Puri News: ପୁରୀରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା
Advertisement
Article Detail0/zeeodisha/odisha1981344

Puri News: ପୁରୀରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା

ପୁରୀ: ପୁରୀରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। ସପରିବାର ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ଆସାମ ମୁଖ୍ୟମନ୍ତ୍ରୀ। କଡା ସୁରକ୍ଷା ମଧ୍ୟରେ ସିଂହଦ୍ଵାରରେ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ ତରଫରୁ ତାଙ୍କୁ ସ୍ୱାଗତ କରାଯାଇଥିଲା। ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଖଣ୍ଡୁଆ ପାଟ ଦେଇ ତାଙ୍କୁ ସ୍ୱାଗତ କରିଥିଲେ।  ଆସାମ ମୁଖ୍ୟମନ୍ତ୍ର

Puri News: ପୁରୀରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା

Puri News: ପୁରୀ: ପୁରୀରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। ସପରିବାର ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ଆସାମ ମୁଖ୍ୟମନ୍ତ୍ରୀ। କଡା ସୁରକ୍ଷା ମଧ୍ୟରେ ସିଂହଦ୍ଵାରରେ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ ତରଫରୁ ତାଙ୍କୁ ସ୍ୱାଗତ କରାଯାଇଥିଲା। ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଖଣ୍ଡୁଆ ପାଟ ଦେଇ ତାଙ୍କୁ ସ୍ୱାଗତ କରିଥିଲେ। 

ଆସାମ ମୁଖ୍ୟମନ୍ତ୍ରୀଙ୍କ ସହ ଆସିଛନ୍ତି ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, ପୁରୀ ଜିଲ୍ଲା ସଭାପତି ଆଶ୍ରୀତ ପଟ୍ଟନାୟକ ଓ ବିଜେପି କର୍ମୀମାନେ ଶ୍ରୀମନ୍ଦିରକୁ ଆସିଥିଲେ। ତେବେ ଶ୍ରୀମନ୍ଦିର ଭିତରେ ବାହାରକାଠ ନିକଟରେ ଦର୍ଶନ କରିଥିବା ବେଳେ ଦର୍ଶନ ବେଳେ ବେଶ ଭାବବିହ୍ଵଳ ହୋଇପଡିଲେ ଆସାମ ମୁଖ୍ୟମନ୍ତ୍ରୀ। 

ତେବେ ଆସାମବାସୀଙ୍କ ପାଇଁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିବା ସହ ବଟଗଣେଶ ଓ କଳ୍ପବଟରେ ମାନସିକ ସୂତ୍ର ବନ୍ଧନ କରିଛନ୍ତି । ଆଉ ଆସାମ ସରକାର ହେଉଛି ଦୁର୍ନୀତିମୁକ୍ତ ସରକାର। ଯିଏ ଦୁର୍ନୀତି କରିବ ତାଙ୍କର ଆସାମରେ ସ୍ଥାନ ନାହିଁ। ତେଣୁ ଏବେ ୩୧ଜଣ ଅଫିସରଙ୍କ ଉପରେ ହୋଇଛି କାର୍ଯ୍ୟାନୁଷ୍ଠାନ। ୨ଜଣ ଗିରଫ ହୋଇଛନ୍ତି ବୋଲି ଆସାମ ମୁଖ୍ୟମନ୍ତ୍ରୀ କହିଛନ୍ତି। 

ସେପଟେ ପୋଲିସ ଡିଜିପି ବି କହିଛନ୍ତି ଯିଏ ଯେମିତି କରିବ ସେମିତି ପାଇବ। ଆଉ ସ୍ୱଚ୍ଛ ସରକାର ପାଇଁ ଆମର ସର୍ବଦା ପ୍ରୟାସ ରହିବ ବୋଲି କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା। ସେ ଆଗରୁ ଦର୍ଶନ ପାଇଁ ଆସିଥିଲେ ହେଲେ ଆଜି ମୁଖ୍ୟମନ୍ତ୍ରୀ ଭାବେ ସପରିବାର ଆସି ଦର୍ଶନ କରି ମହାପ୍ରଭୁଙ୍କ ଆଶୀର୍ବାଦ ନେବା ଓ ଆସାମବାସୀଙ୍କ ପାଇଁ ଶ୍ରୀକ୍ଷେତ୍ରରେ ଏକ ଯାତ୍ରୀ ନିବାସ କରିବା ପାଇଁ ରାଜ୍ୟ ସରକାରଙ୍କୁ ଚିଠି ଲେଖିବେ ବୋଲି କହିଛନ୍ତି ଆସାମ କୌଳିକ ପଣ୍ଡା।