Odisha News: ସ୍ବାସ୍ଥ୍ୟବସ୍ଥାର ବିକଳ ଚିତ୍ର, ସ୍ତ୍ରୀର ମୃତଦେହ ନେବା ପାଇଁ ଭିକ ମାଗିଲା ସ୍ବାମୀ, ଦେଖନ୍ତୁ ଭିଡ଼ିଓ
Advertisement

Odisha News: ସ୍ବାସ୍ଥ୍ୟବସ୍ଥାର ବିକଳ ଚିତ୍ର, ସ୍ତ୍ରୀର ମୃତଦେହ ନେବା ପାଇଁ ଭିକ ମାଗିଲା ସ୍ବାମୀ, ଦେଖନ୍ତୁ ଭିଡ଼ିଓ

Odisha News: ମଙ୍ଗଳବାର ଦିନ ମହିଳା ଜଣଙ୍କ ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜିଥିଲେ । ସ୍ତ୍ରୀର ମୃତଦେହକୁ ନିଜ ଗାଁକୁ ନେବା ପାଇଁ ତାଣ୍ଡବ ମୁଖୀଙ୍କ ନିକଟରେ ଅର୍ଥ ସାଜିଥିଲା ବାଧକ । । ଦୀର୍ଘ ୮ ଘଣ୍ଟା ଧରି ମେଡିକାଲ ଶଯ୍ୟାରେ ପଡି଼ ରହିଥିଲା ମହିଳାଙ୍କ ମୃତଦେହ । ପାଖରେ ଟଙ୍କା ନଥିବାରୁ ଶେଷରେ ନିରୁପାୟ ହୋଇ ମେଡିକାଲ ବାରଣ୍ଡାରେ ବସି ଭିକ୍ଷ ମାଗିଥିଲେ ତାଣ୍ଡବ ମୁଖୀ । 

Odisha News: ସ୍ବାସ୍ଥ୍ୟବସ୍ଥାର ବିକଳ ଚିତ୍ର, ସ୍ତ୍ରୀର ମୃତଦେହ ନେବା ପାଇଁ ଭିକ ମାଗିଲା ସ୍ବାମୀ, ଦେଖନ୍ତୁ ଭିଡ଼ିଓ

Odisha News: ସ୍ତ୍ରୀର ମୃତଦେହକୁ ଘରକୁ ନେବା ପାଇଁ ଭିକ ମାଗି ନେହୁରା ହେଲା ସ୍ବାମୀ । ଏଭଳି ଏକ ଅଭାବନୀୟ ଘଟଣା ମଙ୍ଗଳବାର ଦିନ ବୁର୍ଲା ଭିମ୍‌ସାର (burla vimsar) ପରିସରରେ ଦେଖିବାକୁ ମିଳିଥିଲା । ସୂଚନା ଅନୁଯାୟୀ, ଅନୁଗୁଳ (Angul) ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ପୁକ୍‌ତୁଙ୍ଗା ଗ୍ରାମର ତାଣ୍ଡବ ମୁଖୀଙ୍କ ସ୍ତ୍ରୀ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ । ଚିକିତ୍ସା ପାଇଁ ତାଙ୍କୁ ବୁର୍ଲା ଭିମ୍‌ସାର ଭର୍ତ୍ତି କରାଯାଇଥିଲା । ମଙ୍ଗଳବାର ଦିନ ମହିଳା ଜଣଙ୍କ ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜିଥିଲେ । ସ୍ତ୍ରୀର ମୃତଦେହକୁ ନିଜ ଗାଁକୁ ନେବା ପାଇଁ ତାଣ୍ଡବ ମୁଖୀଙ୍କ ନିକଟରେ ଅର୍ଥ ସାଜିଥିଲା ବାଧକ । ଦୀର୍ଘ ୮ ଘଣ୍ଟା ଧରି ମେଡିକାଲ ଶଯ୍ୟାରେ ପଡି଼ ରହିଥିଲା ମହିଳାଙ୍କ ମୃତଦେହ । ପାଖରେ ଟଙ୍କା ନଥିବାରୁ ଶେଷରେ ନିରୁପାୟ ହୋଇ ମେଡିକାଲ ବାରଣ୍ଡାରେ ବସି ଭିକ୍ଷ ମାଗିଥିଲେ ତାଣ୍ଡବ ମୁଖୀ । ରାଜ୍ୟ ସରକାର (govt of odisha) ଗରିବଙ୍କ ପାଇଁ ଅନେକ ମାଗଣା ବ୍ୟବସ୍ଥା କରିଥିବା ବେଳେ ମୃତଦେହ ନେବା ପାଇଁ ମହାପ୍ରୟାଣ ଗାଡି଼ର (mahaprayan vehicle) ମଧ୍ୟ ବ୍ୟବସ୍ଥା ରହିଛି । କିନ୍ତୁ ଏହି ଦୃଶ୍ୟ ଦେଖିଲେ ସରକାରୀ ବ୍ୟବସ୍ଥା କେବଳ ପ୍ରହସନ ମନେ ହେଉଛି ।

 

ଦୀର୍ଘ ସମୟ ଧରି ସହାୟତା ମାଗିବା ପରେ ଲୋକେ ତାଣ୍ଡବ ମୁଖୀଙ୍କୁ ସହାୟତା ପ୍ରଦାନ କରିଥିଲେ । ଘଟଣା ସମ୍ପର୍କରେ ସାମାଜିକ ଅନୁଷ୍ଠାନ ''ସମ୍ବଳ'' ର ରାମଦାସ ପଣ୍ଡା ସୂଚନା ପାଇ ମୃତଦେହକୁ ପଠାଇବା ପାଇଁ ନିଜ ଉଦ୍ୟମରେ ଏକ ଗାଡି ପଠାଇଥିଲେ । କିନ୍ତୁ ତାଣ୍ଡବଙ୍କ ସମ୍ପର୍କୀୟମାନେ ମେଡିକାଲରେ ପହଂଚି ମୃତଦେହ ନେଇଥିବା ସୂଚନା ମିଳିଛି ।

Also Read-Vigilance Raid: ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ, ସହକାରୀ ଯନ୍ତ୍ରୀଙ୍କ ଘରେ ରେଡ଼୍

Also Read-Weather Update: ଆଜି ପ୍ରବଳ ବର୍ଷା ନେଇ ୮ ଜିଲ୍ଲାକୁ ରେଡ଼ ଆଲର୍ଟ ଜାରି