puri News: ପୁରୀ ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୧୬କୁ ବୃଦ୍ଧି

Puri News: ପୁରୀ ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୧୬କୁ ବୃଦ୍ଧି ପାଇଛି। ଗତ ୨ ତାରିଖ ସୁଧା ୧୩ ଜଣଙ୍କର ମୃତ୍ୟୁ ହୋଇଥିଲା। ଗତ ୫ ତାରିଖରେ ପୁରୀ ଗୋପିନାଥପୁର ଅଂଚଳର ଦେବଦତ୍ତ ସ୍ବାଇଁ (୩୫) ଓ ଖଡିଆବନ୍ଧ ଅଞ୍ଚଳର ରାକେଶ ପ୍ରଧାନ୍ (୨୩)ଙ୍କ ମୃତ୍ୟୁ ହୋଇଥିଲା। ଶୁକ୍ରବାର ବଳଗଣ୍ଠି ସ୍ଥିତ ରଞ୍ଜିତ୍ ପ୍ରଧାନଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି। 

ALSO READ: Weather Update: ଆଜି ଏହି ସବୁ ଜିଲ୍ଲାରେ କାଳବୈଶାଖି ବର୍ଷା ନେଇ ଆଲର୍ଟ ଜାରି

ALSO READ: Road Accident: କାର୍ କୁ ପିଟିଲା ଟ୍ରକ୍, ଘଟଣାସ୍ଥଳରେ ୩ ମୃତ

Add Zee News as a Preferred Source

ସୂଚନା ଅନୁସାରେ, ମେ ୨୯ ତାରିଖ  ରାତିରେ ପୁରୀ ନରେନ୍ଦ୍ର ପୁଷ୍କରଣୀ ମହାପ୍ରଭୁଙ୍କ ଚାପ ଖେଳ ବେଳେ ବିସ୍ଫୋରଣ ଘଟିଥିଲା। ଯେଉଁଥିରେ ଏବେ ସୁଧା ୧୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ ରୁ ଅଧିକ ଗୁରୁତର ହୋଇଥିଲେ। ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ  ବିଭିନ୍ନ ହସ୍ପିଟାଲକୁ ପଠାଯାଇଥିଲା। ଏବେବି ଏକାଧିକ ଆହତ ଓ ଗୁରୁତର ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।  ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ,  ବିଶେଷ କରି ଏହି ବିସ୍ଫୋରଣରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ଖଣ୍ଡିଆବନ୍ଧ ଗାଁ। ଯେହେତୁ ଖଣ୍ଡିଆବନ୍ଧ ଗାଁ ନରେନ୍ଦ୍ର ପୁଷ୍କରିଣୀକୁ ଲାଗି ରହିଛି, ସେ ଦୃଷ୍ଟିରୁ ଭଉଁରି ଦେଖିବାକୁ ଅନେକ ପରିବାର ଭିଡ଼ ଜମାଇଥିଲେ।  ଅନ୍ୟପଟେ, ସ୍ବତନ୍ତ୍ର ରିଲିଫ୍‌ କମିସନର୍‌ ଏହି ବିସ୍ଫୋରଣ ଘଟଣାର ତଦନ୍ତ କରିବେ ବୋଲି ସୂଚନା ମିଳିଛି। 

About the Author