Puri: ଦେବସ୍ନାନ ପୂର୍ଣ୍ଣିମାରେ ଅଘଟଣ; ଶ୍ରୀମନ୍ଦିରରେ ବିଦେଶୀଙ୍କ ପ୍ରବେଶ ଉଦ୍ୟମ, ୨ ପର୍ଯ୍ୟଟକ ମୃତ
Advertisement

Puri: ଦେବସ୍ନାନ ପୂର୍ଣ୍ଣିମାରେ ଅଘଟଣ; ଶ୍ରୀମନ୍ଦିରରେ ବିଦେଶୀଙ୍କ ପ୍ରବେଶ ଉଦ୍ୟମ, ୨ ପର୍ଯ୍ୟଟକ ମୃତ

Latest Puru News: ଦେବସ୍ନାନ ପୂର୍ଣ୍ଣିମାରେ ଘଟିଯାଇଛି ଅଘଟଣ। ଗୋଟିଏ ପଟେ ଅଣହିନ୍ଦୁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବାକୁ ଉଦ୍ୟମ କରିଛନ୍ତି। ଅନ୍ୟପଟେ ବିଭିନ୍ନ କାରଣରୁ ୨ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବାର ଖବର ମିଳିଛି।

 Puri: ଦେବସ୍ନାନ ପୂର୍ଣ୍ଣିମାରେ ଅଘଟଣ; ଶ୍ରୀମନ୍ଦିରରେ ବିଦେଶୀଙ୍କ ପ୍ରବେଶ ଉଦ୍ୟମ, ୨ ପର୍ଯ୍ୟଟକ ମୃତ

Deva Snana Purnima 2023: ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ଘଟିଯାଇଛି ଅଘଟଣ। ଏକାଧିକ ଅଣହିନ୍ଦୁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରି ଚ୍ଯାଲେଞ୍ଜ ସୃଷ୍ଟି କରିଛନ୍ତି। କଲମ୍ବିଆର ଅଣ ହିନ୍ଦୁ ବନ୍ଦନାନନ୍ଦ ଦାସ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିଥିଲେ। ଅନ୍ୟପଟେ ଜଣେ ବିଦେଶୀ ମହିଳା ମଧ୍ୟ ମନ୍ଦିର ଭିତରେ ପ୍ରବେଶ କରିଥିବାର ଖବର ଆସିଥିଲା। ମଜବୁତ ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ଶ୍ରୀମନ୍ଦିର ସିଂହଦ୍ଵାର ଦେଇ ପ୍ରବେଶ କରିଥିଲେ ବିଦେଶୀ। ବ୍ୟାରିକେଡ଼ ମଧ୍ୟରେ ଅଣହିନ୍ଦୁ ପ୍ରବେଶ କରିଥିବାର କୁହାଯାଉଛି।

ଦର୍ଶନ ପାଇଁ ଲୋକଙ୍କୁ ଛଡାଯିବା ପରେ ସେ ଅନ୍ୟ ଭକ୍ତଙ୍କ ସହ ମିଶି ସିଂହଦ୍ଵାର ଦେଇ ପ୍ରବେଶ କରିଥିଲେ ସେମାନେ। ସୁରକ୍ଷା ଦାୟିତ୍ବରେ ଥିବା ପୋଲିସ ସେମାନଙ୍କୁ ଦେଖିବା ପରେ ବାହାରକୁ ଆଣି ସିଂହଦ୍ଵାର ଥାନାରେ ପଚରାଉଚରା କରିବା ପରେ ଛାଡି ଦେଇଛନ୍ତି। ଶ୍ରୀମନ୍ଦିର ଭିତରକୁ ହିନ୍ଦୁଙ୍କ ବ୍ଯତୀତ ଅନ୍ଯ କାହାର ପ୍ରବେଶ ନଥିବା ଜାଣିନଥିଲେ ବୋଲି କହିଛନ୍ତି ବିଦେଶୀ ନାଗରିକ। ଶ୍ରୀମନ୍ଦିର ଭିତରେ ଅଣହିନ୍ଦୁ ପ୍ରବେଶ ଘଟଣା ନେଇ  ପ୍ରତିକ୍ରିୟା ରଖିଛନ୍ତି ପୁରୀ ଏସପି ଡକ୍ଟର କନୱାର ବିଶାଲ ସିଂହ। ଏନେଇ ଏସପି ସିଂହ କହିଛନ୍ତି ଏହି ଘଟଣା ସାମ୍ନାକୁ ଆସିବା ମାତ୍ରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ସମ୍ପୃକ୍ତ ଅଣହିନ୍ଦୁଙ୍କୁ ଶ୍ରୀମନ୍ଦିରରୁ ବାହାର କରାଯାଇଥିଲା। କେଉଁ ପରିସ୍ଥିତିରେ ସେମାନେ ମନ୍ଦିର ଭିତରକୁ ଗଲେ ତାହାର ତଦନ୍ତ କରାଯିବ।

ସ୍ନାନ ଯାତ୍ରା ହେଲା ଅନ୍ତିମ ଯାତ୍ରା। ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ। ମହାପ୍ରଭୁଙ୍କ ସ୍ନାନମଣ୍ଡପ ଦର୍ଶନ ଚାଲିଥିବା ବେଳେ ଅସୁସ୍ଥତା କାରଣରୁ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବାର ଖବର ମିଳିଛି। ସ୍ନାନମଣ୍ଡପ ନିକଟରେ ଦର୍ଶନ କରୁଥିବା ସମୟରେ ଅତ୍ଯଧିକ ଗହଳି କାରଣରୁ ରାଜସ୍ଥାନର  ଅମ୍ବଲାଲ ଭୋଇ ଅସୁସ୍ଥ ହୋଇପଡିଥିଲେ। ତାଙ୍କୁ ତୁରନ୍ତ ସିଂହଦ୍ଵାର ନିକଟ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ ପୁରୀ ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। 

ପୁରୀ ବେଳାଭୂମୀରେ ପୁଣି ଅଘଟଣ। ସମୁଦ୍ରରେ ବୁଡି ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବାର ଖବର ମିଳିଛି। ସେକ୍ଟର ୭ ଚୈତନ୍ୟ ଛକ ସାମ୍ନାରେ ବେଳାଭୂମିରେ ସ୍ନାନ କରିବା ସମୟରେ ଏକ ବଡ ଲହଡ଼ି କାରଣରୁ ଭାସି ଯାଇଥିଲେ ରାଜସ୍ଥାନର ୧୪ ବର୍ଷୀୟ ଯୁବକ ଦିଲରାଜ ଚାନ୍ଦ। ତୁରନ୍ତ ଲାଇଫଗାର୍ଡ ଦଳ ସହାୟତାରେ ତାଙ୍କୁ ଉଦ୍ଧାର କରାଯିବା ପରେ ତାଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଗତ କିଛି ଦିନ ତଳେ ପୁରୀ ସମୁଦ୍ରରେ ବୁଡ଼ି ବାପ ପୁଅଙ୍କ ମୃତ୍ୟୁ ହୋଇଥଲା। ଏହି ଘଟଣା ପରେ ସ୍ବର୍ଗଦ୍ଵାର ଅଞ୍ଚଳ ବେଳାଭୂମିରେ ରେଡ ଫ୍ଲାଗ ଲଗାଯିବା ସହ ନୋ ବାଥ୍ ଜୋନ୍ କରାଯାଇ ଥିଲା। ହେଲେ ପୁରୀ ସମୁଦ୍ରରେ ଆବଶ୍ୟକ ସଂଖକ୍ ଲାଇଫ ଗାର୍ଡ ଉପଲବ୍ଧ ନଥିବା ହେତୁ ଅନେକ ନିରୀହ ପର୍ଯ୍ୟଟକଙ୍କ ମୃତ୍ୟୁ ହେଉଥିବାର ଅଭିଯୋଗ ହୋଇଆସୁଛି। ସୁରକ୍ଷିତ ସମୁଦ୍ର ସ୍ନାନ ପାଇଁ  ପୁରୀ ସମୁଦ୍ରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସହିତ ଅଧିକ ଲାଇଫ ଗାର୍ଡ ମୁତୟନ ପାଇଁ ଦାବି ହୋଇଛି।