Vande Bharat Express: ପୁରୀ-ରାଉରକେଲା ମଧ୍ଯରେ ଗଡ଼ିଲା ବନ୍ଦେ ଭାରତ!
Advertisement
Article Detail0/zeeodisha/odisha1879429

Vande Bharat Express: ପୁରୀ-ରାଉରକେଲା ମଧ୍ଯରେ ଗଡ଼ିଲା ବନ୍ଦେ ଭାରତ!

Vande Bharat Express: ଷ୍ଟିଲ ସିଟି ରାଉରକେଲାରୁ ପୁରୀ ମଧ୍ୟରେ ରେଳ ଦୂରତା ୫୦୫ କିଲୋମିଟର ଥିବାବେଳେ ଏହି ଟ୍ରେନ୍‌ ଏଥିଲାଗି ପ୍ରାୟ ୭ ଘଣ୍ଟା ୪୫ ମିନିଟ୍‌ ସମୟ ନେବ । ଟ୍ରାଏଲ ରନ୍‌ ସମୟରେ ଟ୍ରେନଟି ଘଣ୍ଟା ପ୍ରତି ହାରାହାରି ୬୩.୩୩ କିମିରୁ ୬୫.୧୬ କିମି ବେଗରେ ଚାଲିବ ବୋଲି ଜଣାପଡ଼ିଛି।

ସୌ(ସୋସିଆଲ ମିଡିଆ)

Puri Rourkela trail run: ଚଳିତ ମାସ ଶେଷ ସୁଦ୍ଧା ଓଡିଶା ମାଟିରେ ଗଡ଼ିବ ଦ୍ବିତୀୟ ବନ୍ଦେ ଭାରତ ଏକ୍ସପ୍ରେସ (Second Vande Bharat Express in odisha) । ଏନେଇ ବୁଧବାର ଦିନ ଆରମ୍ଭ ହୋଇଛି ପୁରୀ- ରାଉରକେଲା ମଧ୍ଯରେ ଟ୍ରାଏଲ ରନ୍ । ଷ୍ଟିଲ ସିଟି ରାଉରକେଲାରୁ ପୁରୀ ମଧ୍ୟରେ ରେଳ ଦୂରତା ୫୦୫ କିଲୋମିଟର ଥିବାବେଳେ ଏହି ଟ୍ରେନ୍‌ ଏଥିଲାଗି ପ୍ରାୟ ୭ ଘଣ୍ଟା ୪୫ ମିନିଟ୍‌ ସମୟ ନେବ । ଟ୍ରାଏଲ ରନ୍‌ (Puri Rourkela trail run) ସମୟରେ ଟ୍ରେନଟି ଘଣ୍ଟା ପ୍ରତି ହାରାହାରି ୬୩.୩୩ କିମିରୁ ୬୫.୧୬ କିମି ବେଗରେ ଚାଲିବ ବୋଲି ଜଣାପଡ଼ିଛି।

ସୂଚନା ଥାଉ କି,  ଆଜି ପୁରୀ- ରାଉରକେଲା ମଧ୍ଯରେ ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ରନ୍ (Puri Rourkela trail Run) ଆରମ୍ଭ ହୋଇଛି । ଆଜି ସକାଳ ୫ଟାରେ ପୁରୀ ଷ୍ଟେସନରୁ ବାହାରିଛି ଏହି ହାଇସ୍ପିଡ଼ ଟ୍ରେନ୍ । ଏହା ଅପରାହ୍ନ ୧୨ଟା ୪୫ ମିନିଟ୍ ରେ ରାଉଲକେଲା ଷ୍ଟେସନରେ (Rourkela Station) ପହଞ୍ଚିବ । ଏହାପରେ ପୂଃର୍ନବାର ୨ଟା ୧୦ ମିନିଟ୍ ରେ ରାଉରକେଲା ଷ୍ଟେସନ ଛାଡ଼ି ରାତି ୯ଟା ୪୦ ମିନିଟରେ ପୁରୀ ଷ୍ଟେସନରେ ପହଁଞ୍ଚିବ ବୋଲି ଜଣାପଡିଛି । ଏହି ହାଇସ୍ପିଡ଼ ଟ୍ରେନ୍ ରେ ୮ଟି କୋଚ ରହିଛି । ଏହି ଟ୍ରାଏଲ ରନ୍ ଅବସରରେ ବନ୍ଦେ ଭାରତ ଏକ୍ସପ୍ରେସ (Vande Bharat Express)  ପୁରୀ ଷ୍ଟେସନରୁ ବାହାରି ଖୋର୍ଦ୍ଧା ରୋଡ, ଭୁବନେଶ୍ବର, କଟକ, ଡେଙ୍କାନାଳ, ଅନୁଗୋଳ, କେରେଜେଙ୍ଗା, ସମ୍ବଲପୁର ସିଟି, ଝାରସୁଗୁଡା ଅର୍ଥାତ୍ ୧୦ଟି ଷ୍ଟେସନରେ ରହିବ।

Also Read-Nuakhai 2023: ଆଜି ପଶ୍ଚିମ ଓଡ଼ିଶା ଗଣପର୍ବ ନୂଆଖାଇ, ଜାଣନ୍ତୁ ଏହାକୁ ନେଇ କିଛି ଖାସ୍ କଥା

Also Read-Weather Update: ଲଘୁଚାପ ପ୍ରଭାବରେ ୯ ଜିଲ୍ଲାରେ ଛେଚିବ ବର୍ଷା, ବିଭାଗ ପକ୍ଷରୁ ଆଲର୍ଟ ଜାରି

ପ୍ରକାଶ ଥାଉ କି, ଗତ ୧୨ ତାରିଖ ଦିନ ପୁରୀରୁ ତାଳଚେର ମଧ୍ଯରେ ଟ୍ରାଏଲ ରନ୍ (Talcher puri trail run) ହୋଇଥିଲା । ପୁରୀ ଷ୍ଟେସନରୁ ସକାଳ ୯ଟା ୩୦ରୁ ବାହାରି ଦିନ ୧୨ଟା ୪୫ ମିନିଟ୍ ରେ ତାଳଚେର ରୋଡ଼ରେ ପହଞ୍ଚିଥିଲା ଏହି ଟ୍ରେନ୍ । ପୁର୍ନବାର ଏହା ଅପରାହ୍ନ ୧ଟା ୫ ମିନିଟ୍‌ରେ ତାଳଚେର ଷ୍ଟେସନ (Talcher Station)  ଛାଡି ସଂଧ୍ୟା ୫ଟା ୨୦ ମିନିଟ୍‌ରେ ପୁରୀରେ ପହଞ୍ଚିଥିଲା। ଏହି ସମୟରେ ଖୋର୍ଦ୍ଧା, ଭୁବନେଶ୍ୱର, କଟକ ଓ ଢ଼େଙ୍କାନାଳ ଷ୍ଟେସନରେ ମାତ୍ର ୨ ମିନିଟ୍ ଲେଖାଏଁ ଅଟକିଥିଲା ଏହି ଟ୍ରେନ୍। ସେହିପରି ଚଳିତ ବର୍ଷ ମେ ୧୮ ତାରିଖରେ ଓଡ଼ିଶାରେ ଗଡ଼ିଥିଲା ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ୍ (Vande Bharat )। ଭର୍ଚୁଆଲ ମୋଡ୍‌ରେ ଏହି ସେମି ହାଇସ୍ପିଡ୍ ଟ୍ରେନର ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ରେନ୍‌ଟି ପୁରୀ-ହାୱଡା ମଧ୍ୟରେ ଚଳାଚଳ ଆରମ୍ଭ କରିଥିଲା।