Road Accident: ଭାରସାମ୍ୟ ହରାଇ ଦୋକାନ ଉପରକୁ ଚଢିଗଲା ବୋଲେରୋ ଗାଡି
Advertisement
Article Detail0/zeeodisha/odisha2620446

Road Accident: ଭାରସାମ୍ୟ ହରାଇ ଦୋକାନ ଉପରକୁ ଚଢିଗଲା ବୋଲେରୋ ଗାଡି

Road Accident: ଭାରସାମ୍ୟ ହରାଇ ଦୋକାନ ଉପରକୁ ଚଢିଗଲା ବୋଲେରୋ ଗାଡି। ଅଳ୍ପକେ ବର୍ତ୍ତିଲେ ୬ ବ୍ୟବସାୟୀ। ପାରାଦୀପ ଲାଇଟ ହାଉସ ନିକଟସ୍ଥ ସମୁଦ୍ର ବେଳାଭୂମି ନିକଟରେ ଥିବା ଉଠା ବ୍ୟବସାୟୀଙ୍କ ଦୋକାନ ଉପରେ ଚଢିଗଲା ବୋଲେରୋ ଗାଡି। 

Road Accident: ଭାରସାମ୍ୟ ହରାଇ ଦୋକାନ ଉପରକୁ ଚଢିଗଲା ବୋଲେରୋ ଗାଡି
Road Accident: ଭାରସାମ୍ୟ ହରାଇ ଦୋକାନ ଉପରକୁ ଚଢିଗଲା ବୋଲେରୋ ଗାଡି। ଅଳ୍ପକେ ବର୍ତ୍ତିଲେ ୬ ବ୍ୟବସାୟୀ। ପାରାଦୀପ ଲାଇଟ ହାଉସ ନିକଟସ୍ଥ ସମୁଦ୍ର ବେଳାଭୂମି ନିକଟରେ ଥିବା ଉଠା ବ୍ୟବସାୟୀଙ୍କ ଦୋକାନ ଉପରେ ଚଢିଗଲା ବୋଲେରୋ ଗାଡି। ଫଳରେ ୬ ବ୍ୟବସାୟୀ ଅଳ୍ପକେ ଆହାତ ହୋଇଥିବା ବେଳେ ୬ଟି ଉଠା ଦୋକାନ ଗାଡିଗୁଡିକ ସମ୍ପୂର୍ଣ୍ଣ ଭାଙ୍ଗି ରୁଜି ଯାଇଛି। ସେଥି ମଧ୍ୟରେ ୨ଟି ମକା ବ୍ୟବସାୟୀଙ୍କ ଉଠା ଦୋକାନ ଥିବା ବେଳେ ଗୁପଚୁପ୍ ଓ ଆଇସକ୍ରିମ ଦୋକାନ ଉପରକୁ ଦୃତଗତିରେ ଆସି ବୋଲେରୋ ଗାଡିଟି ଚଢି ଯାଇଥିଲା। ଫଳରେ ଦୋକାନ ରେ କୌଣସି ଗ୍ରାହକ ନଥିବା ସମୟରେ ଏଭଳି ସିରିଜ୍ ଦୁର୍ଘଟଣା ଘଟିଥିଲା। 
 
ଏଭଳି ଘଟଣାକୁ ନେଇ ଉତେଜନା ଦେଖା ଦେଇଥିବା ବେଳେ ବୋଲେରୋ ଗାଡିରେ ଥିବା ୩ଜଣ ଫେରାର୍ ହୋଇ ଯାଇଥିବା ବେଳେ ବେଳାଭୂମିକୁ ବୁଲିବା ପାଇଁ ଆସିଥିବା ପର୍ଯ୍ୟଟକ ମାନଙ୍କ କବଳରୁ ଗାଡି ଚାଳକ ଜଣଙ୍କ ଖସି ପାରିନଥିଲା। ଗାଡି ଚାଳକ ଜଣଙ୍କୁ ସ୍ଥାନୀୟ ଲୋକେ ଟଣାଘୋଷରା କରୁଥିବା ସମୟରେ ପାରାଦୀପ ଜଟାଧାର ମୁହାଣ ଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇବା ସହିତ ଗାଡି ଚାଳକ ଜଣଙ୍କୁ ଥାନାରେ ଅଟକ ରଖିଛି। ତେବେ ଏଭଳି ସିରିଜ୍ ଦୁଘଟଣା କୁ ନେଇ ସମୁଦ୍ର କୂଳ ଉଠା ବ୍ୟବସାୟୀ ମାନେ କ୍ଷତିପୂରଣ ଦାବୀ କରିବା ସହିତ ଥାନାରେ ଏକ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି।