Congress News: ଭାଙ୍ଗିଲା କଂଗ୍ରେସ କମିଟି, ରାମଚନ୍ଦ୍ର କାଡାମ ହେଲେ କଂଗ୍ରେସ ବିଧାୟକ ଦଳର ନେତା
Advertisement
Article Detail0/zeeodisha/odisha2346104

Congress News: ଭାଙ୍ଗିଲା କଂଗ୍ରେସ କମିଟି, ରାମଚନ୍ଦ୍ର କାଡାମ ହେଲେ କଂଗ୍ରେସ ବିଧାୟକ ଦଳର ନେତା

ଭୁବନେଶ୍ୱର: ସାଧାରଣ ନିର୍ବାଚନରେ ରାଜ୍ୟରେ ଦଳର ଦୁର୍ବଳ ପ୍ରଦର୍ଶନ ପରେ କଂଗ୍ରେସର ସମସ୍ତ ସାଂଗଠନିକ କମିଟିକୁ ନିରସ୍ତ୍ର କରିଦିଆଯାଇଛି। ଆଜି ଏନେଇ ଏଆଇସିସି ପକ୍ଷରୁ ପ୍ରଦେଶ କଂଗ୍ରେସ କମିଟିକୁ ଆନୁଷ୍ଠାନିକ ଭାବେ ଅବଗତ କରାଯାଇଛି। ତେବେ ପିସିସିର ସଭାପତି ପଦରୁ ହଟିଛନ୍ତି ଶରତ ପଟ୍ଟନାୟକ। ପରବର୍ତ୍ତି ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ଶ୍ରୀ ପଟ୍

Congress News: ଭାଙ୍ଗିଲା କଂଗ୍ରେସ କମିଟି, ରାମଚନ୍ଦ୍ର କାଡାମ ହେଲେ କଂଗ୍ରେସ ବିଧାୟକ ଦଳର ନେତା

Congress News: ଭୁବନେଶ୍ୱର: ସାଧାରଣ ନିର୍ବାଚନରେ ରାଜ୍ୟରେ ଦଳର ଦୁର୍ବଳ ପ୍ରଦର୍ଶନ ପରେ କଂଗ୍ରେସର ସମସ୍ତ ସାଂଗଠନିକ କମିଟିକୁ ନିରସ୍ତ୍ର କରିଦିଆଯାଇଛି। ଆଜି ଏନେଇ ଏଆଇସିସି ପକ୍ଷରୁ ପ୍ରଦେଶ କଂଗ୍ରେସ କମିଟିକୁ ଆନୁଷ୍ଠାନିକ ଭାବେ ଅବଗତ କରାଯାଇଛି। ତେବେ ପିସିସିର ସଭାପତି ପଦରୁ ହଟିଛନ୍ତି ଶରତ ପଟ୍ଟନାୟକ। ପରବର୍ତ୍ତି ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ଶ୍ରୀ ପଟ୍ଟନାୟକ କାର୍ଯ୍ୟକାରୀ ସଭାପତି ଭାବେ କାର୍ଯ୍ୟ କରିବେ ବୋଲି ଏକ ଚିଠି ମାଧ୍ୟମରେ ଓଡ଼ିଶା ପ୍ରଦେଶ କମିଟିକୁ ସୂଚନା ଦିଆଯାଇଛି। ପିସିସି ସହ ସମସ୍ତ ଜିଲ୍ଲା, ବ୍ଲକ ଓ ମଣ୍ଡଳସ୍ତରୀୟ କମିଟି ମଧ୍ଯ ଭଙ୍ଗ ହୋଇଛି। AICC ସଭାପତିଙ୍କ ଅନୁମୋଦନ କ୍ରମେ ଭାଙ୍ଗିଛି କଂଗ୍ରେସ କମିଟି। 

ସେପଟେ କଂଗ୍ରେସ କନ୍ଦଳ ବାଟରେ ପଡ଼ି ହାଟରେ ଗଡ଼ୁଛି। ଆଜି ସର୍ବଦଳୀୟ ବୈଠକ ରହିଥିବା ବେଳେ ଏଥିରେ କଂଗ୍ରେସର କୌଣସି ନେତୃବୃନ୍ଦ ଯୋଗ ଦେଇନଥିଲେ। କଂଗ୍ରେସର ବରିଷ୍ଠ ନେତା ତଥା ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି କହିଥିଲେ କି ଏପର୍ଯ୍ୟନ୍ତ କଂଗ୍ରେସ ଏକ ପୁରୁଣା ଦଳ। ସର୍ବଦଳୀୟ ବୈଠକରେ ଯୋଗ ନ ଦେବା ଦୁର୍ଭାଗ୍ୟଜନକ। ଏତେ ବଡ଼ ଦଳ ହୋଇ ବି ନେତା ଚୟନ ହୋଇପାରୁ ନାହିଁ। ଏହାକୁ ନେଇ କାହାକୁ କ’ଣ ଦାୟୀ କରିବି। ମୁଁ ନିଜକୁ ଦାୟୀ କରିବି। ମୋତେ ନେତା ନ କଲେ ବି ଯାହାକୁ କରନ୍ତୁ, ମୋର ଆପତ୍ତି ନାହିଁ। ଦିଲ୍ଲୀରେ ନିଷ୍ପତ୍ତି ନ ହୋଇପାରିବାରୁ କେହି ଯୋଗଦେଇ ପାରିଲେନି। ମୁଁ ପିସିସି ସଭାପତିଙ୍କୁ ପଚାରିଥିଲି। ସେ କହିଲେ ମୋତେ ନିର୍ଦେଶ ଆସିନାହିଁ।

ସେପଟେ ଆଜି ଅପରାହ୍ଣରେ ଆଜି ବିଧାୟକ ଦଳର ନେତା ବାଛିଛି କଂଗ୍ରେସ। ଏଆଇସିସି ପକ୍ଷରୁ କଂଗ୍ରେସର ବିଧାୟକ ଦଳର ନେତା ଚୟନ କରାଯାଇଛି। ରାମଚନ୍ଦ୍ର କାଡାମଙ୍କୁ କଂଗ୍ରେସର ବିଧାୟକ ଦଳର ନେତା ଭାବେ ଏଆଇସିସି ପକ୍ଷରୁ ଚୟନ କରାଯାଇଛି। ସେହିପରି ଡେପୁଟି ଲିଡର ଭାବେ ଅଶୋକ ଦାସଙ୍କୁ ନିଯୁକ୍ତି ମିଳିଛି। ବିଧାନସଭାରେ ଡ. ସିଏସ ରାଜନ ଏକ୍କାଙ୍କୁ ଚିଫ ହ୍ୱିପ ଭାବେ ନିଯୁକ୍ତି ଦେଇଛି ଏଆଇସିସି।