ପର୍ଯ୍ୟଟକଙ୍କ ପାଇଁ ଖୁସିର ଖବର, ଏହି ତାରିଖରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ
Advertisement
Article Detail0/zeeodisha/odisha2464247

ପର୍ଯ୍ୟଟକଙ୍କ ପାଇଁ ଖୁସିର ଖବର, ଏହି ତାରିଖରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ

Similipal tiger reserve : ତେବେ ପ୍ରଥମ ଥର ପାଇଁ ଜଙ୍ଗଲ ସଫାରୀର ମଜା ନେବେ ପର୍ଯ୍ୟଟକ ଖୋଲା ଜିପରେ ବସି କୋର ଅଞ୍ଚଳ ବୁଲିବା ସହ ବନ୍ୟଜନ୍ତୁ ଦେଖିବାର ସୁଯୋଗ ପାଇବେ ପର୍ଯ୍ୟଟକ। ପ୍ରବେଶ ନିମନ୍ତେ ଅନୁମତି ପତ୍ର କେବଳ ବାରିପଦା ପିଠାବଟା ଓ ଯଶିପୁର କାଣିଆଣି ବୁକିଂ କାଉଣ୍ଟରରୁ ସକାଳ ୬ଟାରୁ ସକାଳ ୯ଟା ପର୍ଯ୍ୟନ୍ତ ମିଳିପାରିବ।

ପର୍ଯ୍ୟଟକଙ୍କ ପାଇଁ ଖୁସିର ଖବର, ଏହି ତାରିଖରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ

ମୟୁରଭଞ୍ଜ: ପର୍ଯ୍ୟଟକଙ୍କ ପାଇଁ ଖୁସିର ଖବର। ଆସନ୍ତା ଅକ୍ଟୋବର ୧୦ତାରିଖରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ। ପ୍ରତି ବର୍ଷ ନଭେମ୍ୱର ୧ରୁ ଅଭୟାରଣ୍ୟ ଖୋଲୁଥିବା ବେଳେ ଚଳିତ ବର୍ଷ ଅକ୍ଟୋବର ୧୦ ତାରିଖରୁ ଖୋଲୁଛି ଶିମିଳିପାଳ ଅଭୟାରଣ୍ୟ। ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଅଧିକ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିବା ଉଦ୍ଦେଶ୍ୟରେ ଦୁର୍ଗା ପୂଜା ପୂର୍ବରୁ ଶିମିଳିପାଳ ଖୋଲୁଥିବା କହିଛନ୍ତି ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ। 

ତେବେ ପ୍ରଥମ ଥର ପାଇଁ ଜଙ୍ଗଲ ସଫାରୀର ମଜା ନେବେ ପର୍ଯ୍ୟଟକ ଖୋଲା ଜିପରେ ବସି କୋର ଅଞ୍ଚଳ ବୁଲିବା ସହ ବନ୍ୟଜନ୍ତୁ ଦେଖିବାର ସୁଯୋଗ ପାଇବେ ପର୍ଯ୍ୟଟକ। 

ପ୍ରବେଶ ନିମନ୍ତେ ଅନୁମତି ପତ୍ର କେବଳ ବାରିପଦା ପିଠାବଟା ଓ ଯଶିପୁର କାଣିଆଣି ବୁକିଂ କାଉଣ୍ଟରରୁ ସକାଳ ୬ଟାରୁ ସକାଳ ୯ଟା ପର୍ଯ୍ୟନ୍ତ ମିଳିପାରିବ। ପର୍ଯ୍ୟଟକମାନେ କେବଳ ପିଠାବଟା ଓ ଯଶିପୁରର କାଳିଆଣି ଦେଇ ଅଭୟାରଣ୍ୟ ମଧ୍ୟକୁ ପ୍ରବେଶ କରିପାରିବେ। 

ଅଧିକ ପଢନ୍ତୁ..

ଦୂର୍ଗାପୂଜା ପାଇଁ ଟୁଇନ ସିଟିରେ ଟ୍ରାଫିକ୍ କଟକଣା ଜାରି; ଜାଣନ୍ତୁ କେଉଁଠି କେଉଁଠି ଲାଗିବ କଟକଣା...

https://zeenews.india.com/hindi/zeeodisha/state-news/traffic-restrictions-continue-in-twin-cities-for-puja-festival/2464202