Srimandir Non Hindu Entry Controversy: ଶ୍ରୀମନ୍ଦିରରେ ଅଣ ହିନ୍ଦୁ ପ୍ରବେଶ ମାମଲାରେ ପୁରୀ ପୋଲିସ ପକ୍ଷରୁ ତଦନ୍ତ ଜାରି
Advertisement
Article Detail0/zeeodisha/odisha2141176

Srimandir Non Hindu Entry Controversy: ଶ୍ରୀମନ୍ଦିରରେ ଅଣ ହିନ୍ଦୁ ପ୍ରବେଶ ମାମଲାରେ ପୁରୀ ପୋଲିସ ପକ୍ଷରୁ ତଦନ୍ତ ଜାରି

Non Hindu Illegal Entry in Srimandir: ଶ୍ରୀନ୍ଦିରରେ ଅଣ ହିନ୍ଦୁ ପ୍ରବେଶ କରିବା ମାମଲାରେ ତଦନ୍ତ ଜାରି ରଖିଛି ପୁରୀ ପୋଲିସ।

 Srimandir Non Hindu Entry Controversy: ଶ୍ରୀମନ୍ଦିରରେ ଅଣ ହିନ୍ଦୁ ପ୍ରବେଶ ମାମଲାରେ ପୁରୀ ପୋଲିସ ପକ୍ଷରୁ ତଦନ୍ତ ଜାରି

Non Hindu Illigal Entry in Srimandir: ଶ୍ରୀମନ୍ଦିର ଭିତରକୁ ଅଣହିନ୍ଦୁ ପ୍ରବେଶ କରିବା ମାମଲାରେ ଜାରି ରହିଛି ତଦନ୍ତ। ଏହି ଘଟଣାରେ ଜଣେ ହିନ୍ଦୁ ଏବଂ ଅନ୍ୟ ୮ଜଣ ଅଣହିନ୍ଦୁଙ୍କୁ ଅଟକ ରଖି ଜେରା କରୁଛି ସିଂହଦ୍ଵାର ପୋଲିସ। ସେପଟେ ସମସ୍ତଙ୍କ ପାସପୋର୍ଟ ସହ ଭିସା ଜବତ କରାଯାଇଛି। ଏହାର ବୈଧତା ଉପରେ ଚାଲିଛି ଯାଞ୍ଚ। ଏହି ଘଟଣା ପରେ ବାଂଲାଦେଶ ଦୂତାବାସ ସହ ଯୋଗାଯୋଗ କରାଯାଇଛି ଆଲୋଚନା। ତିନୋଟି ଦିଗରେ ତଦନ୍ତ କରାଯାଉଛି। ଶ୍ରୀମନ୍ଦିର ପ୍ରଶାସନ ସହ ଯୋଗାଯୋଗ ରହିଛି। ଅଣହିନ୍ଦୁ ଚିହ୍ନଟ ପାଇଁ କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା ନାହିଁ କହିଛନ୍ତି ପୁରୀ ଏସପି ପିନାକ ମିଶ୍ର।

ଶ୍ରୀମନ୍ଦିରକୁ ଅଣ ହିନ୍ଦୁ ପ୍ରବେଶ କଟକଣା ଏକ ପ୍ରକାର ପ୍ରହସନ ପାଲଟିଛି। ଶ୍ରୀମନ୍ଦିର ହେଉ କିମ୍ବା ପରିକ୍ରମା ମାର୍ଗ କେଉଁଠାରେ ନାହିଁ ଅଣହିନ୍ଦୁ ଚିହ୍ନଟ କରିବାର ସ୍ୱତନ୍ତ୍ର ବ୍ଯବସ୍ଥା। ଅନେକ ସିସିଟିଭି ଏବେ ଅଚଳ ରହିଥିବା ବେଳେ ଅଧିକାଂଶ ସମୟରେ ଡୋରମେଟାଲ ଡିଟେକ୍ଟର କାମ କରୁନାହିଁ। ଫଳରେ ଗତକାଲି ଭଳି ଘଟଣା ସମସ୍ତଙ୍କୁ ଆତଙ୍କିତ କରିଛି। ବୋଧହୁଏ ଏହା ଇତିହାସର ପ୍ରଥମ ଘଟଣା ଏକ ସମୟରେ ୫ ଜଣ ବିଦେଶୀ ନାଗରିକଙ୍କ ଶ୍ରମନ୍ଦିର ଭିତରେ ପ୍ରବେଶ କରିବାକୁ ସକ୍ଷମ ହୋଇଛନ୍ତି। ସୁରକ୍ଷା ବ୍ଯବସ୍ଥାରେ ଏହା ଚରମ ଅବହେଳା ବୋଲି କୁହାଯାଉଛି। 

ହେଲେ ଶ୍ରୀମନ୍ଦିରର ୪ ଦ୍ୱାରରେ ପ୍ରାୟ ଦେଢଶହ ସଶସ୍ତ୍ର ପୁଲିସ, ଗୁଇନ୍ଦା ବିଭାଗ ଅଧିକାରୀ ଏବଂ ସିଂହଦ୍ଵାର ଥାନା ପୋଲିସ ଥାଇ ମଧ୍ୟ କେହି ଜାଣିପାରିଲେ ନାହିଁ। ମାତ୍ର ସାଧାରଣ ଭକ୍ତ ମନ୍ଦିର ପରିସରରେ ପ୍ରବେଶ କରିଥିବା ଅଣହିନ୍ଦୁଙ୍କୁ ସନ୍ଦେହ କରି ସେମାନଙ୍କ ପଚରାଉଚରା କରିବା ସହ ସିଂହଦ୍ଵାର ଥାନାରେ ହାଜର କରାଇଥିଲେ।ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା କିଭଳି ସ୍ଥିତିରେ ରହିଛି ତାହା ସ୍ପଷ୍ଟ ବାରି ହୋଇପଡୁଛି ବୋଲି ଭକ୍ତ ତଥା ସେବାୟତ କହିଛନ୍ତି। କେବଳ ଗତକାଲି ଘଟଣା ନୁହେଁ ଅନେକ ଥର ଅଣହିନ୍ଦୁ ଛଦ୍ମବେଶରେ ପଶିବାକୁ ଚେଷ୍ଟା କରୁଛନ୍ତି। ଶ୍ରୀମନ୍ଦିରକୁ ଅଣହିନ୍ଦୁଙ୍କ ପ୍ରବେଶ ଉପରେ କଠୋର ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି।

ସେପଟେ ଶ୍ରୀମନ୍ଦିରକୁ ଅଣହିନ୍ଦୁଙ୍କ ପ୍ରବେଶ ପରେ ଚେତିଛି ପୁରୀ ପୁଲିସ ପ୍ରଶାସନ। ଘଟଣାକୁ ଅତି ସମ୍ବେଦନଶୀଳ ଭାବେ ଗ୍ରହଣ କରିଛି। ଗତକାଲି ଠାରୁ ଛାନଭିନ ଚାଲିଛି। ସିସିଟିଭି ଯାଞ୍ଚ ସହ ସମସ୍ତଙ୍କ ପାସପୋର୍ଟ ଏବଂ ଭିସା ଜବତ କରାଯାଇଛି। ଏହା ଅସଲି ନାଁ ନକଲି ସେ ନେଇ ତର୍ଜମା କରାଯାଉଛି। ଅଟକ ରହିଥିବା ୯ ଜଣ ବାଂଲାଦେଶୀଙ୍କ ମଧ୍ୟରେ ଜଣେ ହିନ୍ଦୁ ଏବଂ ଅନ୍ୟ ୮ ଜଣ ଅଣ ହିନ୍ଦୁ ରହିଛନ୍ତି। ସେମାନଙ୍କ ବିଷୟରେ ସଠିକ ତଥ୍ୟ ସଂଗ୍ରହ କରିବା ପାଇଁ ତାଙ୍କ ବାଂଲାଦେଶ ଦୂତାବାସ ସହ ଯୋଗାଯୋଗ ରଖାଯାଇଛି। ସବୁଦିଗରେ ତଥ୍ୟ ସଂଗ୍ରହ କରାଯାଉଛି। ଯଦି ସେମାନଙ୍କ ବିରୋଧରେ କିଛି ଆପତ୍ତି ଜନକ ତଥ୍ୟ ମିଳେ ତାହେଲେ ପୁରୀ ପୁଲିସ କଠୋର ପଦକ୍ଷେପ ଗ୍ରହଣ କରିବ। 

ସେପଟେ ଶ୍ରୀମନ୍ଦିରକୁ ଅଣହିନ୍ଦୁ ପ୍ରବେଶକୁ ନେଇ ତିନୋଟି ଦିଗରେ ତଦନ୍ତ ଜାରି ରହିଛି। ପୁଲିସ ସେମାନଙ୍କ ପାସପୋର୍ଟ ଏବଂ ଭିସା ବୈଧତା ଉପରେ ଟିକନିକ ଯାଞ୍ଚ କରୁଛି। ସେମାନେ କେଉଁ ଉଦ୍ଦେଶ୍ୟ ନେଇ ପୁରୀ ଆସିଥିଲେ ତାହାର ତଦନ୍ତ କରୁଛି। ସେମାନେ ପୂର୍ବରୁ କେବେ ଦେଶର ଅନ୍ୟ କୌଣସି ସ୍ଥାନକୁ ଆସିଛନ୍ତି ନାଁ ନାହିଁ ତାହାକୁ ଗମ୍ଭୀରତାର ସହ ତର୍ଜମା କରାଯାଉଛି। ଶ୍ରୀମନ୍ଦିରକୁ ଅଣହିନ୍ଦୁ ପ୍ରବେଶ ଉପରେ କଟକଣା ରହିଛି। ମାତ୍ର ଅଣହିନ୍ଦୁ ଚିହ୍ନଟ ନେଇ କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା ନାହିଁ। ଏହାକୁ ଗମ୍ଭୀରତାର ସହ ତର୍ଜମା କରାଯାଉଛି। ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା କରାଯାଉଛି। ଆଇନର ଉଲଂଘନ ହୋଇଥିଲେ କଠୋର କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ। ବୋଲି କହିଛନ୍ତି ପିନାକ ମିଶ୍ର। ଶ୍ରୀମନ୍ଦିରକୁ ବାରମ୍ବାର ଅଣହିନ୍ଦୁଙ୍କ ପ୍ରବେଶ ଶ୍ରୀମନ୍ଦିର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।