SCB Medical: ଏସ୍‌ସିବି ଡାକ୍ତରଙ୍କ ଦୁଷ୍କର୍ମ ଘଟଣା: ବହିଷ୍କାର ପାଇଁ ନିର୍ଦ୍ଦେଶ ଦେଲା ବିଭାଗ
Advertisement
Article Detail0/zeeodisha/odisha2395875

SCB Medical: ଏସ୍‌ସିବି ଡାକ୍ତରଙ୍କ ଦୁଷ୍କର୍ମ ଘଟଣା: ବହିଷ୍କାର ପାଇଁ ନିର୍ଦ୍ଦେଶ ଦେଲା ବିଭାଗ

SCB Medical: କଟକ ଏସ୍‌ସିବି ମେଡିକାଲ କଲେଜରେ ଇସିଜି ନାଁରେ ଦୁଷ୍କର୍ମ ମାମଲାରେ ସମ୍ପୃକ୍ତ ଡାକ୍ତରଙ୍କୁ ବହିଷ୍କାର କରିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାରେ ଗିରଫ ହୋଇଥିବା ଡାକ୍ତର ଠାକୁର ଦିଲବାଗ ସିଂଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଏସ୍‌ସିବି ମେଡିକାଲ କଲେଜର ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ହୋଇଛି ।

SCB Medical: ଏସ୍‌ସିବି ଡାକ୍ତରଙ୍କ ଦୁଷ୍କର୍ମ ଘଟଣା: ବହିଷ୍କାର ପାଇଁ ନିର୍ଦ୍ଦେଶ ଦେଲା ବିଭାଗ

SCB Medical: କଟକ ଏସ୍‌ସିବି ମେଡିକାଲ କଲେଜରେ ଇସିଜି ନାଁରେ ଦୁଷ୍କର୍ମ ମାମଲାରେ ସମ୍ପୃକ୍ତ ଡାକ୍ତରଙ୍କୁ ବହିଷ୍କାର କରିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାରେ ଗିରଫ ହୋଇଥିବା ଡାକ୍ତର ଠାକୁର ଦିଲବାଗ ସିଂଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଏସ୍‌ସିବି ମେଡିକାଲ କଲେଜର ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ହୋଇଛି । ଏ ସମ୍ପର୍କରେ ଡିଏମ୍‌ଇଟି ଡାକ୍ତର ସନ୍ତୋଷ ମିଶ୍ର କହିଛନ୍ତି, ସରକାରଙ୍କ ନିର୍ଦ୍ଦେଶକ୍ରମେ ଗଠିତ କମିଟି ଘଟଣାର ତଦନ୍ତ କରି ରିପୋର୍ଟ ପ୍ରଦାନ କରିଥିଲା । ଘଟଣାର ବିଧିବଦ୍ଧ ତଦନ୍ତ କରାଯାଇଥିଲା, ଯେଉଁଥିରେ ତାଙ୍କର ସମ୍ପୃକ୍ତି ନେଇ ପ୍ରମାଣ ମିଳିଛି ।

ALSO READ: Today Horoscope: କେଉଁ ରାଶି ପାଇଁ କେମିତି ରହିବ ଶୁକ୍ରବାର? ଜାଣନ୍ତୁ ଆଜିର ରାଶିଫଳ

ସେହି ଅନୁସାରେ ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଅଧ୍ୟକ୍ଷଙ୍କୁ କୁହାଯାଇଛି । ସୂଚନାଯୋଗ୍ୟ ଯେ ଚଳିତ ମାସ ପ୍ରଥମ ସପ୍ତାହରେ ଏସ୍‌ସିବି ମେଡିକାଲ କଲେଜରେ ଦୁଇ ଜଣ ମହିଳାଙ୍କୁ ଡାକ୍ତର ଦିଲବାଗ ଦୁଷ୍କର୍ମ କରିଥିବା ନେଇ ୧୩ ତାରିଖ ଦିନ ମଙ୍ଗଳାବାଗ ଥାନାରେ ଅଭିଯୋଗ ହୋଇଥିଲା । ଏହି ଘଟଣାରେ ପୁଲିସ ସମ୍ପୃକ୍ତ ଡାକ୍ତରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।