କଟକରେ ବୁଲେଟ୍‌ ରାଣୀ ରାଜଲକ୍ଷ୍ମୀ ମାଣ୍ଡା, BJPକୁ ଭୋଟ ଦେବାକୁ କଲେ ନିବେଦନ
Advertisement

କଟକରେ ବୁଲେଟ୍‌ ରାଣୀ ରାଜଲକ୍ଷ୍ମୀ ମାଣ୍ଡା, BJPକୁ ଭୋଟ ଦେବାକୁ କଲେ ନିବେଦନ

Rajalaxmi manda: ଫେବ୍ରୁଆରୀ ୧୨ ତାରିଖରୁ ତାମିଲନାଡୁର ମଦୁରାଇରୁ ଯାତ୍ରା ଆରମ୍ଭ କରି ଦେଶର ବିଭିନ୍ନ ସ୍ଥାନକୁ ଭ୍ରମଣ କରୁଛନ୍ତି ରାଜଲକ୍ଷ୍ମୀ ମାଣ୍ଡା । ବର୍ତ୍ତମାନ ପର୍ଯ୍ୟନ୍ତ ସେ ସମୁଦାୟ ୨୧ ହଜାର କିଲୋମିଟର ପଥ ଅତିକ୍ରମ କରିସାରିଛନ୍ତି । ‘ଭୋଟ୍‌ ଫର୍‌ ନେସନ୍‌, ଭୋଟ୍‌ ଫର ମୋଦି’ ଏବଂ ‘ଅବ୍‌କି ବାର୍‌ ୪୦୦ ପାର୍‌’ ସ୍ଲୋଗାନ ସହିତ ଆଜି କଟକରେ ସେ ପହଞ୍ଚିଛନ୍ତି । କଟକରେ ତାଙ୍କୁ ଭାରତୀୟ ଜନତା ପାର୍ଟି ପକ୍ଷରୁ ବିଶେଷ ଭାବେ ସ୍ୱାଗତ କରାଯାଇଥିବା ଦେଖିବାକୁ ମିଳିଛି ।

କଟକରେ ବୁଲେଟ୍‌ ରାଣୀ ରାଜଲକ୍ଷ୍ମୀ ମାଣ୍ଡା, BJPକୁ ଭୋଟ ଦେବାକୁ କଲେ ନିବେଦନ

କଟକ: ଫେବ୍ରୁଆରୀ ୧୨ ତାରିଖରୁ ତାମିଲନାଡୁର ମଦୁରାଇରୁ ଯାତ୍ରା ଆରମ୍ଭ କରି ଦେଶର ବିଭିନ୍ନ ସ୍ଥାନକୁ ଭ୍ରମଣ କରୁଛନ୍ତି ରାଜଲକ୍ଷ୍ମୀ ମାଣ୍ଡା । ବର୍ତ୍ତମାନ ପର୍ଯ୍ୟନ୍ତ ସେ ସମୁଦାୟ ୨୧ ହଜାର କିଲୋମିଟର ପଥ ଅତିକ୍ରମ କରିସାରିଛନ୍ତି । ‘ଭୋଟ୍‌ ଫର୍‌ ନେସନ୍‌, ଭୋଟ୍‌ ଫର ମୋଦି’ ଏବଂ ‘ଅବ୍‌କି ବାର୍‌ ୪୦୦ ପାର୍‌’ ସ୍ଲୋଗାନ ସହିତ ଆଜି କଟକରେ ସେ ପହଞ୍ଚିଛନ୍ତି । କଟକରେ ତାଙ୍କୁ ଭାରତୀୟ ଜନତା ପାର୍ଟି ପକ୍ଷରୁ ବିଶେଷ ଭାବେ ସ୍ୱାଗତ କରାଯାଇଥିବା ଦେଖିବାକୁ ମିଳିଛି ।

ସୂଚନା ମୁତାବକ, ମଦୁରାଇରୁ ଫେବୃଆରୀ ୧୨ରୁ ଯାତ୍ରା ଆରମ୍ଭ କରିବା ପରେ କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଗୋଆ, ମହାରାଷ୍ଟ୍ର ଏବଂ ଛତିଶଗଡ଼ରେ ପ୍ରଚାର କରିଛନ୍ତି । ଆଜି ଓଡ଼ିଶାରେ ପହଞ୍ଚିବା ପରେ ସେ ଏଠାରେ ୩ ଦିନ ରହି ପ୍ରଚାର କରିବେ ବୋଲି ଜଣାପଡିଛି । ଓଡ଼ିଶାର ବିଭିନ୍ନ ସ୍ଥାନ ପରିଦର୍ଶନ କରିବା ପରେ ପଶ୍ଚିମବଙ୍ଗରେ ମୋଦୀଙ୍କ ବିଷୟରେ ପ୍ରଚାର କରିବେ ଏବଂ ପରେ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଥିଲେ  ଯେ, ଦେଶର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପୁଣି ଥରେ ନରେନ୍ଦ୍ର ମୋଦିଙ୍କୁ ସୁଯୋଗ ଦେଇ ପ୍ରଧାନମନ୍ତ୍ରୀ କରାଇବା ଆବଶ୍ୟକ । ସମସ୍ତେ ଆମ ପ୍ରିୟ ପ୍ରଧାନମନ୍ତ୍ରୀଙ୍କୁ ଭୋଟ୍ ଦେଇ ଜୟଯୁକ୍ତ କରାନ୍ତୁ ।

Also Read- Amarnath Yatra 2024: ଜୁନ ୨୯ରୁ ଅମରନାଥ ଯାତ୍ରା ଆରମ୍ଭ, ପ୍ରଥମଥର ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

Also Read- Mobile Explosion: ଚାର୍ଜ ହେଉଥିବା ସମୟରେ ଫାଟିଲା ମୋବାଇଲ୍, ୪ ମୃତ, ୨ ଗୁରୁତର