Chhadakhai 2023: ଆସନ୍ତାକାଲି ଜମିବନି ଛାଡ଼ଖାଇ! ଜାଣନ୍ତୁ ଏହାର କାରଣ
Advertisement
Article Detail0/zeeodisha/odisha1981388

Chhadakhai 2023: ଆସନ୍ତାକାଲି ଜମିବନି ଛାଡ଼ଖାଇ! ଜାଣନ୍ତୁ ଏହାର କାରଣ

Chhadakhai 2023: ସରିଲା କାର୍ତ୍ତିକ ମାସ (Kartika month)। ଆସନ୍ତାକାଲି ଛାଡ଼ଖାଇ (Chhadakhai 2023) ।  ଘରେ ଘରେ ଜମିବ ମାଛ ମାଂସର ଆସର । ମାସ ତମାମ ନିଷ୍ଠାର ସହ ନିରାମିଷ ଖାଦ୍ୟ ଖାଇଥିଲେ ଲୋକେ । ଆଉ ଅପେକ୍ଷା ଥିଲା ଛାଡଖାଇକୁ । ପଞ୍ଚୁକ ପରେ ପାଟିରେ ଟିକେ ଆଇଁସ ବାଜିବ। ଏନେଇ ବିଭିନ୍ନ ଆମିଷ ଦୋକାନୀରେ କାଲି ଭିଡ଼ ଲାଗିବ। 

Chhadakhai 2023: ଆସନ୍ତାକାଲି ଜମିବନି ଛାଡ଼ଖାଇ! ଜାଣନ୍ତୁ ଏହାର କାରଣ

Chhadakhai 2023: ସରିଲା କାର୍ତ୍ତିକ ମାସ (Kartika month)। ଆସନ୍ତାକାଲି ଛାଡ଼ଖାଇ (Chhadakhai 2023) ।  ଘରେ ଘରେ ଜମିବ ମାଛ ମାଂସର ଆସର । ମାସ ତମାମ ନିଷ୍ଠାର ସହ ନିରାମିଷ ଖାଦ୍ୟ ଖାଇଥିଲେ ଲୋକେ । ଆଉ ଅପେକ୍ଷା ଥିଲା ଛାଡଖାଇକୁ । ପଞ୍ଚୁକ ପରେ ପାଟିରେ ଟିକେ ଆଇଁସ ବାଜିବ। ଏନେଇ ବିଭିନ୍ନ ଆମିଷ ଦୋକାନୀରେ କାଲି ଭିଡ଼ ଲାଗିବ। ଏନେଇ ରାଜ୍ୟର ପ୍ରମୁଖ ସହରରେ ଭୁବନେଶ୍ବରରେ ଥିବା ଆମିଷ ବଜାରରେ ବ୍ୟବସାୟୀ ଏବେଠୁ ପ୍ରସ୍ତୁତ ହୋଇଛନ୍ତି । ଛାଡଖାଇରେ ଭଲ ବ୍ୟବସାୟ ହେବ ବୋଲି ଆଶା ରଖିଛନ୍ତି ବ୍ୟବସାୟୀ । ସବୁଠୁ ବଡ଼ କଥା ହେଲା, ଆସନ୍ତାକାଲି ମଙ୍ଗଳବାର ଥିବାରୁ କେତେକ ଲୋକେ ଆମିଷ ଖାଆନ୍ତି ନାହିଁ। ଏହି କାରଣ ଯୋଗୁଁ  ଛାଡ଼ଖାଇରେ ଲୋକଙ୍କ ମନରେ ସେତେଟା ଉତ୍ସାହ ପରିଲକ୍ଷିତ ହୋଇ ନାହିଁ । ବୋଧେ ହୁଏ ମଙ୍ଗଳବାର ଦିନ ଛାଡଖାଇ ମାଡ ଖାଇବାରେ। ତା ପରଦିନ, ଅର୍ଥାତ୍ ବୁଧବାର ପ୍ରକୃତ ଛାଡଖାଇ ଲୋକେ ପାଳିବେ ।  

Also Read: Shukra Gochar 2023: ଡିସେମ୍ବରରୁ ଚମକିବ ଏହି ସବୁ ରାଶିଙ୍କ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର

ଛାଡ଼ଖାଇ, ଏହାକୁ କାର୍ତ୍ତିକ ପୂର୍ଣ୍ଣିମା ପରଦିନ ପାଳନ କରାଯାଏ । କାର୍ତ୍ତିକ ମାସକୁ ଓଡ଼ିଶାରେ ଏକ ପବିତ୍ର ମାସ ଭାବରେ ପାଳନ କରାଯାଏ । ବହୁ ଲୋକେ ସମ୍ପୂର୍ଣ୍ଣ ମାସ ଆମିଷ ଭକ୍ଷଣ କରନ୍ତି ନାହିଁ । କିଛି ଲୋକ କେବଳ ମାସର ଶେଷ ପାଞ୍ଚଦିନ, ପଞ୍ଚକରେ ଆମିଷ ଭକ୍ଷଣରୁ ନିବୃତ ରହନ୍ତି। ଛାଡ଼ଖାଇ ଶବ୍ଦଟି, 'ଛାଡ଼' ଓ 'ଖାଇ' ଦୁଇଟି ଶବ୍ଦର ସନ୍ଧିରୁ ବିକଶିତ । ଛାଡ଼ ଅର୍ଥ ସମୟର ଅନ୍ତରାଳ ଓ ଖାଇ ଅର୍ଥ ଖାଇବା । ଅର୍ଥାତ, କିଛି ସମୟ ଅନ୍ତରାଲ ପରେ ଖାଇବା । ଲୋକମାନେ ମାସେ କାଳ ଆମିଷ ଖାଦ୍ୟରୁ ନିବୃତ ରହି କାର୍ତ୍ତିକ ମାସ ଉପରାନ୍ତେ, ପ୍ରଥମ ଦିନ ହିଁ ଆମିଷ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି ।

କାର୍ତ୍ତିକ ମାସ ଓ ମାର୍ଗଶୀର ମାସରେ ପବନର ଗତିପଥ ବଦଳିଥାଏ । ଐତିହାସିକ ତଥ୍ୟ ଅନୁଯାୟୀ ଓଡ଼ିଆ ସାଧବପୁଅମାନେ ନୌବାଣିଜ୍ୟ କରିବା ପାଇଁ, କେଉଟମାନେ ସମୁଦ୍ରକୁ ମାଛ ମାରିବା ପାଇଁ ଏହି ସମୟରେ ଯାତ୍ରାରମ୍ଭ କରୁଥିଲେ । ସେମାନଙ୍କୁ ମେଲାଣି ଦେବାପାଇଁ ଆୟୋଜନ କରାଯାଉଥିବା ଭୋଜିରେ ଆମିଷ ଖାଦ୍ୟ ରହୁଥିଲା । ଛାଡ଼ଖାଇ ଏହିପରି ଭାବରେ ଆରମ୍ଭ ହୋଇଥାଇପାରେ । ବର୍ଷର ଏହି ସମୟରେ ମାଛମାନେ ସମୁଦ୍ର ତଟ ପାଖକୁ ଆସନ୍ତି, ତେଣୁ ମାଛ ଅମଳ ମଧ୍ୟ ଭଲ ହୋଇଥାଏ । କିଛି ଐତିହାସିକମାନଙ୍କ ମତରେ, ଛାଡ଼ଖାଇରୁ ଶୀତ ଋତୁର ଆରମ୍ଭ ହୋଇଥାଏ । ଶୀତ ଦିନରେ କୁକୁଡ଼ା ଓ ଛେଳି ମାଂସରେ ସ୍ନେହସାର ଓ ଆଦ୍ରତାର ଅନୁପାତ ଭଲ ରହୁଥିବାରୁ, ଶୀତ ଦିନ ମାଂସ ଖାଇବାର ସବୁଠାରୁ ଭଲ ସମୟ ବୋଲି ପାର୍କ ହୋଟେଲ, କଲିକତାର ସେଫ ଶରତ ଦିୱାନଙ୍କ ମତ ।