Odisha News: ସମ୍ବଲପୁର ବୁର୍ଲା ପୋଲିସର ଏନକାଉଣ୍ଟର
Advertisement
Article Detail0/zeeodisha/odisha2467187

Odisha News: ସମ୍ବଲପୁର ବୁର୍ଲା ପୋଲିସର ଏନକାଉଣ୍ଟର

Odisha News:(ଅଜୟ ନାଥ) ପୋଲିସ କୌଣସି ସୂତ୍ରରୁ ଖବର ପାଇଥିଲା ଯେ କଣ୍ଟା ପାଲି ଜଙ୍ଗଲରେ କମଳୁ ପ୍ରଧାନ ଲୁଚିଛି। ପୋଲିସ ଜଙ୍ଗଲକୁ ଯାଇ କମଳୁ ପ୍ରଧାନକୁ ଆତ୍ମସମର୍ପଣ ପାଇଁ କହିଥିଲେ। କିନ୍ତୁ କମଳୁ ପ୍ରଧାନ ଆତ୍ମସମର୍ପଣ ନ କରି ଆକ୍ରମଣ କରିଥିଲା। ଆକ୍ରମଣରେ ଜଣେ କନେଷ୍ଟବଳ ଆହତ ହେଲେ। ତା ପରେ ପୋଲିସ ପୁଣି ଥରେ ଆତ୍ମସମର୍ପଣ ପାଇଁ କହିଲେ। ସେ ପୁଣି ପ୍ରତି ଆକ୍ରମଣ କରୁଥିବା ରୁ ବୁର୍ଲା ପୋଲିସ IIC ଆତ୍ମ ରକ୍ଷା ପାଇଁ ଗୁଳି ଚାଳନା କରିଥିଲେ। ସେଥିରେ ଅପରାଧୀ କମଳୁ ପ୍ରଧାନର ଡାହାଣ ଗୋଡ଼ ଆଣ୍ଠୁ ତଳେ ଗୁଳି ବାଜିଥିବା ସୂଚନା ଦେଇଛି ପୋଲିସ।

Odisha News: ସମ୍ବଲପୁର ବୁର୍ଲା ପୋଲିସର ଏନକାଉଣ୍ଟର

Odisha News: ସମ୍ବଲପୁର ବୁର୍ଲା ପୋଲିସର ଏନକାଉଣ୍ଟର।ଗତ ଚାରି ତାରିଖରେ କମଳୁ ପ୍ରଧାନ ଓ ତା ସ୍ତ୍ରୀ ର ଝଗଡାକୁ ନେଇ ପୋଲିସ କନେଷ୍ଟବଳ ସରୋଜ ଭୋଇ ଝରା ପାଲିକୁ ଯାଇ ସ୍ତ୍ରୀ କୁ ଉଦ୍ଧାର କରିବା ପାଇଁ ଘର ଭିତରକୁ ପଶୁ ଥିବା ବେଳେ ଅପରାଧୀ କମଳୁ ପ୍ରଧାନ ଏକ ଚାପଡ଼ରେ ହାଣି କନେଷ୍ଟବଳ ସରୋଜର ତିନୋଟି ଆଙ୍ଗୁଳି କାଟି ଦେଇଥିଲା। ସେହି ଆକ୍ରମଣ ରେ କନେଷ୍ଟବଳ ସରୋଜର ତିନୋଟି ଆଙ୍ଗୁଳି କଟି ଯାଇଥିଲା। ସେହି ଦିନ ଠାରୁ ଅପରାଧୀ କମଳୁ ପ୍ରଧାନ ଫେରାର ହୋଇଯାଇଥିଲା।
 
ଆଜି ପୋଲିସ କୌଣସି ସୂତ୍ରରୁ ଖବର ପାଇଥିଲା ଯେ କଣ୍ଟା ପାଲି ଜଙ୍ଗଲରେ କମଳୁ ପ୍ରଧାନ ଲୁଚିଛି। ପୋଲିସ ଜଙ୍ଗଲକୁ ଯାଇ କମଳୁ ପ୍ରଧାନକୁ ଆତ୍ମସମର୍ପଣ ପାଇଁ କହିଥିଲେ। କିନ୍ତୁ କମଳୁ ପ୍ରଧାନ ଆତ୍ମସମର୍ପଣ ନ କରି ଆକ୍ରମଣ କରିଥିଲା। ଆକ୍ରମଣରେ ଜଣେ କନେଷ୍ଟବଳ ଆହତ ହେଲେ। ତା ପରେ ପୋଲିସ ପୁଣି ଥରେ ଆତ୍ମସମର୍ପଣ ପାଇଁ କହିଲେ। ସେ ପୁଣି ପ୍ରତି ଆକ୍ରମଣ କରୁଥିବା ରୁ ବୁର୍ଲା ପୋଲିସ IIC ଆତ୍ମ ରକ୍ଷା ପାଇଁ ଗୁଳି ଚାଳନା କରିଥିଲେ। ସେଥିରେ ଅପରାଧୀ କମଳୁ ପ୍ରଧାନର ଡାହାଣ ଗୋଡ଼ ଆଣ୍ଠୁ ତଳେ ଗୁଳି ବାଜିଥିବା ସୂଚନା ଦେଇଛି ପୋଲିସ।ଏବେ କମଳୁ ବୁର୍ଲା ଭୀମସାରରେ ଚିକିତ୍ସିତ ହେଉଥିବା ବେଳେ ତାର ଅବସ୍ଥା ସ୍ଥିର ରହିଥିବା ସୂଚନା ଦେଇଛନ୍ତି ଅତିରିକ୍ତ ଏସ ପି।