Expensive in the vegetable market ; ପରିବା ବଜାରରେ ମହଙ୍ଗା ମାଡ଼ : କଲବଲ ସାଧାରଣ ଖାଉଟି
Advertisement
Article Detail0/zeeodisha/odisha2300478

Expensive in the vegetable market ; ପରିବା ବଜାରରେ ମହଙ୍ଗା ମାଡ଼ : କଲବଲ ସାଧାରଣ ଖାଉଟି

Expensive in the vegetable market : ପରିବା ବଜାରରେ ଏବେ ମହଙ୍ଗା ମାଡ଼ । ଚଢ଼ା ଦରକୁ ନେଇ ଅତିଷ୍ଠ ହୋଇଗଲେଣି ଖାଉଟି । ଏଭଳି ସ୍ଥିତିରେ ରାଜ୍ୟରେ ଅଧିକ ଉତ୍ପାଦନ ଏବଂ ସଂରକ୍ଷଣ ଉପରେ ଗୁରୁତ୍ବ ଦିଆଗଲେ ସ୍ଥିତି ନିୟନ୍ତ୍ରଣ ହେବ..

Expensive vegetable

Expensive in the vegetable market : ପରିବା ବଜାରରେ ଏବେ ମହଙ୍ଗା ମାଡ଼ । କଲବଲ ହେଉଛନ୍ତି ସାଧାରଣ ଖାଉଟି । ବଜାରରେ ସବୁ ପରିବା ଦର ଅସହ୍ୟ ଭାବେ ବଢ଼ିଚାଲିଛି । ଚଢ଼ା ଦରକୁ ନେଇ ଅତିଷ୍ଠ ହୋଇଗଲେଣି ଖାଉଟି । ଗତ ବର୍ଷ ଅଧିକାଂଶ ପରିବା ଦର ଶତକ ପାର୍‌ କରିଥିବାବେଳେ ଏବର୍ଷ ମଧ୍ୟ ସ୍ଥିତି ପ୍ରାୟ ସମାନ ହୋଇଗଲାଣି। ଭୁବନେଶ୍ବରର ୧ ନମ୍ବର ହାଟରେ ୧୦୦ ଟଙ୍କା ଛୁଇଁଛି ବାଇଗଣ।

ରସୁଲଗଡରେ ଦେଶୀ ବାଇଗଣ ଦର କିଲୋ ପିଛା ୧୨୦ ଟଙ୍କା ଥିବାବେଳେ ବାହାରୁ ଆସୁଥିବା ବାଇଗଣକୁ କିଲୋ ପିଛା ୮୦୦ ଟଙ୍କା ଦେଇ କିଣୁଛନ୍ତି ଖାଉଟି । ଅଧୂକାଂଶ ପରିବା ଦର ଏବେ ୮୦ ଉପରେ ।

ଏ ବର୍ଷ ଗରମ ବିଗାଡିଛି ଫସଲ ।ରାଜ୍ୟରେ ସ୍ଥାନୀୟ ଉତ୍ପାଦନ ନାହିଁ । ଯାହା କିଛି ବି ଉତ୍ପାଦନ ହେଉଛି ବଜାର ଚାହିଦା ମେଣ୍ଟାଇବାକୁ ଏହା ପୂରଣ ହେଉନି । ଏଭଳି ସ୍ଥିତିରେ ଅଧିକାଂଶ ପରିବା ଦର ଚଢ଼ାରେ ବିକ୍ରି କରୁଛନ୍ତି ବ୍ୟବସାୟୀ ।ତେବେ ବଜାର ସମ୍ପୂର୍ଣ୍ଣ ସ୍ବାଭାବିକ ହେବା ଲାଗି ୩ ମାସ ଯାଏ ସମୟ ଲାଗିପାରେ ବୋଲି କହିଛନ୍ତି ବଜାର ବିଶେଷଜ୍ଞ ।

କୃଷି ବିଶେଷଜ୍ଞଙ୍କ କହିବା ମୁତାବକ, ରବି ଋତୁ ପରିବା ରାଜ୍ୟର ଚାହିଦା ମେଣ୍ଟାଉଛି । ବର୍ଷର ପ୍ରାୟ ୮ ମାସ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଥିବାରୁ ସେଠାରେ କିଛି ସମସ୍ୟା ରହିଲେ ରାଜ୍ୟ ତ୍ବରିତ ଭାବେ ଏହା ଦ୍ବାରା ପ୍ରଭାବିତ ହେଉଛି।ଏଭଳି ସ୍ଥିତିରେ ରାଜ୍ୟରେ ଅଧିକ ଉତ୍ପାଦନ ଏବଂ ସଂରକ୍ଷଣ ଉପରେ ଗୁରୁତ୍ବ ଦିଆଗଲେ ସ୍ଥିତି ଉପରେ ନିୟନ୍ତ୍ରଣ ପାଇବାରେ ସହାୟକ ହେବ ।

ମାଗଣା ଯୋଜନା ଦ୍ବାରା ଲୋକମାନେ କାମ କରିବାକୁ ସେତେଟା ଆଗଭର ହେଉନାହାନ୍ତି । ଏହାର ପ୍ରଭାବ ସିଧାସଳଖ କୃଷି ଉପରେ ପଡୁଛି । ସରକାର Го କୋଟି ଲୋକଙ୍କୁ ମାଗଣା ଖାଦ୍ୟ ଶସ୍ୟ ଯୋଗାଣ ପରିବର୍ତ୍ତେ ପ୍ରକୃତ ହିତାଧୂକାରୀ ବା ସାମାଜିକ ଅନଗ୍ରସର ଲୋକଙ୍କ ପାଇଁ ଜନକଲ୍ୟାଣକାରୀ ଯୋଜନା ହାତକୁ ନେବା ଆବଶ୍ୟକ । ଏହା ଦ୍ବାରା ରାଜକୋଷ ଉପରେ ବୋଝ କମ୍ ପଡିବ।