Amarnath Yatra 2024: ଜୁନ ୨୯ରୁ ଅମରନାଥ ଯାତ୍ରା ଆରମ୍ଭ, ପ୍ରଥମଥର ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା
Advertisement

Amarnath Yatra 2024: ଜୁନ ୨୯ରୁ ଅମରନାଥ ଯାତ୍ରା ଆରମ୍ଭ, ପ୍ରଥମଥର ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

Amarnath Yatra Updates: ପ୍ରଭୁ ଅମରନାଥଙ୍କ ଭକ୍ତମାନେ ପ୍ରତିବର୍ଷ ଅମରନାଥ ଯାତ୍ରା ଆରମ୍ଭକୁ ଅପେକ୍ଷା କରିଥାନ୍ତି । ଭକ୍ତମାନେ ବାବା ବାରଫାନୀଙ୍କ ଦର୍ଶନ ପାଇବାକୁ ପ୍ରାୟ ଗୋଟିଏ ବର୍ଷ ଅପେକ୍ଷା କରନ୍ତି । ଚଳିତ ବର୍ଷ ଅମରନାଥ ଯାତ୍ରା ୨୯ ଜୁନ୍ ରୁ ଆରମ୍ଭ ହେବାକୁ ଯାଉଛି ।

Amarnath Yatra 2024: ଜୁନ ୨୯ରୁ ଅମରନାଥ ଯାତ୍ରା ଆରମ୍ଭ, ପ୍ରଥମଥର ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

Amarnath Yatra: ବାବା ଅମରନାଥଙ୍କ ଭକ୍ତମାନେ ପ୍ରତିବର୍ଷ ଅମରନାଥ ଯାତ୍ରା ଆରମ୍ଭ ତାରିଖକୁ ଅପେକ୍ଷା କରିଥାନ୍ତି। ଭକ୍ତମାନେ ବାବା ବାରଫାନୀଙ୍କ ଦର୍ଶନ ପାଇବାକୁ ପ୍ରାୟ ଗୋଟିଏ ବର୍ଷ ଅପେକ୍ଷା କରନ୍ତି । ଚଳିତ ବର୍ଷ ଅମରନାଥ ଯାତ୍ରା ୨୯ ଜୁନ୍ ରୁ ଆରମ୍ଭ ହେବାକୁ ଯାଉଛି । ଏଥିସହ ଚଳିତ ବର୍ଷ ଏହି ଯାତ୍ରା ପ୍ରାୟ ୫୨ ଦିନ ଚାଲିବ ବୋଲି ଜଣାପଡିଛି । ଗତ ବର୍ଷ ଅମରନାଥ ଯାତ୍ରା ଜୁଲାଇ ୧ ରୁ ଆରମ୍ଭ ହୋଇ ୬୦ ଦିନ ପର୍ଯ୍ୟନ୍ତ ଚାଲିଥିଲା । ପରିଚାଳନା କମିଟି ବର୍ତ୍ତମାନ ଚଳିତ ବର୍ଷର ଯାତ୍ରା ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି ଆରମ୍ଭ କରିଛି । ଆସନ୍ତୁ ଜାଣିବା ବାବା ବରଫାନୀଙ୍କ ଭକ୍ତମାନଙ୍କ ପାଇଁ ଏହି ବର୍ଷ କେଉଁ ସୁବିଧା କରାଯାଇଛି ।

ଭକ୍ତଙ୍କ ପାଇଁ ବ୍ୟବସ୍ଥା
ବାବା ଅମରନାଥଙ୍କ ସ୍ଥାନର ପାଣିପାଗ ବିଷୟରେ କହିବାକୁ ଗଲେ, ଏଥର ଅମରନାଥରେ ତୁଷାରପାତ ଆରମ୍ଭ ହୋଇଥିଲା ଯାହାକି ବର୍ତ୍ତମାନ ପର୍ଯ୍ୟନ୍ତ ଜାରି ରହିଛି । ଖବର ଅନୁଯାୟୀ, ଗୁମ୍ଫା ଅଞ୍ଚଳରେ ୧୦ ଫୁଟରୁ ଅଧିକ ବରଫ ଜମି ରହିଛି। ଏଭଳି ପରିସ୍ଥିତିରେ ବରଫକୁ ଦୃଷ୍ଟିରେ ରଖି ଯାତ୍ରା ମାର୍ଗ ପ୍ରସ୍ତୁତ କରାଯାଉଛି। ଗତ ଥର ୪.୫୦ ଲକ୍ଷ ଭକ୍ତ ଆସିଥିଲେ, କିନ୍ତୁ ଚଳିତ ବର୍ଷ ୬ ଲକ୍ଷ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଯାତ୍ରା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ପ୍ରଶାସନ ପକ୍ଷରୁ କରାଯାଉଛି ।

5G ସେବା
ପ୍ରଥମ ଥର ପାଇଁ ଅମରନାଥ ଯାତ୍ରାର ଉଭୟ ମାର୍ଗରେ ଭକ୍ତମାନଙ୍କୁ 5G ନେଟୱାର୍କ ସୁବିଧା ଉପଲବ୍ଧ କରାଯାଉଛି । ଏହି ମାର୍ଗରେ ପ୍ରାୟ ୧୦ଟି ମୋବାଇଲ୍ ନେଟୱାର୍କ ସ୍ଥାପନ କରାଯିବ ସହ ୨୪ ଘଣ୍ଟା ବିଦ୍ୟୁତ୍ ସେବାର ବିଶେଷ ବ୍ୟବସ୍ଥା କରାଯାଉଛି।

ରାସ୍ତା କାମ
ଅମରନାଥ ଯାତ୍ରା କରୁଥିବା ଭକ୍ତଙ୍କ ଖାଦ୍ୟ ଏବଂ ସ୍ୱାସ୍ଥ୍ୟ ପ୍ରତି ସମ୍ପୂର୍ଣ୍ଣ ଯତ୍ନ ନିଆଯିବ । ବରଫ ତରଳିବା ମାତ୍ରେ ରାସ୍ତା ମରାମତି କରାଯିବା ଆରମ୍ଭ କରାଯିବ । ରାସ୍ତାକୁ ୧୪ ଫୁଟକୁ ଚଉଡା କରାଯିବ ବୋଲି ସୂଚନା ମିଳିଛି । ଆପଣଙ୍କୁ କହି ରଖୁଛୁ ଯେ, ପୂର୍ବରୁ ପହଲଗାମରୁ ଗୁମ୍ଫା ପର୍ଯ୍ୟନ୍ତ ୪୬ କିଲୋମିଟର ଲମ୍ବା ରାସ୍ତା କେବଳ ୩ ରୁ ୪ ଫୁଟ ପ୍ରସ୍ଥ ଏବଂ ବାଲ୍ଟାଲ ରାସ୍ତାଟି ମାତ୍ର ୨ ଫୁଟ ପ୍ରସ୍ଥ ଥିଲା । ବର୍ତ୍ତମାନ ନୂଆ ରାସ୍ତା ହେବା ଫଳରେ ଭକ୍ତମାନଙ୍କୁ ବିଶେଷ ସୁବିଧା ମିଳିବ ବୋଲି କୁହାଯାଉଛି ।

Also Read- Mobile Explosion: ଚାର୍ଜ ହେଉଥିବା ସମୟରେ ଫାଟିଲା ମୋବାଇଲ୍, ୪ ମୃତ, ୨ ଗୁରୁତର

Also Read- Budh Gochar 2024: ମେଷ ରାଶିରେ ବୁଧ ଏବଂ ବୃହସ୍ପତିଙ୍କ ସଂଯୋଗ, ଏହି ରାଶିକୁ ମିଳିବ ବିଶେଷ ଲାଭ