Mobile Explosion: ଚାର୍ଜ ହେଉଥିବା ସମୟରେ ଫାଟିଲା ମୋବାଇଲ୍, ୪ ମୃତ, ୨ ଗୁରୁତର
Advertisement

Mobile Explosion: ଚାର୍ଜ ହେଉଥିବା ସମୟରେ ଫାଟିଲା ମୋବାଇଲ୍, ୪ ମୃତ, ୨ ଗୁରୁତର

Meerut Mobile Explosion Case: ଉତ୍ତର ପ୍ରଦେଶ ମେରୁଟରେ ଜଣଙ୍କ ଘରେ ମୋବାଇଲ୍ ଚାର୍ଜ ହେଉଥିବାବେଳେ ହଠାତ୍ ବିସ୍ଫୋରଣ ଘଟିଛି । ଫଳରେ ୪ ପିଲାଙ୍କର ମୃତ୍ୟୁ ହୋଇଥିବାବେଳେ ସେମାନଙ୍କ ପିତାମାତାଙ୍କ ଅବସ୍ଥା ଗୁରୁତର ରହିଛି । ମୋବାଇଲ୍ ଚାର୍ଜରରେ ହଠାତ୍ ସର୍ଟ ସର୍କିଟ ହେବା କାରଣରୁ ବିସ୍ଫୋରଣ ଘଟିଥିବା କୁହାଯାଉଛି । ପିଲାମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ବଞ୍ଚାଇବା ସମ୍ଭବ ହୋଇନଥିଲା ।

Mobile Explosion: ଚାର୍ଜ ହେଉଥିବା ସମୟରେ ଫାଟିଲା ମୋବାଇଲ୍, ୪ ମୃତ, ୨ ଗୁରୁତର

Meerut Mobile Explosion Case: ଉତ୍ତର ପ୍ରଦେଶ ମେରୁଟରୁ ଏକ ଦୁଖଦ ଖବର ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତିଙ୍କ ଘରେ ମୋବାଇଲ୍ ଚାର୍ଜ ବସିଥିବା ସମୟରେ ହଠାତ୍ ସର୍ଟ ସର୍କିଟ ହେବା କାରଣରୁ ଏକ ବଡ଼ ଦୁର୍ଘଟଣା ଘଟିଥିଲା । ସର୍ଟ ସର୍କିଟ କାରଣରୁ ମୋବାଇଲଟି ବିସ୍ଫୋରଣ ହୋଇଥିଲା । ଯାହାଫଳରେ ଘରେ ନିଆଁ ଲାଗିଯାଇଥିଲା ଏବଂ ଗୋଟିଏ ପରିବାରର ସଦସ୍ୟ ଗୁରୁତର ଜଳିଯାଇଥିଲେ । ଏହି ଦୁର୍ଘଟଣାରେ ୪ ଶିଶୁଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି । ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ତୁରନ୍ତ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ସେମାନଙ୍କ ଅବସ୍ଥା ଗୁରୁତର ରହିଛି। ଶନିବାର ରାତିରେ ପାଲ୍ଲାଭାପୁରମ୍ ପୋଲିସ୍ ଷ୍ଟେସନ ନିକଟ ଜଣ୍ଟା କଲୋନୀରେ ଏହି ଘଟଣା ସାମ୍ନାକୁ ଆସିଛି ।

ସୂଚନା ମୁତାବକ, ଜନିଙ୍କ ପରିବାର ମୁଜାଫରନଗରରୁ ଆସି ଜନତା କଲୋନୀରେ ଏକ ଘର ଭଡା ନେଇ ରହୁଥିଲେ । ଜନି ଜଣେ ଦିନ ମଜୁରିଆ ଭାବେ କାମ କରନ୍ତି । ହୋଲି କାରଣରୁ ସେ ଶନିବାର ଦିନ ଘରକୁ ଆସିଥିଲେ ସେହି ସମୟରେ ତାଙ୍କ ପତ୍ନୀ ବବିତା ରୋଷେଇ କରୁଥିଲେ। ତାଙ୍କ ୧୦ ବର୍ଷର ଝିଅ ସାରିକା, ୮ ବର୍ଷର ଝିଅ ନିହାରିକା, ୬ ବର୍ଷର ପୁଅ ଗୋଲୁ ଏବଂ ୫ ବର୍ଷର ପୁଅ କାଲୁ ଘରେ ଥିଲେ। କୁହାଯାଉଛି ଯେ, ମୋବାଇଲ୍ ଘରର ବୋର୍ଡରେ ଚାର୍ଜ ବସିଥିଲା । ଇଲେକ୍ଟ୍ରିକାଲ୍ ବୋର୍ଡରେ ଲଗାଯାଇଥିବା ଚାର୍ଜରରେ ହଠାତ୍ ସର୍ଟ ସର୍କିଟ ହୋଇଥିଲା । ଫଳରେ ବିଛଣା ଉପରେ ପଡିଥିବା ଫୋମ୍ ଉପରେ ପଡି ନିଆଁ ଲାଗିବା ସହ ବ୍ୟାପିଯାଇଥିଲା । ବବିତା, ସାରିକା ଏବଂ ଜନି ନିଆଁ ନିକଟରେ ରହିଥିବା ପିଲାମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ, ସେହି କାରଣରୁ ସେମାନଙ୍କ ଦେହରେ ମଧ୍ୟ ନିଆଁ ଧାସ ଲାଗିଥିଲା ।

ଚିତ୍କାର ଶୁଣି ପଡୋଶୀମାନେ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ଘରୁ ବାହରକୁ କାଢିଥିଲେ । ପରେ ଏକ ଘରୋଇ ଡାକ୍ତରଖାନାରେ ଗୁରୁତରଙ୍କୁ ଭର୍ତ୍ତି କରାଯାଇଥିଲା । ଅବସ୍ଥା ସଂକଟାପନ୍ନ ଥିବାରୁ ମେରୁଟର ଲାଲା ଲଜପତ ରାୟ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସା ସମୟରେ ନିହାରିକା ଏବଂ କାଲୁ ମେଡିକାଲରେ ମୃତ୍ୟୁ ବରଣ କରିଥିଲେ । ଅନ୍ୟ ସମସ୍ତେ ଚିକିତ୍ସିତ ହେଉଥିଲେ ମଧ୍ୟ ସକାଳରେ ମୃତ୍ୟୁ ସଂଖ୍ୟା ୪ରେ ପହଞ୍ଚିଥିଲା । ବର୍ତ୍ତମାନ ସ୍ୱାମୀ-ସ୍ତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି।

ମେରୁଟ ଏସଏସପି ରୋହିତ ସିଂ କହିଛନ୍ତି ଯେ, ଗତକାଲି ଅପରାହ୍ନ ପ୍ରାୟ ୫ ଟା ସମୟରେ ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନୀକାଣ୍ଡ ଘଟିଛି । ପରିବାରର ସମସ୍ତ ସଦସ୍ୟ ପରସ୍ପରକୁ ବଞ୍ଚାଇବାକୁ ଚେଷ୍ଟା କରୁଥିବା ବେଳେ ଜଳି ଯାଇଥିଲେ। ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ସ୍ୱାମୀ-ସ୍ତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି। ଚାରି ପିଲାଙ୍କର ମୃତ୍ୟୁ ହୋଇଛି। ସମସ୍ତେ ମୁଜାଫରନଗରର ବାସିନ୍ଦା ବୋଲି ଏସପି କହିଛନ୍ତି ।

Also Read- Budh Gochar 2024: ମେଷ ରାଶିରେ ବୁଧ ଏବଂ ବୃହସ୍ପତିଙ୍କ ସଂଯୋଗ, ଏହି ରାଶିକୁ ମିଳିବ ବିଶେଷ ଲାଭ

Also Read- ହୋଲିରେ ଉତ୍ପାତ ହେଲେ ବାନ୍ଧିବ ପୋଲିସ୍, ଜାଣନ୍ତୁ କ'ଣ କହିଲେ ଡିସିପି