Sambalpur Lok Mahotsav: ଦ୍ୱିତୀୟ ଦିନରେ ସମ୍ବଲପୁର ଲୋକ ମହୋତ୍ସବ
Advertisement

Sambalpur Lok Mahotsav: ଦ୍ୱିତୀୟ ଦିନରେ ସମ୍ବଲପୁର ଲୋକ ମହୋତ୍ସବ

Sambalpur Lok Mahotsav: ଦ୍ୱିତୀୟ ସନ୍ଧ୍ୟାରେ ଅତିଥିଭାବରେ ଆରକ୍ଷୀ ଉପ-ମହାନିରୀକ୍ଷକ ଡ. ଦୀପକ କୁମାର,ଭା. ପ୍ର. ସେ,ପଦ୍ମଶ୍ରୀ କ୍ରିଷ୍ଣା ପଟେଲ ଏବଂ ଆରକ୍ଷୀ ନିରୀକ୍ଷକ ମୁକେଶ କୁମାର ଭାମୁ ଯୋଗଦେଇଥିଲେ। ନୋଡାଲ ଅଧିକାରୀ ତଥା ସମ୍ବଲପୁର ମ୍ୟୁନିସିପାଲିଟି କମିଶନର ବେଦଭୂଷଣଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ସଭାରେ ସଂଯୋଜକ ଭୋଲା ଶଙ୍କର ମହତ୍ତମ ଏବଂ ସହ ସଂଯୋଜକ ଅନୁପ ତରିଆ ମଧ୍ଯ ଉପସ୍ଥିତ ରହି ଥିଲେ। 

Sambalpur Lok Mahotsav: ଦ୍ୱିତୀୟ ଦିନରେ ସମ୍ବଲପୁର ଲୋକ ମହୋତ୍ସବ

Sambalpur Lok Mahotsav: ଦ୍ୱିତୀୟ ସନ୍ଧ୍ୟାରେ ଅତିଥିଭାବରେ ଆରକ୍ଷୀ ଉପ-ମହାନିରୀକ୍ଷକ ଡ. ଦୀପକ କୁମାର,ଭା. ପ୍ର. ସେ,ପଦ୍ମଶ୍ରୀ କ୍ରିଷ୍ଣା ପଟେଲ ଏବଂ ଆରକ୍ଷୀ ନିରୀକ୍ଷକ ମୁକେଶ କୁମାର ଭାମୁ ଯୋଗଦେଇଥିଲେ। ନୋଡାଲ ଅଧିକାରୀ ତଥା ସମ୍ବଲପୁର ମ୍ୟୁନିସିପାଲିଟି କମିଶନର ବେଦଭୂଷଣଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ସଭାରେ ସଂଯୋଜକ ଭୋଲା ଶଙ୍କର ମହତ୍ତମ ଏବଂ ସହ ସଂଯୋଜକ ଅନୁପ ତରିଆ ମଧ୍ଯ ଉପସ୍ଥିତ ରହି ଥିଲେ। ସଭା ଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ ଫକିରମୋହନ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ। ଆମ ସଂସ୍କୃତିର ମହତ୍ତ୍ୱକୁ ହୃଦୟଙ୍ଗମ କରି ଏହାର ବିକାଶ ନିମନ୍ତେ ସଭିଏଁ ସଂକଳ୍ପବଦ୍ଧ ହେବା ଉଚିତ ବୋଲି ସଭାରେ ଅତିଥି ଙ୍କ ଦ୍ୱାରା ମତପ୍ରକାଶ ପାଇଥିଲା।ଏହି ଅବସରରେ ସମ୍ବର୍ଦ୍ଧନା ଉପସମିତି ଆବାହକ ସୂର୍ଯ୍ୟ ପାଣିଗ୍ରାହୀଙ୍କ ସଂଯୋଜନାରେ ପାଲା ଗାୟିକା କୁମୁଦିନୀ ପଟେଲ ଓ ଚାର୍‌କୋଲ୍‌ ଚିତ୍ରଶିଳ୍ପୀ ନୃସିଂହ ଚରଣ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ପ୍ରକାଶ ଥାଉ କି ଲୁପ୍ତପ୍ରାୟ ବାଦ୍ୟରେ ଆଜି ସନ୍ଧ୍ୟା ୫ଟା ୩୦ମି ସମୟରେ ସୁଜ୍ଞାନୀ ବେହେରା ଓ ଅଲେଖ ମହାକୁର ଧୁନକେଲ ବାଦ୍ୟ ପରିବେଷଣ କରିଥିବା ବେଳେ ବାବା ମାନେଶ୍ୱର ଖଞ୍ଜଣି ବାଦ୍ୟ ପରିବେଷଣ କରିଥିଲେ। ଲୋକଗୀତ କାର୍ଯ୍ୟକ୍ରମରେ ପ୍ରତିଭାରାଣୀ ଭୁଏ ଝୁମେର୍‌ ଗୀତ,ରାମେଶ୍ୱର ଦାଶ ବାଣୀ ବୁତଲ,ଯୋଗମାୟା ମିଶ୍ର ସଜନୀ ଓ ଦିଲୀପ ପଣ୍ଡା ବଜନିଆ ଗୀତ ପରିବେଷଣ କରିଥିଲେ | ସଂଗୀତ ସଂଯୋଜକ ଶଙ୍କର ପ୍ରସାଦ ପ୍ରଧାନଙ୍କ ସଂଯୋଜନାରେ ଗାୟକମାନେ ସଂଗୀତ ପରିବେଷଣ କରିଥିଲେ।

ଲୋକନୃତ୍ଯ କାର୍ଯ୍ୟକ୍ରମରେ ପଞାବର ଜିନ୍ଦୁଆ ଓ ସମ୍ବଲପୁରର ନଟରାଜ ଲୋକନୃତ୍ୟ ଦଳଙ୍କ ନୃତ୍ଯ ପରିବେଷଣ ପରେ ଭବାନିପାଟଣାର ନୃତ୍ଯ ଦଳ ଘୁଡକା ନୃତ୍ୟ, ହରିୟାଣାର ନୃତ୍ୟ ଦଳ ଫାଗ୍‌ ନୃତ୍ଯ,କୋରାପୁଟର ନୃତ୍ଯଦଳ ଦୁରୁଆ,ଗୁଜରାଟର ଡାଙ୍ଗୀ,ଥାଇଲାଣ୍ଡର ଦଳ ଲାନ୍ନା ମୁଙ୍ଗା ଥିପ୍ୟା ନୃତ୍ୟ,ଜମନକିରାର ନୃତ୍ଯଦଳ ଓରାମ ନାଚ,ମଧ୍ୟପ୍ରଦେଶର ଲୋକନୃତ୍ୟ ମୟୁର ନାଚ,ସମ୍ବଲପୁର କଳାକେନ୍ଦ୍ର ଦଳ ଜାଇଫୁଲ ନୃତ୍ୟ,ରାଜସ୍ଥାନର ଲୋକନୃତ୍ଯଦଳ କାଲବେଲିଆ,ରାୟଗଡାର ଦଳ ଡେମ୍‌ସା,ଉତ୍ତରାଖଣ୍ଡର ଲୋକନୃତ୍ୟ ଦଳ ଛାପେଲି ଓ ମାନେଶ୍ୱରର ଲୋକନୃତ୍ଯ ଦଳ ଚୁଟକୁଚୁଟା ନୃତ୍ୟ ପରିବେଷଣ କରିଥିଲେ। ମାନସ ରଞ୍ଜନ ମିଶ୍ର,ସତ୍ୟନାରାୟଣ ସାହୁ,ନିଶାନ୍ତ ତ୍ରିପାଠୀ,ଅମୃତ ସାଗର ପଣ୍ଡା,ଛନ୍ଦାମୟୀ ମିଶ୍ର,ଦୁର୍ଗାଦର୍ଶୀ ନାଥଶର୍ମା,ସ୍ୱାଗତିକା ପଣ୍ଡା ପ୍ରମୁଖ ଉଦ୍‌ଘୋଷଣା ଦାୟିତ୍ବରେ ଥିଲେ।

Also Read: Sambalpur Mahotsav: ଉତ୍ସାହ ଓ ଉଦ୍ଦିପନା ସହ ଉଦଘାଟିତ ହେଲା ସମ୍ବଲପୁର ଲୋକ ମହୋତ୍ସବ ୨୦୨୪