Odisha News: ରନ୍‌-ଏ-ଥନ୍‌ର ପ୍ରଥମ ସଂସ୍କରଣ, ବିଜେତା ପାଇଲେ ଏତେ ଲକ୍ଷ
Advertisement
Article Detail0/zeeodisha/odisha1981420

Odisha News: ରନ୍‌-ଏ-ଥନ୍‌ର ପ୍ରଥମ ସଂସ୍କରଣ, ବିଜେତା ପାଇଲେ ଏତେ ଲକ୍ଷ

 Odisha News: କେନ୍ଦୁଝର ଜିଲ୍ଲା ଟାଟା ଷ୍ଟିଲ(Tata Steel) ପକ୍ଷରୁ ଓଡ଼ିଶା ଦୌଡ଼କୁଦ (ଆଥଲେଟିକ୍‌) ସଂଘ ସହଯୋଗରେ ରବିବାର ଯୋଡ଼ା ରନ୍‌-ଏ-ଥନ୍‌ର (Run a thon 2023) ପ୍ରଥମ ସଂସ୍କରଣ ରବିବାର ଆୟୋଜିତ ହୋଇଯାଇଛି । 'ଏକ ସବୁଜ ଭବିଷ୍ୟତ ପାଇଁ ଦୌଡ଼' ବିଷୟବସ୍ତୁ ଉପରେ ଆଧାରିତ ଏହି ଦୌଡ଼କୁ ଯୋଡ଼ାର ସେଂଟ୍ରାଲ ଖେଳ ପଡ଼ିଆରେ ଅନୁଷ୍ଠିତ ହୋଇଛି । 

Odisha News: ରନ୍‌-ଏ-ଥନ୍‌ର ପ୍ରଥମ ସଂସ୍କରଣ, ବିଜେତା ପାଇଲେ ଏତେ ଲକ୍ଷ

(କେନ୍ଦୁଝର, ଅଭୟ ମହାନ୍ତି) Odisha News: କେନ୍ଦୁଝର ଜିଲ୍ଲା ଟାଟା ଷ୍ଟିଲ(Tata Steel) ପକ୍ଷରୁ ଓଡ଼ିଶା ଦୌଡ଼କୁଦ (ଆଥଲେଟିକ୍‌) ସଂଘ ସହଯୋଗରେ ରବିବାର ଯୋଡ଼ା ରନ୍‌-ଏ-ଥନ୍‌ର (Run a thon 2023) ପ୍ରଥମ ସଂସ୍କରଣ ରବିବାର ଆୟୋଜିତ ହୋଇଯାଇଛି । 'ଏକ ସବୁଜ ଭବିଷ୍ୟତ ପାଇଁ ଦୌଡ଼' ବିଷୟବସ୍ତୁ ଉପରେ ଆଧାରିତ ଏହି ଦୌଡ଼କୁ ଯୋଡ଼ାର ସେଂଟ୍ରାଲ ଖେଳ ପଡ଼ିଆରେ ଅନୁଷ୍ଠିତ ହୋଇଛି । ଚମ୍ପୁଆ ବିଧାୟିକା ଶ୍ରୀମତୀ ମିନାକ୍ଷୀ ମହନ୍ତ, ଯୋଡ଼ା ମୁନିସିପାଲିଟିର ଅଧ୍ୟକ୍ଷ ଡକ୍ଟର ଜଗଦୀଶ ପ୍ରସାଦ ସାହୁ, ଟାଟା ଷ୍ଟିଲ୍‌ର ଉପସଭାପତି (କଂଚାମାଲ) ଡିବି ସୁନ୍ଦରରମଣ, ଟାଟା ଷ୍ଟିଲ୍‌ର ମହାପ୍ରବନ୍ଧକ (କ୍ୟୁଏମ୍‌କ୍ୟୁ) ଅତୁଲ ଭଟ୍ଟନାଗର ଓ ସୁର୍‌ଭି ଭଟ୍ଟନାଗର ଅତିଥି ଭାବେ ଯୋଗଦେଇ ପତାକା ଦେଖାଇ ଦୌଡ଼କୁ ଉଦ୍‌ଘାଟନ କରିଥିଲେ । ଯୋଡ଼ା ରନ୍‌-ଏନ୍‌-ଥନ୍ ପ୍ରତି ଦୌଡ଼ପ୍ରେମୀଙ୍କ ଜବରଦସ୍ତ ଉତ୍ସାହ ଦେଖିବାକୁ ମିଳିଥିଲା । 

Also Read: Chhadakhai 2023: ଆସନ୍ତାକାଲି ଜମିବନି ଛାଡ଼ଖାଇ! ଜାଣନ୍ତୁ ଏହାର କାରଣ

ଏହି ଦୌଡ଼ରେ ୫୦୦୦ରୁ ଅଧିକ ଧାବକ ଓ ଧାବିକା ଅଂଶଗ୍ରହଣ କରିଥିବା ବେଳେ ସେମାନଙ୍କ ଉତ୍ସାହଗକୁ ବଢ଼ାଇବା ଲାଗି ଶହ ଶହ ଲୋକ ଜମା ହୋଇଥିଲେ ଏବଂ ସେମାନଙ୍କ ଖେଳୁଆଡ଼ ମନୋଭାବକୁ ବଢ଼ାଇ ଉତ୍ସାହିତ କରିଥିଲେ ।  ୧୦ କିଲୋମିଟର ପୁରୁଷ ବର୍ଗରେ ମୋହନ ସାଇନି ବିଜୟୀ ହୋଇଥିବା ବେଳେ ମହିଳା ବର୍ଗରେ ତାନସି ସିଂ ବିଜୟିନୀ ହୋଇଛନ୍ତି । ୧୦ , ୭ ଓ ୫ କିଲୋମିଟର ଭଳି ତିନିଟି ବର୍ଗରେ ଦୌଡ଼ ଅନୁଷ୍ଠିତ ହୋଇଥିଲା।
ବିଜେତାଙ୍କ ଙ୍କୁ ୫.୬୭ ଲକ୍ଷ ଟଙ୍କାର ପୁରସ୍କାର ରାଶି ମିଳିବ।  ଏହି କାର୍ଯ୍ୟକ୍ରମରେ ଦିବ୍ୟାଙ୍ଗ ମାନେ ମଧ୍ୟ ଅଂଶ ଗ୍ରହଣ କରିଥିଲେ ।