Rathayatra 2024: ଗୁଣ୍ଡିଚା ମନ୍ଦିରରେ ଲାଗିଲା ୩ ରଥ, ଭାଇ-ଭଉଣୀଙ୍କୁ ଧରି ମାଉସୀ ଘର ଗସ୍ତରେ କାଳିଆ ସାଆନ୍ତା
Advertisement
Article Detail0/zeeodisha/odisha2327197

Rathayatra 2024: ଗୁଣ୍ଡିଚା ମନ୍ଦିରରେ ଲାଗିଲା ୩ ରଥ, ଭାଇ-ଭଉଣୀଙ୍କୁ ଧରି ମାଉସୀ ଘର ଗସ୍ତରେ କାଳିଆ ସାଆନ୍ତା

ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ଆଜି ଦ୍ୱତୀୟ ଦିନ।ଗତକାଲି ସୂର୍ଯ୍ୟାସ୍ତ ପରେ ଅଟକି ରହିଥିବା ତିନି ରଥକୁ ଟଣାଯାଇ ଆଜି ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଲଗାଯାଇଥିଲା।ଗତକାଲି ପରି ଆଜି ମଧ୍ୟ ରଥ ଟାଣିବାକୁ ଲକ୍ଷାଧିକ ଭକ୍ତ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥିଲା। ତିନି ରଥକୁ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ କର୍ଡନ କରି କଡା ସୁରକ୍ଷା ମଧ୍ୟରେ ରଖାଯାଇଛି।ଡ଼ିଜ

Rathayatra 2024: ଗୁଣ୍ଡିଚା ମନ୍ଦିରରେ ଲାଗିଲା ୩ ରଥ, ଭାଇ-ଭଉଣୀଙ୍କୁ ଧରି ମାଉସୀ ଘର ଗସ୍ତରେ କାଳିଆ ସାଆନ୍ତା

Rathayatra 2024: ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ଆଜି ଦ୍ୱତୀୟ ଦିନ।ଗତକାଲି ସୂର୍ଯ୍ୟାସ୍ତ ପରେ ଅଟକି ରହିଥିବା ତିନି ରଥକୁ ଟଣାଯାଇ ଆଜି ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଲଗାଯାଇଥିଲା।ଗତକାଲି ପରି ଆଜି ମଧ୍ୟ ରଥ ଟାଣିବାକୁ ଲକ୍ଷାଧିକ ଭକ୍ତ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥିଲା। ତିନି ରଥକୁ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ କର୍ଡନ କରି କଡା ସୁରକ୍ଷା ମଧ୍ୟରେ ରଖାଯାଇଛି।ଡ଼ିଜିପି ଅରୁଣ ଷଡଙ୍ଗୀଙ୍କ ସହ ବରିଷ୍ଠ ପୋଲିସ ଅଧିକାରୀ ରଥ ଲାଗିବା ପରେ ପରିସ୍ଥିତିର ଅନୁଧ୍ୟାନ କରିଥିଲେ।

ଆଜି ରଥ ଉପରେ ମଙ୍ଗଳ ଆଳତୀ, ଅବକାଶ, ବେଶ ଶେଷ ହେବା ପରେ ସକାଳ ୯.୩୦ରୁ ରଥ ଟଣା ଆରମ୍ଭ ହୋଇଥିଲା।ମରିଚିକୋଟ ଛକରୁ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ,ଶ୍ରୀକୃଷ୍ଣ ସିନେମା ହଲ ଗଳି ସାମ୍ନାରୁ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଓ ରାଜନହର ନିକଟରେ ଅଟକିଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ପୁନର୍ବାର ଟଣାଯାଇଥିଲା।ଅପରାହ୍ନ ୨.୩୫ରେ ରଥଟଣା ଶେଷ ହୋଇଥିଲା।ଆଜି ମଧ୍ୟ ରଥ ଟାଣିବା ପାଇଁ ଭକ୍ତଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା।ତିନି ରଥ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଲାଗିବା ପରେ କର୍ଡନ କରି କଡା ସୁରକ୍ଷା ମଧ୍ୟରେ ତିନି ରଥ ରଖାଯାଇଛି।ଆଜି ରଥ ଉପରେ ହିଁ ମହାପ୍ରଭୁଙ୍କ ସମସ୍ତ ନୀତି କାନ୍ତି କରାଯିବ।ରଥ ଲାଗିବା ପରେ ପଣ୍ଡିତ ସୂର୍ଯ୍ୟନାରାୟଣ ରଥ ଶର୍ମାଙ୍କ ଦ୍ୱାରା ରଥ ସମ୍ମୁଖରେ ଗୀତ ଗୋବିନ୍ଦ ଗାନ କରାଯାଇଥିଲା।

ଡିଜିପି ଅରୁଣ ଷଡଙ୍ଗୀ,ଅତିରିକ୍ତ ଡିଜି ସଞ୍ଜୟ କୁମାର,ଗୁଇନ୍ଦା ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀ ରଥ ନିକଟକୁ ଆସି ସ୍ଥିତି ଅନୁଧ୍ୟାନ କରିଥିଲେ।ରଥଯାତ୍ରା ଇତିହାସରେ ପ୍ରଥମ ଥର ପାଇଁ ଚଳିତ ବର୍ଷ ରଥଯାତ୍ରାରେ ସବୁଠୁ ଅଧିକ ଭକ୍ତ ହୋଇଥିଲେ।୧୯୭୧ ମସିହା ପରେ ଗୋଟିଏ ଦିନରେ ପ୍ରଭୁଙ୍କ ନେତ୍ର ଉତ୍ସବ, ନବଯୌବନ ଦର୍ଶନ ଓ ଗୁଣ୍ଡିଚା ଯାତ୍ରା ଗୋଟିଏ ଦିନରେ ପଡୁଥିବାରୁ ରାଜ୍ୟ ପୋଲିସ ପ୍ରଶାସନ ପାଇଁ ବଡ଼ ଚ୍ୟାଲେଞ୍ଜ ଥିଲା।ତେବେ ମହାପ୍ରଭୁଙ୍କ ଅପାର କରୁଣା ,ଆଶୀର୍ବାଦ ଓ ସମସ୍ତଙ୍କ ଭିତରେ ଉପଯୁକ୍ତ ସମନ୍ୱୟ କାରଣରୁ ଦୁଇ ଦିନ ରଥ ଟଣା ଠିକ ଭାବେ ଶେଷ ହୋଇଛି। ମହାମହିମ ରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀଙ୍କ ସହ ବହୁ ଭିଭିଆଇପି ଙ୍କ ଗସ୍ତ ଥିଲା। ସୁରକ୍ଷା ବ୍ଯବସ୍ଥାକୁ ମଧ୍ୟ ଗୁରୁତ୍ୱ ଦେବାକୁ ପଡିଥିଲା। ତେବେ ଗତକାଲି କୌଣସି ଠେଲାପେଲା ବା ଦଳାଚକଟା ହୋଇନାହିଁ।ତେବେ ଅତ୍ୟଧିକ ଭିଡ଼ ଯୋଗୁଁ ଅନେକ ଭକ୍ତ ଅଣନିଃଶ୍ବାସୀ,ଅଚେତ ଓ ଆହତ ହୋଇଥିଲେ।ରଥ ଚାରିପଟେ ଦୀପ ନ ଜାଳିବାକୁ ଡିଜିପି ଅନୁରୋଧ କରିଛନ୍ତି।ସେହିପରି ରଥ ଉପରକୁ ଭକ୍ତ ଶ୍ରଦ୍ଧାକୁ ନଡ଼ିଆ ଓ ଅନ୍ୟ କୌଣସି ପଦାର୍ଥ ନ ଫିଙ୍ଗିବାକୁ ସେ ପରାମର୍ଶ ଦେଇଛନ୍ତି।ଆସନ୍ତା କାଲି ପହଣ୍ଡି ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।ରଥ ଚାରିପଟେ ମଧ୍ୟ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଡିଜିପି କହିଛନ୍ତି।

ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ତିନି ରଥ ଲଗାଯିବା ପରେ ରଥ ଉପରେ ଚାଲିଛି ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି। ଯାହାକୁ ଚର୍ମଚକ୍ଷୁରେ ଭକ୍ତମାନେ ଦେଖି ସାନିଧ୍ୟ ଲାଭ କରୁଛନ୍ତି। ରଥାରୂଢ ବିଗ୍ରହଙ୍କ ଦର୍ଶନ ପାଇଁ ପ୍ରବଳ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି। ଅନ୍ୟପଟେ ଆସନ୍ତାକାଲି ମହାପ୍ରଭୁଙ୍କ ଆଡ଼ପ ପହଣ୍ଡି ଅନୁଷ୍ଠିତ ହେବ ।ଗୁରୁବାର ଆଡପ ଦର୍ଶନ ସହ ଆଡପ ଅବଢା ପାଇଁ ଭକ୍ତମାନେ କୃତାର୍ଥ ହେବେ।