Puri: ପବିତ୍ର ଉତ୍ପନ୍ନା ଏକାଦଶୀ (Utpanna Ekadashi) ଅବସରରେ ଶନିବାର ବିଳମ୍ବିତ ରାତିରେ ଶ୍ରୀମନ୍ଦିରକୁ (Jagannath Temple) ଉଠିଲା ମହାଦୀପ (Mahadeepa )। ସଂନ୍ଧ୍ଯା ଧୂପ ପରେ ଚୁନରା ସେବକମାନେ ଅତି ନିଷ୍ଠାର ସହ ଏହି ନୀତି ସମାପନ କରିଛନ୍ତି।
Trending Photos
Puri: ପବିତ୍ର ଉତ୍ପନ୍ନା ଏକାଦଶୀ (Utpanna Ekadashi) ଅବସରରେ ଶନିବାର ବିଳମ୍ବିତ ରାତିରେ ଶ୍ରୀମନ୍ଦିରକୁ (Jagannath Temple) ଉଠିଲା ମହାଦୀପ (Mahadeepa )। ସଂନ୍ଧ୍ଯା ଧୂପ ପରେ ଚୁନରା ସେବକମାନେ ଅତି ନିଷ୍ଠାର ସହ ଏହି ନୀତି ସମାପନ କରିଛନ୍ତି। ଜଗତକଲ୍ଯାଣ ଉଦ୍ଦେଶ୍ୟରେ ଏହି ନୀତି କରାଯାଇଥାଏ। ଏକାଧିକ ଚୁନରା ସେବକଙ୍କ ଦ୍ୱାରା ଶ୍ରୀମନ୍ଦିର ଅଁଳାବେଢାକୁ ମହାଦୀପ ଉଠାଯାଇଥାଏ। ମହାପ୍ରଭୁଙ୍କର ଏହା ଏକ ଅନନ୍ଯ ନୀତି ଅଟେ।
Also Read-Matric Exam: ଆସନ୍ତା ବର୍ଷ ଏହି ଦିନଠାରୁ ଆରମ୍ଭ ହେବ ମାଟ୍ରିକ୍ ପରୀକ୍ଷା
ପ୍ରତି ମାସ ଏକାଦଶୀ ଦିନ ଅଁଳାବେଢାକୁ ମହାଦୀପ ଉଠିବାର ପରମ୍ପରା ରହିଛି। ବେଳେବେଳେ ଅଁଳାବେଢାରେ ମହାଦୀପ ଜଳିବାର ଦେଖି କେହି କେହି ଶ୍ରୀମନ୍ଦିରରେ (Srimandir) ଅଘଟଣ ଭାବି ଅପପ୍ରଚାର କରିଥାଆନ୍ତି। ମାତ୍ର ତାହା ସମ୍ପୂର୍ଣ୍ଣ ଗୁଜବ ଅଟେ। ଜଗତ କଲ୍ଯାଣ ଉଦ୍ଦେଶ୍ୟରେ ମହାଦୀପ (Mahadeepa) ଉଠିଥାଏ ବୋଲି ବିଶ୍ୱାସ ରହିଛି । ଶ୍ରୀମନ୍ଦିରକୁ ଆସିଥିବା ଭକ୍ତମାନେ ଏହି ବିରଳ ଦୃଶ୍ୟ ଦର୍ଶନ କରିବାର ସୁଯୋଗ ଲାଭ କରିଥାନ୍ତି। ଖାଲି ଶ୍ରୀମନ୍ଦିର ପରିସରରେ ଥିବା ଭକ୍ତ ନୁହଁନ୍ତି ବରଂ ଶ୍ରୀମନ୍ଦିର ଠାରୁ ଦଶ କିଲୋମିଟର ବ୍ଯାପୀ ଥିବା ଗ୍ରାମର ଲୋକମାନେ ଏହି ମହାଦୀପକୁ ଦର୍ଶନ କରି ସାନିଧ୍ୟ ଲାଭ କରିଥାନ୍ତି।