Puri News: ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବନଭୋଜି ବେଶ
Advertisement
Article Detail0/zeeodisha/odisha2403534

Puri News: ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବନଭୋଜି ବେଶ

Puri News: ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବନଭୋଜି ବେଶ । ସୋମବାର ଠାରୁ ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମନୀତି ପ୍ରକ୍ରିୟା ଆରମ୍ଭ ହୋଇଛି । ରବିବାର ଯେଉଡ଼ ଭୋଗ ପରେ ସୋମବାର ଶ୍ରୀକୃଷ୍ଣ ଜନ୍ମନୀତି ଓ ମଙ୍ଗଳବାର ନନ୍ଦ ଉତ୍ସବ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବା ପରେ ଆଜି ଠାରୁ ମହାପ୍ରଭୁଙ୍କୁ ବିଭିନ୍ନ ବେଶରେ ସଜିତ କରାଯିବ । ଆଜି ଭାଦ୍ରକୃଷ୍ଣ ଦଶମୀ ତିଥିରେ ଶ୍ରୀମନ୍ଦିରରେ ବନଭୋଜି ବେଶ ସହ କୋଳିବିକା ନୀତି, ବକାସୁର ବଧ ଓ ଅର୍ଘାସୁର ବଧ ନୀତି ଅନୁଷ୍ଠିତ ହେବ । 

ସୌଜନ୍ୟ-ସୋସିଆଲ୍ ମିଡିଆ

ALSO READ: Entertainment News: ପୁଣି ଲୁହରେ ଭିଜିଲା କଳା ଜଗତ, ଆଉ ନାହାଁନ୍ତି ଏହି ବରିଷ୍ଠ ଅଭିନେତ୍ରୀ

ALSO READ:  Petrol Diesel Price Today: ତୈଳ ଦରରେ ହ୍ରାସ, ଜାଣନ୍ତୁ ଲିଟର ପିଛା କେତେ କମିଲା ରେଟ୍?

ମଧ୍ୟାହ୍ନ ଧୂପ ପରେ ରାମକୃଷ୍ଣ ଦୁଇ ଚଳନ୍ତି ପ୍ରତିମାଙ୍କୁ  ପୂଜାପଣ୍ଡା ସେବକ ମାନେ  ଆଜ୍ଞାମାଳ ପ୍ରଦାନ କରିବା  ପରେ ଦୁଇ ପ୍ରତିମାଙ୍କୁ ବିମାନରେ ବସାଇ ସିଂହଦ୍ଵାର ନିକଟସ୍ତ ବଡଛତା ମଠ ପାର୍ଶ୍ବରେ ଥିବା ଏକ କାଠ ସିଂହାସନରେ ବିଜେ କରାଯି । ଲେଙ୍କା ସେବକ ଶବରୁଣୀ ବେଶ ହୋଇ ଗୁଆକୋଳି ଓ ନଡ଼ିଆ ପାତି ମିଶାଇ ଏକ ବାଉଁଶିଆରେ ଧରି ଆସି ସେଠାରେ ନୀତି ସମ୍ପାଦନ କରିବେ। ଭିତରଚ୍ଛ ମହାପାତ୍ର ଉକ୍ତ ଶବରୁଣୀଠାରୁ କୋଳି ଆଣି ମହାପ୍ରଭୁଙ୍କୁ ସମର୍ପଣ ଓ ମଣୋହି କରିଵା ପରେ ପୂଜାପଣ୍ଡା ସେଠାରେ ଶୀତଳ ଭୋଗ ଓ ଭିତରଚ୍ଛ ମହାପାତ୍ର ବନ୍ଦାପନା କରିବେ। 

ସନ୍ଧ୍ୟାଧୂପ ପରେ ଠାକୁରମାନଙ୍କୁ ବନଭୋଜି ବେଶରେ  ସଜ୍ଜିତ କରାଯିବ । ଶ୍ରୀଜିଉମାନଙ୍କ ଶ୍ରୀଭୁଜରେ ରୂପା ପିଙ୍ଗଣରେ ସର ଧାରଣ ସହ  ଅନ୍ୟ ହସ୍ତରେ ନଉଡି ଧରିଥାନ୍ତି । ବନଭୋଜି ବେଶରେ ଠାକୁରମାନଙ୍କୁ ପ୍ରାୟ ୧୮ ପ୍ରକାର ସ୍ବର୍ଣ୍ଣ ଅଳଙ୍କାରରେ ବିମଣ୍ଡିତ କରାଯାଇଥାଏ। ସେପଟେ ଗତକାଲି ସଂନ୍ଧ୍ୟା ଧୁପ ଓ ମଇଲମ ପରେ ପହୁଡ ହୋଇନାହାଁନ୍ତି ମହାପ୍ରଭୁ। ଆଜି ସକାଳ ୦୭.୨୦ରେ  ମଙ୍ଗଳ ଆଳତି ହୋଇ ଅନ୍ଯାନ୍ଯ ନୀତି ଆଗକୁ ବଢିଛି। ସେପଟେ ଆଜି ବୁଧବାରରେ ମହାପ୍ରଭୁଙ୍କ ବନଭୋଜୀ ବେଶ, କୋଳି ବିକା,ବକାସୁର ଓ ଅର୍ଘାସୁର ବଧ ପ୍ରସ୍ତାବ ରହିଛି।