ବେପରୁଆ ଗାଡ଼ିଚାଳନା ଭାଇରାଲ୍ ଘଟଣାରେ ୫ ଜଣଙ୍କୁ ବାନ୍ଧିଲା ପୋଲିସ୍
Advertisement
Article Detail0/zeeodisha/odisha2432870

ବେପରୁଆ ଗାଡ଼ିଚାଳନା ଭାଇରାଲ୍ ଘଟଣାରେ ୫ ଜଣଙ୍କୁ ବାନ୍ଧିଲା ପୋଲିସ୍

  ୪ଟି କାର୍‌ରେ ବେପରୁଆ ଡ୍ରାଇଭିଂ କରିବା ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା । ଗାଡିକୁ ରାସ୍ତାରେ ସଠିକ୍ ଭାବେ ନଚଳାଇ ରାସ୍ତା ଏପାଖରୁ ସେପାଖକୁ ନେଇଥିଲା ଡ୍ରାଇଭର । 

ବେପରୁଆ ଗାଡ଼ିଚାଳନା ଭାଇରାଲ୍ ଘଟଣାରେ ୫ ଜଣଙ୍କୁ ବାନ୍ଧିଲା ପୋଲିସ୍

ଭୁବନେଶ୍ୱର: ରାଜଧାନୀର ଜନପଥରେ ଟ୍ରାଫିକ ନିୟମ ଉଲ୍ଲଂଘନ କରି ମନ ଇଚ୍ଛା ବେପରୁଆ ଗାଡି ଚାଳନା କରିଥିବା ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ । ଘଟଣାରେ ମୋଟ ୫ ଜଣ ଗିରଫ ହୋଇଥିବାବେଳେ ୨ଟି ଗାଡି ଜବତ କରିଛି କମିଶନରେଟ୍ ପୋଲିସ୍ । ଏଥିସହ ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ଖୁବଶୀଘ୍ର ଧରାଯିବ ବୋଲି ପୋଲିସ୍ ପକ୍ଷରୁ କୁହାଯାଇଛି ।

ସୂଚନାଯୋଗ୍ୟ,  ୪ଟି କାର୍‌ରେ ବେପରୁଆ ଡ୍ରାଇଭିଂ କରିବା ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା । ଗାଡିକୁ ରାସ୍ତାରେ ସଠିକ୍ ଭାବେ ନଚଳାଇ ରାସ୍ତା ଏପାଖରୁ ସେପାଖକୁ ନେଇଥିଲା ଡ୍ରାଇଭର । ଏଥିସହ କିଛି ଯୁବକ ଚଳନ୍ତା ଗାଡିରୁ ବାହାରକୁ ମୁଣ୍ଡ ବାହାର କରି ଜୋରରେ ଚିତ୍କାର କରୁଥିଲେ । ସତ୍ୟନଗର ବିଏମସି ଅଫିସ ସମ୍ମୁଖରୁ ରୂପାଲି ଛକ ମଧ୍ୟରେ ଏପରି କାରନାମାର ସମ୍ପୂର୍ଣ୍ଣ ଦୃଶ୍ୟକୁ ଜଣେ ବ୍ୟକ୍ତି ରେକର୍ଡ କରି ସୋସିଆଲ ମିଡିଆରେ ଅପଲୋଡ କରିଥିଲେ । ଏହି ଦୃଶ୍ୟ ଭାଇରାଲ୍ ହେବା ପରେ କମିଶନରେଟ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ପାଇଁ ତତ୍ପରତା ପ୍ରକାଶ କରାଯାଇଥିଲା । ଗାଡି ନମ୍ୱରକୁ ଆଧାର କରି ପୋଲିସ ଅଭିଯୁକ୍ତଙ୍କ ନିକଟରେ ପହଞ୍ଚିବାରେ ସକ୍ଷମ ହୋଇଥିଲା ।