Scrub Typhus: ସ୍କ୍ରବ୍ ଟାଇଫସ ସ୍ଥିତି ଅନୁଧ୍ୟାନ ନେଇ ସମ୍ବଲପୁରରେ ପହଁଞ୍ଚିଲା କେନ୍ଦ୍ରୀୟ ଟିମ୍
Advertisement

Scrub Typhus: ସ୍କ୍ରବ୍ ଟାଇଫସ ସ୍ଥିତି ଅନୁଧ୍ୟାନ ନେଇ ସମ୍ବଲପୁରରେ ପହଁଞ୍ଚିଲା କେନ୍ଦ୍ରୀୟ ଟିମ୍

Scrub Typhus: ସ୍କ୍ରବ୍ ଟାଇଫସ ସ୍ଥିତି ଅନୁଧ୍ୟାନ କରିବା ପାଇଁ ସୋମବାର ଦିନ ସମ୍ବଲପୁର ଜିଲ୍ଲାରେ ପହଁଞ୍ଚିଛନ୍ତି ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ  ପକ୍ଷରୁ ଗଠିତ ୪ ଜଣିଆ ମେଡିକାଲ ଟିମ୍ । 

ସୌ(ସୋସିଆଲ ମିଡିଆ)

Central Team Arrived Sambalpur: ସ୍କ୍ରବ୍ ଟାଇଫସ (Scrub Typhus) ସ୍ଥିତି ଅନୁଧ୍ୟାନ ନେଇ ସୋମବାର ଦିନ ସମ୍ବଲପୁର (Sambalpur) ଜିଲ୍ଲାରେ ପହଁଞ୍ଚିଛି ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଗଠିତ ୪ ଜଣିଆ ମେଡିକାଲ ଟିମ୍ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଁଞ୍ଚି ଏଡ଼ିଏମଓ (ADMO) ଅଶୋକ ଦାସଙ୍କ ସହ ଜିଲ୍ଲାରେ ସ୍କ୍ରଵ ଟାଇଫସ ସ୍ଥିତି ସମ୍ପର୍କରେ ଆଲୋଚନା କରିଛି ଏହି ଟିମ୍ |

ସୂଚନା ଅନୁଯାୟୀ, ଏହି ୪ ଜଣିଆ କେନ୍ଦ୍ରୀୟ ଅନୁଧ୍ୟାନକାରୀ ଟିମ୍ ସହ ରାଜ୍ୟର ଦୁଇ ଜଣ ଡାକ୍ତର ଗତ ଶୁକ୍ରବାର ଦିନ ଝାରସୁଗୁଡା଼ ଜିଲ୍ଲାରେ ପହଁଞ୍ଚିଥିଲେ । ପରେ ପର୍ଯ୍ୟାୟକ୍ରମେ ଏହି ଟିମ୍ ସୁନ୍ଦରଗଡ଼, ଝାରସୁଗୁଡା଼ ବରଗଡ଼ ଓ ସମ୍ବଲପୁର ଜିଲ୍ଲାରେ ପହଁଞ୍ଚି ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ ସହ ସ୍କ୍ରଵ ଟାଇଫସ (Scrub Typhus) ସମ୍ପର୍କରେ ଆଲୋଚନା କରିଛନ୍ତି । ଆଜି ଏହି ଟିମ୍ ଭୁବନେଶ୍ୱର ଗସ୍ତ କରିଥିବା ବେଳେ ମଙ୍ଗଳବାର ଦିନ ସ୍ୱାସ୍ଥ୍ୟ ବିଭାଗ ସଚିବଙ୍କୁ ଭେଟି ସବିଶେଷ ତଥ୍ୟ ଉପସ୍ଥାପନ କରିବ । ଦିନକୁ ଦିନ ରାଜ୍ୟରେ ସ୍କ୍ରଵ ଟାଇଫସ ଆତଙ୍କ ବଢୁଥିବା ବେଳେ ସମ୍ବଲପୁରର ସ୍ଥିତି ଠିକ୍ ରହିଛି । ଗତ ମାସରେ ମୋଟ ୭୨ ଜଣ ସ୍କ୍ରଵ ଟାଇଫସ ରୋଗୀ ଚି଼ହ୍ନଟ ହୋଇଥିବା ବେଳେ ଚଳିତ ମାସ ବର୍ତ୍ତମାନ ସୁଦ୍ଧା ୧୫୨ ରୋଗୀ ଚି଼ହ୍ନଟ ହୋଇଛନ୍ତି । ତେବେ ସମସ୍ତେ ରୋଗୀଙ୍କ ଅବସ୍ଥା ସୁସ୍ଥ ଥିବା ବେଳେ ବର୍ତ୍ତମାନ ସୁଦ୍ଧା କାହାର ମୃତ୍ୟୁ ହୋଇନଥିବା ଏଡ଼ିଏମଓ ସୂଚନା ଦେଇଛନ୍ତି । ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ କାହିଁକି ସ୍କ୍ରଵ ଟାଇଫସ ରୋଗ ଏତେ ମାତ୍ରାରେ ବ୍ୟାପୁଛି ସେନେଇ ପ୍ରଶ୍ନ କରିଛି କେନ୍ଦ୍ରୀୟ ଟିମ୍ । ମୁଖ୍ୟତଃ ଗ୍ରାମାଞ୍ଚଳର କୃଷକମାନେ ଏହି ରୋଗରେ ବେଶୀ ମାତ୍ରାରେ ଆକ୍ରାନ୍ତ ହେଉଥିବା ଦେଖାଯାଉଛି। ସମ୍ବଲପୁର ଡାକ୍ତରଖାନାରେ ଏହାର ପରୀକ୍ଷା ସହ ମାଗଣା ଔଷଧ ପ୍ରଦାନ କରାଯିବ ବୋଲି ଟିମ୍ ପକ୍ଷରୁ କୁହାଯାଇଛି ।

Also Read-Odisha Politics: ବିଜେପି ଚାଣକ୍ୟଙ୍କୁ ଭେଟିଲେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ!

Also Read- Odisha Politics: ଅଭିଯୋଗ ପ୍ରମାଣିତ କରିବାକୁ ସୌମ୍ୟଙ୍କୁ ଚ୍ୟାଲେଞ୍ଜ ଦେଲେ ଅନୁଭବ

ଅନ୍ୟପଟେ, ସୁନ୍ଦରଗଡ଼ ଜିଲ୍ଲାରେ ଗତ ୨୪ ଘଣ୍ଟାରେ ପୁଣି ୯ ସ୍କ୍ରବ୍ ଟାଇଫସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୩୪ ରକ୍ତ ନମୂନାରୁ ୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାପରେ ଆକ୍ରାନ୍ତଙ୍କ ସଂଖ୍ୟା ୩୦୪ରେ ପହଞ୍ଚିବା ସୂଚନା ଦେଇଛନ୍ତି ଭାରାପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର  କାହ୍ନୁଚରଣ ନାୟକ।